ଅତିରିକ୍ତ ତହସିଲଦାରଙ୍କୁ ବାଲିମାଫିଆଙ୍କ ମାଡ଼

The Sakala Picture
Published On

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀରୁ ବେଧଡକ ପଶ୍ଚିମବଙ୍ଗକୁ ଚାଲିଛି ବେଆଇନ ବାଲି ଚାଲାଣ। ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ତେବେ ସୋମବାର ବାଲି ମାଫିଆଙ୍କ ମାଡ଼ରେ ଭୋଗରାଇ ଅତିରିକ୍ତ ତହସିଲଦାର ଲହୁଲୁହାଣ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବାଲିଆପାଳ-କମର୍ଦ୍ଦା ରାସ୍ତା ଦେଇ ବାଲି ବୋଝେଇ ଟ୍ରକ ଗୁଡ଼ିକ ପଶ୍ଚିମବଙ୍ଗକୁ ଚାଲାଣ […]

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀରୁ ବେଧଡକ ପଶ୍ଚିମବଙ୍ଗକୁ ଚାଲିଛି ବେଆଇନ ବାଲି ଚାଲାଣ। ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ତେବେ ସୋମବାର ବାଲି ମାଫିଆଙ୍କ ମାଡ଼ରେ ଭୋଗରାଇ ଅତିରିକ୍ତ ତହସିଲଦାର ଲହୁଲୁହାଣ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବାଲିଆପାଳ-କମର୍ଦ୍ଦା ରାସ୍ତା ଦେଇ ବାଲି ବୋଝେଇ ଟ୍ରକ ଗୁଡ଼ିକ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ କୌଣସି କାରଣରୁ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସେହି ରାସ୍ତା ଦେଇ ଆସୁଥିଲେ। ସେ ଉଲୁଡା ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ। ଏହି ସମୟରେ ବାଲି ମାଫିଆ ମାନେ ସଙ୍ଘବଦ୍ଧ ଭାବେ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନା ହାର, ବ୍ରେସ ଲେଟ ମଧ୍ୟ ଲୁଟି ନେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାରୁ ମାଫିଆ ମାନେ ସେଠାରୁ ଫେରାର ହୋଇଥିଲେ। ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ପାଣିଗ୍ରାହୀଙ୍କୁ ଉଦ୍ଧାର କରିଥିଲେ। ଅଟକ ଥିବା ବାଲି ଟ୍ରକର ଡ୍ରାଇଭର ଏବଂ ହେଲପରକୁ ଗିରଫ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

03 Aug 2021 By The Sakala

ଅତିରିକ୍ତ ତହସିଲଦାରଙ୍କୁ ବାଲିମାଫିଆଙ୍କ ମାଡ଼

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀରୁ ବେଧଡକ ପଶ୍ଚିମବଙ୍ଗକୁ ଚାଲିଛି ବେଆଇନ ବାଲି ଚାଲାଣ। ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ତେବେ ସୋମବାର ବାଲି ମାଫିଆଙ୍କ ମାଡ଼ରେ ଭୋଗରାଇ ଅତିରିକ୍ତ ତହସିଲଦାର ଲହୁଲୁହାଣ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବାଲିଆପାଳ-କମର୍ଦ୍ଦା ରାସ୍ତା ଦେଇ ବାଲି ବୋଝେଇ ଟ୍ରକ ଗୁଡ଼ିକ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ କୌଣସି କାରଣରୁ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସେହି ରାସ୍ତା ଦେଇ ଆସୁଥିଲେ। ସେ ଉଲୁଡା ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ। ଏହି ସମୟରେ ବାଲି ମାଫିଆ ମାନେ ସଙ୍ଘବଦ୍ଧ ଭାବେ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ।

ତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନା ହାର, ବ୍ରେସ ଲେଟ ମଧ୍ୟ ଲୁଟି ନେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାରୁ ମାଫିଆ ମାନେ ସେଠାରୁ ଫେରାର ହୋଇଥିଲେ। ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ପାଣିଗ୍ରାହୀଙ୍କୁ ଉଦ୍ଧାର କରିଥିଲେ। ଅଟକ ଥିବା ବାଲି ଟ୍ରକର ଡ୍ରାଇଭର ଏବଂ ହେଲପରକୁ ଗିରଫ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର