ବିଡିଏ ପ୍ଲଟ୍‍ ବିକିବାକୁ ଫେସବୁକ୍‌ରେ ବିଜ୍ଞାପନ

The Sakala Picture
Published On

ଭୁବନେଶ୍ୱର : ବିଡିଏ ବିଏମସି ଦ୍ୱାରା ମିଳିଥିବା ଏକ ପ୍ଲଟ୍‍ ବିକ୍ରି ପାଇଁ ଫେସ୍‍ବୁକ୍‌ରେ  ବିଜ୍ଞାପନ ଦିଆଯାଇଛି। ୪୦୦ ସ୍କୋୟାରଫୁଟ୍‍ ଜାଗା ପାଇଁ ୧୦ ଲକ୍ଷ ଟଙ୍କା ଦର ନିର୍ଦ୍ଧାରଣ ହୋଇଛି। ଜାଗା ଉପରେ ଏକ ଆଜବେଷ୍ଟସ ଘର ଥିବା ବେଳେ ଘରେ ଏସି, ଫ୍ରିଜ, ଟିଭି ସହିତ ୱାସିଙ୍ଗ୍‍ ମେସିନ ଥିବା ନେଇ ମଧ୍ୟ ଫଟୋ ପୋଷ୍ଟ କରାଯାଇଛି। ଜମି ବିକ୍ରି ପାଇଁ ବିଜ୍ଞାପନ ଦେଇଥିବା ମଳୟ କୁମାର ପ୍ରଧାନ ଦର୍ଶାଇଛନ୍ତି ଯେ, ତାଙ୍କର ଅର୍ଥ […]

ଭୁବନେଶ୍ୱର : ବିଡିଏ ବିଏମସି ଦ୍ୱାରା ମିଳିଥିବା ଏକ ପ୍ଲଟ୍‍ ବିକ୍ରି ପାଇଁ ଫେସ୍‍ବୁକ୍‌ରେ  ବିଜ୍ଞାପନ ଦିଆଯାଇଛି। ୪୦୦ ସ୍କୋୟାରଫୁଟ୍‍ ଜାଗା ପାଇଁ ୧୦ ଲକ୍ଷ ଟଙ୍କା ଦର ନିର୍ଦ୍ଧାରଣ ହୋଇଛି। ଜାଗା ଉପରେ ଏକ ଆଜବେଷ୍ଟସ ଘର ଥିବା ବେଳେ ଘରେ ଏସି, ଫ୍ରିଜ, ଟିଭି ସହିତ ୱାସିଙ୍ଗ୍‍ ମେସିନ ଥିବା ନେଇ ମଧ୍ୟ ଫଟୋ ପୋଷ୍ଟ କରାଯାଇଛି। ଜମି ବିକ୍ରି ପାଇଁ ବିଜ୍ଞାପନ ଦେଇଥିବା ମଳୟ କୁମାର ପ୍ରଧାନ ଦର୍ଶାଇଛନ୍ତି ଯେ, ତାଙ୍କର ଅର୍ଥ ଆବଶ୍ୟକତା ଥିବାରୁ ସେ ଏହାକୁ ତୁରନ୍ତ ବିକ୍ରି କରିବାକୁ ଚାହୁଁଛନ୍ତି। ଏନେଇ ସେ ଫେସବୁକରେ ଉକ୍ତ ଘରର ଫଟୋ ସହିତ ଘର ଭିତରେ ଥିବା ଆସବାବପତ୍ର ଫଟୋଗୁଡ଼ିକ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ବିଜ୍ଞାପନ ଦେଖି ଭୁବନେଶ୍ୱରରେ ଜମି କିଣିବା ଲକ୍ଷ୍ୟରେ ଥିବା ଅନେକ ଗ୍ରାହକ ଉକ୍ତ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ କମେଣ୍ଟ ବକ୍ସରେ ମେସେଜ ଭର୍ତ୍ତି କରି ଦେଇଛନ୍ତି। ମାତ୍ର ଏହି ଜମି ବସ୍ତି ଉଚ୍ଛେଦ ଯୋଜନାରେ ମିଳିଥିବା ନେଇ ବିଜ୍ଞାପନଦାତ୍ତା ଦର୍ଶାଇଥିବା ବେଳେ ଏଭଳି କୌଣସି ଯୋଜନା ନାହିଁ ବୋଲି ବିଏମସି କହିଛି।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ଫେସ୍‍ବୁକ୍‌ରେ ମଳୟ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ପୋଷ୍ଟ ହୋଇଛି ଯେ ବସ୍ତି ଉଚ୍ଛେଦ ଯୋଜନାରେ ତାଙ୍କୁ ବିଡିଏ ଓ ବଏମ୍‍ସି ଦ୍ୱାରା ଏକ ୪୦୦ ସ୍କ୍ୱୟାରଫୁଟ୍‍ର ପ୍ଲଟ୍‍ ଆବଣ୍ଟିତ ହୋଇଛି। ସେ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ନିକଟରେ ଜମି ସମ୍ପର୍କିତ କୌଣସି କାଗଜପତ୍ର ନ ଥିବା ବେଳେ ପୌର ନିର୍ବାଚନ ପରେ ତାଙ୍କୁ ଏହି କାଗଜ ପତ୍ର ମିଳିବ ବୋଲି ସେ କହିଛନ୍ତି। ତେବେ କାଗଜପତ୍ର ନ ଥିଲେ ମଧ୍ୟ ଜମି କିଣିଲେ ସାରା ଜୀବନ ଏଠାରେ ରହି ହେବ ବୋଲି ସେ କହିଛନ୍ତି। ଏହା ସହିତ ଆସନ୍ତା ପୌର ନିର୍ବାଚନ ପରେ ବିଡିଏ ବିଏମସି ଜମିର ସମସ୍ତ କାଗଜପତ୍ର ଦେବେ ବୋଲି ମଧ୍ୟ ପୋଷ୍ଟରେ ଉଲ୍ଲେଖ କରିିଛନ୍ତି। ମାତ୍ର ତାଙ୍କ ବର୍ତ୍ତମାନ ଟଙ୍କାର ନିହାତି ଆବଶ୍ୟକତା ଥିବାରୁ ସେ ଏହି ୪୦୦ ସ୍କୋୟାରଫୁଟ୍‍ ଜମିକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ବର୍ତ୍ତମାନ ଏହାକୁ ନ କିଣିଲେ କାଗଜପତ୍ର ପରେ ଅର୍ଥାତ ପୌର ନିର୍ବଚନ ପରେ ଏହି ଜମିର ମୂଲ୍ୟ ଦୁଇ ଗୁଣା ବୃଦ୍ଧି ହୋଇ ୨୦ ଲକ୍ଷ ଟଙ୍କା ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏଭଳି ପୋଷ୍ଟ ଦେଖିବା ପରେ ରୁଦ୍ରପ୍ରସନ୍ନ ରଥ ନାମକ ଜଣେ ବ୍ୟକ୍ତି ନିଜ ଫେସ୍‍ବୁକ୍‌ର ଏହାକୁ ପୋଷ୍ଟ କରିବା ସହିତ ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ବିଏମସିର ବିଭାଗୀୟ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନାଙ୍କୁ ଏ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ବିଏମସିର ଏମିତି କୌଣସି ଯୋଜନା ନାହିଁ। ଏହାସହିତ ରାଜଧାନୀରେ ଥିବା ବିଡିଏ ପ୍ଲଟ୍‍ ବିକ୍ରି ହେଲେ ସେନେଇ ଅଫିସିଆଲ୍‍ ୱେବ୍‍ସାଇଟ୍‍ରେ ବିଜ୍ଞପ୍ତି ପ୍ରକାଶ ପାଉଛି। ତେଣୁ ଲୋକମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ରାଜରାସ୍ତାରେ ୫୦୦ ଛାତ୍ରଛାତ୍ରୀ, ୪୯ ନଂ ଜାତୀୟ ରାଜପଥ ଅବରୋଧ

ସୂଚନା ଥାଉ କି ବର୍ତ୍ତମାନ ବେଆଇନ୍‍ ଭାବେ ରାଜଧାନୀରେ ବସ୍ତିଗୁଡ଼ିକ ଗଢ଼ି ଉଠୁଛି। ଏହାକୁ ବିଡିଏ ବିଏମସି ଉଚ୍ଛେଦ କରୁଛନ୍ତି। ସେହିପରି ଦୀର୍ଘଦିନ ଧରି ରହି ଆସୁଥିବା ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ଘର ଯୋଗାଇ ଦିଆଯାଉଛି। ମାତ୍ର ଏଥିପାଇଁ ସହରର ନିର୍ଦ୍ଦିଷ୍ଟ ସ୍ଥାନରେ ଘର ନିର୍ମାଣ କରାଯାଇ ସେମାନଙ୍କୁ ଯୋଗାଣ ହେଉଛି। ହେଲେ କୌଣସି ଲୋକଙ୍କୁ ସ୍ଥାୟୀ ଭାବେ କେଉଁଠାରେ ବି ଜମି ପ୍ରଦାନ କରିବାର ନିୟମ ନାହିଁ। ହେଲେ ଉକ୍ତ ବ୍ୟକ୍ତି ନିଜ ଫେସ୍‍ବୁକ୍‌ରେ ଏମିତି ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିବା ବେଳେ ବିଏମସି ଏଥିପାଇଁ ତାଙ୍କ ନାମରେ ଅଭିଯୋଗ କରୁ ବୋଲି ଦାବି ହୋଇଛି। ସେହିପରି ‘ଓଡ଼ିଶା ଲ୍ୟାଣ୍ଡ ରାଇଟ୍ସ ଟୁ ସ୍ଲମ୍‍ ଡୁଏଲର୍ସ’ ଆଇନ୍‍ ଅନୁଯାୟୀ କୌଣସି ଏକ ସରକାରୀ ଜମିରେ ୨୦ରୁ ଅଧିକ ପରିବାର ରହୁଥିଲେ ଏହାକୁ ବସ୍ତି ଭାବେ ଗଣନା କରାଯାଉଛି। ବସ୍ତିଗୁଡ଼ିକରେ ରହୁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଜାଗା ମିଶନ ମାଧ୍ୟମରେ ପଟ୍ଟା ଯୋଗାଇ ଦେଉଛନ୍ତି। ଏଥିରେ ଏନ୍‍ଏସିରେ ସର୍ବାଧିକ ୬୦ ସ୍କ୍ୱୟାର ମିଟର ଓ ମୁନିସିପାଲଟିରେ ୪୫ ସ୍କୋୟାର ମିଟର ଜାଗର ପଟ୍ଟା ଦିଆଯାଉଛି। ତେବେ ରାଜ୍ୟର କୌଣସି ମହାନଗର ନିଗମରେ ଏହି ପଟ୍ଟା ଦିଆଯାଉ ନ ଥିବା ବେଳେ ସରକାରୀ ଭାବେ ଚିହ୍ନଟ ହୋଇଥିବା ବସ୍ତିର ବିକାଶ କରାଯାଉଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ନୂଆପଡ଼ା ନ୍ୟାସନାଲ କଲେଜରେ ଉତ୍ତେଜନା: ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର