ରାଜ୍ୟରେ ବେକାବୁ କରୋନା : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୧୬୪ ପଜିଟିଭ୍‌, ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୨

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ୪, ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ଲମ୍ବ ଡିଆଁ ମାରି ୬ ହଜାର ପାର୍‌ କରିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୭୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫୮୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ […]

ଭୁବନେଶ୍ବର : ରାଜ୍ୟରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ୪, ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ଲମ୍ବ ଡିଆଁ ମାରି ୬ ହଜାର ପାର୍‌ କରିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୭୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫୮୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ


ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୬୧୬୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗିରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୨୦୫, କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୧୩୬ ପଜିଟିଭ ବାହାରିଛନ୍ତି। ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୨୨୯, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୪୨୭, ଷ୍ଟେଟପୁଲରୁ ୨୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି।


ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୮୮୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୦୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୧୩୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୭୪୯୯୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp