ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ଭିତରେ ସ୍ଥିତି ଅଣାୟତ୍ତ, ଭିଡ଼ ଭିତରେ ଭକ୍ତ ଅଣନିଃଶ୍ୱାସୀ

The Sakala Picture
Published On

ପୁରୀ: ରାଜ୍ୟରେ ନୂଆ ସରକାର ଆସିବା ପରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ବାରକୁ ଖୋଲି ଦିଆଯାଇଛି। ଭକ୍ତମାନେ ଏବେ ଚାରିଦ୍ବାର ଦେଇ ମନ୍ଦିର ଭିରତକୁ ଅନାୟାସରେ ପ୍ରବେଶ କରୁଛନ୍ତି। କିନ୍ତୁ ଆରମ୍ଭରୁ ହିଁ ଏଥିରେ ବିଭ୍ରାଟ ଓ ଅବ୍ୟବସ୍ଥା ଦେଖାଦେଲାଣି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ କରି ତରବରିଆ ଭାବେ ଚାରିଦ୍ବାର ଖୋଲାଯାଇଥିବାରୁ ଭିତରେ ଦଳାଚକଟା ଭଳି ପରିସ୍ଥିତି ଉପୁଜୁଛି ବୋଲି ଭକ୍ତମହଲରେ ଅଭିଯୋଗ ହୋଇଛି। ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌ ମୁତୟନ ଥିଲେ […]

ପୁରୀ: ରାଜ୍ୟରେ ନୂଆ ସରକାର ଆସିବା ପରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ବାରକୁ ଖୋଲି ଦିଆଯାଇଛି। ଭକ୍ତମାନେ ଏବେ ଚାରିଦ୍ବାର ଦେଇ ମନ୍ଦିର ଭିରତକୁ ଅନାୟାସରେ ପ୍ରବେଶ କରୁଛନ୍ତି। କିନ୍ତୁ ଆରମ୍ଭରୁ ହିଁ ଏଥିରେ ବିଭ୍ରାଟ ଓ ଅବ୍ୟବସ୍ଥା ଦେଖାଦେଲାଣି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ କରି ତରବରିଆ ଭାବେ ଚାରିଦ୍ବାର ଖୋଲାଯାଇଥିବାରୁ ଭିତରେ ଦଳାଚକଟା ଭଳି ପରିସ୍ଥିତି ଉପୁଜୁଛି ବୋଲି ଭକ୍ତମହଲରେ ଅଭିଯୋଗ ହୋଇଛି। ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌ ମୁତୟନ ଥିଲେ ହେଁ ଏକାସାଙ୍ଗେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ସେମାନେ ନିୟନ୍ତ୍ରଣ କରିପାରୁ ନଥିବା ଦେଖାଯାଉଛି। ଏହାକୁ ନେଇ କିଛି ଶ୍ରଦ୍ଧାଳୁ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅସନ୍ତୋଷ ଜାହିର୍‌ କରିଛନ୍ତି। ଚାରିଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ଠେଲାପେଲା ଓ ଭିଡ଼ ଯୋଗୁଁ ୩ଜଣ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ମଧ୍ୟ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ନପାରି ତିକ୍ତ ଅନୁଭୂତି ନେଇ ଫେରିଛନ୍ତି। ଗତକାଲି ପହିଲି ରଜ ଯୋଗୁଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ଅବ୍ୟବସ୍ଥା ଯୋଗୁଁ ବହୁ ଭକ୍ତ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଆଖି ଆଗରେ ଏସବୁ ଦେଖୁଥିଲେ ମଧ୍ୟ ପୁଲିସ୍‌ ବାବୁ ମଧ୍ୟ ଅସହାୟ ହୋଇପଡ଼ିଥିଲେ। ଆଗାମୀ ଦିନରେ କିପରି ଭିଡ଼କୁ ନିୟନ୍ତ୍ରଣ କରିବେ, ସେନେଇ ଚିନ୍ତାରେ ଏବେ ଜିଲ୍ଲା, ମନ୍ଦିର ଏବଂ ପୁଲିସ ପ୍ରଶାସନ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଭକ୍ତମାନେ ଶ୍ରୀମନ୍ଦିରର ଦୁଇଟି ଦ୍ୱାର ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର (କେବଳ ପୁରୀବାସୀ) ଦେଇ ଭିତରକୁ ଯାଉଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଭକ୍ତଙ୍କ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଥିଲା। ସେଥିରେ ଏହି ପ୍ରବେଶ କଟକଣା ମଧ୍ୟ ରହିଥିଲା। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ଭକ୍ତ। ପରବର୍ତ୍ତୀ ସମୟରେ ପରିକ୍ରମା ପ୍ରକଳ୍ପ କାମ ପାଇଁ ଏହି କଟକଣା ଅବଧିକୁ ବଢ଼ାଇ ଦିଆଯାଇଥିଲା। ହେଲେ ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ୨୦୨୩ ଜୁଲାଇ ୨୪ ତାରିଖରେ କେବଳ ପୁରୀବାସୀଙ୍କୁ ପରିଚୟପତ୍ର ଦେଖାଇ ପଶ୍ଚିମଦ୍ୱାର ଦେଇ ଯିବାକୁ ଅନୁମତି ମିଳିଥିଲା ଏବଂ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଭିତରକୁ ଯାଉଥିଲେ। ଏଭଳି ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦେବା ଲାଗି ଦାବି କରି ଆସୁଥିଲେ। ଚଳିତ ନିର୍ବାଚନରେ ପ୍ରଚାରରେ ବିଜେପି ଏହାକୁ ପ୍ରସଙ୍ଗ କରିଥିଲା। ବିଜେପି ସରକାରକୁ ଆସିଲେ, ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବ ବୋଲି କହିଥିଲା। ତେବେ ପ୍ରତିଶ୍ରୁତି ମୁତାବକ, ବୁଧବାର ଶପଥ ଗ୍ରହଣ ପରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍‌‌ ବସି ଚାରିଦ୍ୱାର ଖୋଲିବା ଉପରେ ମୋହର ଲାଗିଥିଲା। ଏହାପରେ ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି. ସିଂହଦେଓଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେମାନଙ୍କ ଉପସ୍ଥିତିରେ ଚାରିଦ୍ୱାର ଖୋଲିଥିଲା। ଭକ୍ତମାନେ ଆନନ୍ଦରେ ଭିତରକୁ ଯାଇଥିଲେ ସତ। କିନ୍ତୁ ଭିଡ଼ ଏତେ ହୋଇଥିଲା ଯେ ପ୍ରଥମ ଦିନରେ ୩ ଜଣ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଦାୟୀ ସରକାର କ’ଣ ପାଇଁ ୨ଟି ଦ୍ୱାର ଖୋଲି ଅନ୍ୟ ୨ ଦ୍ୱାର ଖୋଲିଥିଲା? ନୂଆ ସରକାର ଏ ଦିଗରେ ତର୍ଜମା କରିଛନ୍ତି ନା ନାହିଁ? ଯଦି କରିଛନ୍ତି ତେବେ ପୂର୍ବରୁ ୨ଟି ଦ୍ୱାର ଦେଇ ଏକା ସମୟରେ ଯେତିକି ଭକ୍ତ ଆସୁଥିଲେ ଏବେ ଆଉ ଦୁଇଦ୍ୱାର ଖୋଲିଲେ ଭକ୍ତଙ୍କ ସଂଖ୍ୟା ଆହୁରି ଦୁଇଗୁଣା ହୋଇଯିବ। ତେବେ ଭିତରେ କ’ଣ ବ୍ୟବସ୍ଥା ଗ୍ରହଣ କରାଗଲେ ଏତେ ପରିମାଣରେ ଭିଡ଼ ହେବ ନାହିଁ ଏବଂ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ଏ ଦିଗରେ କେହି ଚିନ୍ତା କରିନାହାନ୍ତି। ନା ନୂଆ ସରକାର ନା ପୁରୀ ଜିଲ୍ଲା ଓ ପୁଲିସ ପ୍ରଶାସନ? ଯାହାର ଫଳସ୍ୱରୂପ ଚାରିଦ୍ୱାର ଖୋଲିବା ପରେ ଭିତରେ ସ୍ଥିତି ଅଣାୟତ୍ତ ହୋଇପଡୁଛି। ପୂର୍ବରୁ ଯେଉଁଭଳି ଦର୍ଶନ ବ୍ୟବସ୍ଥା ଥିଲା, ଏବେ ଭିତରେ ସେହିଭଳି ଚାଲିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଜଣେ ମହିଳା ଭକ୍ତ କହିଛନ୍ତି, ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରାୟ ୪ଘଣ୍ଟା ସମୟ ଲାଗିଗଲା। ଭିତର ଅବସ୍ଥା ବହୁତ ଜଟିଳ। ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜୁଛି। ଶ୍ୱାସରୁଦ୍ଧ ହୋଇଯାଉଛି। ଏତେ ଜୋର୍‌‌ରେ ଠେଲାପେଲା ଦଳଚକଟା ଭିତରେ ପୁଲିସକୁ କେହି ମାନୁନାହାନ୍ତି। ବଳଭଦ୍ରଙ୍କୁ ଦେଖିପାରିଲୁନି। ଜଗନ୍ନାଥଙ୍କର ଗୋଟିଏ ଆଖି ଏବଂ ସୁଭଦ୍ରାଙ୍କୁ ଦର୍ଶନ କରିପାରିଲୁ। ଅନ୍ୟ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିବାରେ ସେମିତି କିଛି ସମସ୍ୟା ନାହିଁ। ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିରରେ ଯେପରି ବ୍ୟାରିକେଡ୍‌ ଲଗାଯାଇ ଧାଡ଼ି ବ୍ୟବସ୍ଥା ହୋଇଛି ସେମିତି ଜଗନ୍ନାଥଙ୍କ ଦର୍ଶନ ପାଇଁ କରାଗଲେ ଭଲ ହୁଅନ୍ତା ବୋଲି ମହିଳା କହିଛନ୍ତି। ସେହିପରି ଅନ୍ୟ ଜଣେ ଭକ୍ତ କହିଛନ୍ତି, ମୁଁ ଭୋର ସାଢ଼େ ୫ଟାରେ ଆସି ପଶ୍ଚିମ ଦ୍ୱାର ଧାଡିରେ ୨ ଘଣ୍ଟା ଛିଡା ହେଲି। ଏହାପରେ ଭିତରକୁ ଗଲି। ସାତ ପାହାଚରେ ପ୍ରବଳ ଭିଡ଼ ହୋଇଥିଲା। ଯିବାବେଳେ ହାତ ଘଷି ହୋଇ ଛିଡ଼ିଗଲା। ଭିତରେ ଦଳାଚକଟା ସ୍ଥିତି। ତେଣୁ ପ୍ରଶାସନ ଭିତରେ ମଧ୍ୟ ଶୃଙ୍ଖଳା ବ୍ୟବସ୍ଥା କରିବା ଦରକାର।

ଅନ୍ୟ ଜଣେ ଭକ୍ତ କହିଛନ୍ତି, ଚାରିଦ୍ୱାର ଦେଇ ଭକ୍ତଙ୍କୁ ଛାଡିବା ସହିତ ଭିତରେ ଦର୍ଶନ ସୁବିଧା କରିବା ଆବଶ୍ୟକ। ଯଦି ଦର୍ଶନ ସୁବିଧା ନ କରିପାରିଲେ ତେବେ ଶୃଙ୍ଖଳା କ’ଣ ରହିଲା? ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଏବଂ ପୁଲିସ ପ୍ରଶାସନ ଗୁରୁତ୍ୱ ଦେବା ଦରକାର। ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ପ୍ରକାର ବିଳମ୍ବ ହେବା କଥା ନୁହେଁ ବୋଲି ସେ ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌‌: ୧୯୯୩ ଅଘଟଣର ପୁନରାବୃତ୍ତି ନ ହେଉ
ଭିତରେ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟବସ୍ଥିତ ନ କରି ଚାରିଦ୍ୱାର ଖୋଲାଯିବା ଯୋଗୁ ଶ୍ରୀମନ୍ଦିର ଭିତରେ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ଶୁକ୍ରବାର ମନ୍ଦିର ଭିତରେ ଭିଡ଼ ଏମିତି ହୋଇଥିଲା ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଅନେକ ଭକ୍ତ। ତେବେ ଏହାକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାମାଜିକ କର୍ମୀ ଜୟନ୍ତ ଦାଶ। ସେ ନିଜେ ପ୍ରତ୍ୟକ୍ଷଦର୍ଶୀ କହି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌‌ କରିଛନ୍ତି ଯେ ତୁରନ୍ତ ଉଚିତ୍‌‌ ପଦକ୍ଷେପ ନିଅନ୍ତୁ ନଚେତ୍‌‌ ଅଘଟଣ ଘଟିପାରେ। ୧୯୯୩ ମସିହା ନାଗାର୍ଜୁନ ବେଶ ଅଘଟଣର ପୁନରାବୃତ୍ତି ନ ହେଉ। ପ୍ରଥମେ ଭକ୍ତଙ୍କ ସୁରକ୍ଷା, ପରେ ରାଜନୀତି। ନିଜର ବାହାବା ନେବା ପାଇଁ ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। କୌଣସି ଅଘଟଣ ଘଟିଲେ ସେଥିପାଇଁ ଆପଣ, ଆପଣଙ୍କ ମନ୍ତ୍ରୀମଣ୍ଡଳ, ପ୍ରଧାନମନ୍ତ୍ରୀ, ଭାରତର ଗୃହମନ୍ତ୍ରୀ ଓ ପୁରୀର ଲୋକସଭା ସାଂସଦ ଦାୟୀ ହେବେ ବୋଲି ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି। ଏଭଳି ସ୍ଥିତିରେ ପିଲା, ବୃଦ୍ଧଙ୍କୁ ଶ୍ରୀମନ୍ଦିର ଭିତରକୁ ନିଅନ୍ତୁ ନାହିଁ ବୋଲି ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର