ଖୁବ୍‍ଶୀଘ୍ର ରାଜ୍ୟରେ ପ୍ରଣୟନ କରାଯିବ ସ୍ୱତନ୍ତ୍ର କଫି ନୀତି

The Sakala Picture
Published On

ଭୁବନେଶ୍ୱର : ଖୁବଶୀଘ୍ର କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର କଫି ନୀତି ପ୍ରଣୟନ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ପ୍ରତିବର୍ଷ ଏକ ହଜାର ହେକ୍ଟର ହିସାବରେ ଆସନ୍ତା ୫ ବର୍ଷ ଯାଏଁ ନୂଆ ଜମିରେ ଅଧିକ କଫି ଚାଷ କରାଯିବ। ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ୬ଟି ବ୍ଲକରେ କଫି ନର୍ସରୀ କରାଯିବାକୁ ସ୍ଥାନ ଚିହ୍ନଟ କରାଯାଇଛି। କୋରାପୁଟ, ନନ୍ଦପୁର, […]

ଭୁବନେଶ୍ୱର : ଖୁବଶୀଘ୍ର କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର କଫି ନୀତି ପ୍ରଣୟନ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ପ୍ରତିବର୍ଷ ଏକ ହଜାର ହେକ୍ଟର ହିସାବରେ ଆସନ୍ତା ୫ ବର୍ଷ ଯାଏଁ ନୂଆ ଜମିରେ ଅଧିକ କଫି ଚାଷ କରାଯିବ। ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ୬ଟି ବ୍ଲକରେ କଫି ନର୍ସରୀ କରାଯିବାକୁ ସ୍ଥାନ ଚିହ୍ନଟ କରାଯାଇଛି। କୋରାପୁଟ, ନନ୍ଦପୁର, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ଲମତାପୁଟ ଠାରେ ଏସବୁ ନର୍ସରୀ କରାଯିବ। ଏଥିପାଇଁ ସ୍ଥାନୀୟ ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାମରେ ନିୟୋଜିତ କରାଯାଇଛି। ଖୁବ୍‍ଶୀଘ୍ର କୋରାପୁଟ କଫି ବୋର୍ଡ ପରିସରରେ ଏମାନଙ୍କର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଠାରେ ମହିଳା ଚାଷୀଙ୍କୁ କଫି ଚାରା ଉତ୍ପାଦନଠାରୁ ଆରମ୍ଭ କରି ଏହା କିପରି ଯେ କୌଣସି ପରିସ୍ଥିତିରେ ବଢ଼଼ିପାରିବ, ଏଥିପାଇଁ ଉପଯୁକ୍ତ ଜମି ଚିହ୍ନଟ ଓ କଫି ଚାରା ବଡ଼ ହେଲା ପରେ ଏହାର କିପରି ଯତ୍ନ ନିଆଯିବ ସେସବୁ ବିଷୟରେ ତାଲିମ ଦିଆଯିବ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

୧୯୭୮ ମସିହାରେ ଭାରତର କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ରାଜ୍ୟରେ କୋରାପୁଟ ବ୍ୟତୀତ କନ୍ଧମାଳ, ରାୟଗଡ଼ା, ଗଜପତି, କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳ କଫି ଚାଷ ପାଇଁ ଉପଯୁକ୍ତ। କେବଳ ସେତିକି ନୁହେଁ ଓଡ଼ିଶା କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ଏସବୁ ଜିଲ୍ଲାକୁ ଛାଡିଦେଲେ ମାଲକାନଗିରି, ସୁନ୍ଦରଗଡ଼଼ ଓ ଗଞ୍ଜାମ ଭଳି ଜିଲ୍ଲା ମଧ୍ୟ କଫି ଚାଷ ପାଇଁ ଉପଯୁକ୍ତ। ସାରା ରାଜ୍ୟରେ ୩.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ଥିବା ବେଳେ କେବଳ କୋରାପୁଟରେ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଉପଯୁକ୍ତ। ଏହାସତ୍ତ୍ବେ କେବଳ ୩୦୦୦ ହେକ୍ଟର ଜମିରେ କଫି ଚାଷ କରାଯାଇ ପାରୁଛି। କଫି ଏକ ପରିବେଶ ଅନୁକୂଳ ଚାଷ ହୋଇଥିବା ବେଳେ ଏହାକୁଚାଷ କରି ଚାଷୀ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିବ।

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

ଏ ବାବଦରେ କୋରାପୁଟ କଫି ବୋର୍ଡର ବରିଷ୍ଠ ଲିଆସନିଂ ଅଫିସର ଉପେନ୍ଦ୍ର ସାହା କହିଛନ୍ତି ରାଜ୍ୟ ସରକାର ପ୍ରଥମ କରି ରାଜ୍ୟରେ କୃଷି ନୀତି ଆଣି କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୁଣି କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଇଛନ୍ତି। ନୂଆ କଫି ନୀତି ନିଶ୍ଚିତ ଭାବେ କୋରାପୁଟ କଫିକୁ ବ୍ୟାପକ ହେବାରେ ଓ ଏହା ଉପରେ ନିର୍ଭରଶୀଳ ଆଦିବାସୀ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିବ। ଯଦି ନୂତନ କଫି ନୀତି ଦ୍ୱାରା କୋରାପୁଟର ୫ରୁ ୧୦% ସର୍ଭେ ଜମିରେ କଫି ଚାଷ କରାଯାଇପାରିବ ତେବେ ଜଣେ ଆଦିବାସୀ ଚାଷୀ ୩.୫୦ ଲକ୍ଷ ଟଙ୍କା ଆୟ କରିପାରିବେ। ବର୍ତ୍ତମାନ କୋରାପୁଟରେ କଫି ଚାଷ ପାଇଁ ଜିଲ୍ଲା ପ୍ରଶାସନ ଆଗ୍ରହ ଦେଖାଉଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ଏହାକୁ କିପରି କରିହେବ ସେ ଦିଗରେ କଫିବୋର୍ଡ ସହ ଆଲୋଚନା କରିଛନ୍ତି। ଆସନ୍ତା ଦିନରେ ଆମେ ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସେମାନଙ୍କ ଅଞ୍ଚଳରେ କଫି ଚାଷ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବାକୁ କହିବାକୁ ଅନୁରୋଧ କରିବୁ।ମିଳିଥିବା ସୂଚନା ଅନୁସାରେ ୨୦୨୧ରେ ଟିଡିସିସି କୋରାପୁଟର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡା ଓ ପଟାଙ୍ଗୀ ଅଞ୍ଚଳର ପାଖାପାଖି ୧୯୩ ଜଣ ଚାଷୀଙ୍କଠାରୁ ୨୮.୭୯୦ ମେଟ୍ରିକ୍‍ ଟନ୍‍ କଫି କିଣିଥିଲେ। ଆଗାମୀ ଅମଳ ମାସ (ନଭେମ୍ବରରୁ ଜାନୁୟାରୀ) ସମୟରେ ଟିଡିସିସି ଜିଲ୍ଲାର ୬୦୦ ଆଦିବାସୀ କଫି ଚାଷୀଙ୍କଠାରୁ ପାଖାପାଖି ୧୦୦ ମେଟ୍ରିକ୍‍ ଟନ୍‍ କଫି ଫଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

21 Jan 2022 By The Sakala

ଖୁବ୍‍ଶୀଘ୍ର ରାଜ୍ୟରେ ପ୍ରଣୟନ କରାଯିବ ସ୍ୱତନ୍ତ୍ର କଫି ନୀତି

ଭୁବନେଶ୍ୱର : ଖୁବଶୀଘ୍ର କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର କଫି ନୀତି ପ୍ରଣୟନ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ପ୍ରତିବର୍ଷ ଏକ ହଜାର ହେକ୍ଟର ହିସାବରେ ଆସନ୍ତା ୫ ବର୍ଷ ଯାଏଁ ନୂଆ ଜମିରେ ଅଧିକ କଫି ଚାଷ କରାଯିବ। ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ୬ଟି ବ୍ଲକରେ କଫି ନର୍ସରୀ କରାଯିବାକୁ ସ୍ଥାନ ଚିହ୍ନଟ କରାଯାଇଛି। କୋରାପୁଟ, ନନ୍ଦପୁର, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ଲମତାପୁଟ ଠାରେ ଏସବୁ ନର୍ସରୀ କରାଯିବ। ଏଥିପାଇଁ ସ୍ଥାନୀୟ ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାମରେ ନିୟୋଜିତ କରାଯାଇଛି। ଖୁବ୍‍ଶୀଘ୍ର କୋରାପୁଟ କଫି ବୋର୍ଡ ପରିସରରେ ଏମାନଙ୍କର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଠାରେ ମହିଳା ଚାଷୀଙ୍କୁ କଫି ଚାରା ଉତ୍ପାଦନଠାରୁ ଆରମ୍ଭ କରି ଏହା କିପରି ଯେ କୌଣସି ପରିସ୍ଥିତିରେ ବଢ଼଼ିପାରିବ, ଏଥିପାଇଁ ଉପଯୁକ୍ତ ଜମି ଚିହ୍ନଟ ଓ କଫି ଚାରା ବଡ଼ ହେଲା ପରେ ଏହାର କିପରି ଯତ୍ନ ନିଆଯିବ ସେସବୁ ବିଷୟରେ ତାଲିମ ଦିଆଯିବ।

୧୯୭୮ ମସିହାରେ ଭାରତର କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ରାଜ୍ୟରେ କୋରାପୁଟ ବ୍ୟତୀତ କନ୍ଧମାଳ, ରାୟଗଡ଼ା, ଗଜପତି, କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳ କଫି ଚାଷ ପାଇଁ ଉପଯୁକ୍ତ। କେବଳ ସେତିକି ନୁହେଁ ଓଡ଼ିଶା କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ଏସବୁ ଜିଲ୍ଲାକୁ ଛାଡିଦେଲେ ମାଲକାନଗିରି, ସୁନ୍ଦରଗଡ଼଼ ଓ ଗଞ୍ଜାମ ଭଳି ଜିଲ୍ଲା ମଧ୍ୟ କଫି ଚାଷ ପାଇଁ ଉପଯୁକ୍ତ। ସାରା ରାଜ୍ୟରେ ୩.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ଥିବା ବେଳେ କେବଳ କୋରାପୁଟରେ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଉପଯୁକ୍ତ। ଏହାସତ୍ତ୍ବେ କେବଳ ୩୦୦୦ ହେକ୍ଟର ଜମିରେ କଫି ଚାଷ କରାଯାଇ ପାରୁଛି। କଫି ଏକ ପରିବେଶ ଅନୁକୂଳ ଚାଷ ହୋଇଥିବା ବେଳେ ଏହାକୁଚାଷ କରି ଚାଷୀ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିବ।

ଏ ବାବଦରେ କୋରାପୁଟ କଫି ବୋର୍ଡର ବରିଷ୍ଠ ଲିଆସନିଂ ଅଫିସର ଉପେନ୍ଦ୍ର ସାହା କହିଛନ୍ତି ରାଜ୍ୟ ସରକାର ପ୍ରଥମ କରି ରାଜ୍ୟରେ କୃଷି ନୀତି ଆଣି କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୁଣି କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଇଛନ୍ତି। ନୂଆ କଫି ନୀତି ନିଶ୍ଚିତ ଭାବେ କୋରାପୁଟ କଫିକୁ ବ୍ୟାପକ ହେବାରେ ଓ ଏହା ଉପରେ ନିର୍ଭରଶୀଳ ଆଦିବାସୀ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିବ। ଯଦି ନୂତନ କଫି ନୀତି ଦ୍ୱାରା କୋରାପୁଟର ୫ରୁ ୧୦% ସର୍ଭେ ଜମିରେ କଫି ଚାଷ କରାଯାଇପାରିବ ତେବେ ଜଣେ ଆଦିବାସୀ ଚାଷୀ ୩.୫୦ ଲକ୍ଷ ଟଙ୍କା ଆୟ କରିପାରିବେ। ବର୍ତ୍ତମାନ କୋରାପୁଟରେ କଫି ଚାଷ ପାଇଁ ଜିଲ୍ଲା ପ୍ରଶାସନ ଆଗ୍ରହ ଦେଖାଉଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ଏହାକୁ କିପରି କରିହେବ ସେ ଦିଗରେ କଫିବୋର୍ଡ ସହ ଆଲୋଚନା କରିଛନ୍ତି। ଆସନ୍ତା ଦିନରେ ଆମେ ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସେମାନଙ୍କ ଅଞ୍ଚଳରେ କଫି ଚାଷ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବାକୁ କହିବାକୁ ଅନୁରୋଧ କରିବୁ।ମିଳିଥିବା ସୂଚନା ଅନୁସାରେ ୨୦୨୧ରେ ଟିଡିସିସି କୋରାପୁଟର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡା ଓ ପଟାଙ୍ଗୀ ଅଞ୍ଚଳର ପାଖାପାଖି ୧୯୩ ଜଣ ଚାଷୀଙ୍କଠାରୁ ୨୮.୭୯୦ ମେଟ୍ରିକ୍‍ ଟନ୍‍ କଫି କିଣିଥିଲେ। ଆଗାମୀ ଅମଳ ମାସ (ନଭେମ୍ବରରୁ ଜାନୁୟାରୀ) ସମୟରେ ଟିଡିସିସି ଜିଲ୍ଲାର ୬୦୦ ଆଦିବାସୀ କଫି ଚାଷୀଙ୍କଠାରୁ ପାଖାପାଖି ୧୦୦ ମେଟ୍ରିକ୍‍ ଟନ୍‍ କଫି ଫଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର