୬୦୦୦ ଲିଟର ଚୋରା ପେଟ୍ରୋଲୀୟମ ପଦାର୍ଥ ଜବତ, ଜଣେ ଅଟକ

The Sakala Picture
Published On

ଖୋର୍ଦ୍ଧା: ବେଆଇନ ଭାବେ ଗଛିତ ରଖି ଚୋରା ଚାଲାଣ କରାଯାଉଥିଲା କେରୋସିନ, ପେଟ୍ରୋଲ, ଡିଜେଲ ଭଳି ପେଟ୍ରୋଲିୟମ ପଦାର୍ଥ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀ ପୋଲିସ ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାର ପିତାପଲ୍ଲୀର ଏକ ଗୋଦାମ ଘରେ ଚଢ଼ାଉ କରି ଡ୍ରମ ଡ୍ରମ ଭର୍ତି ପେଟ୍ରୋଲିୟମ ପଦାର୍ଥ ଜବତ କରିଛି। ପ୍ରାୟ ୬୦୦୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣର ଏହି ତରଳ ପଦାର୍ଥ ଜବତ ହୋଇଛି। ଏହି ଘଟଣାରେ ଜଣକୁ […]

ଖୋର୍ଦ୍ଧା: ବେଆଇନ ଭାବେ ଗଛିତ ରଖି ଚୋରା ଚାଲାଣ କରାଯାଉଥିଲା କେରୋସିନ, ପେଟ୍ରୋଲ, ଡିଜେଲ ଭଳି ପେଟ୍ରୋଲିୟମ ପଦାର୍ଥ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀ ପୋଲିସ ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାର ପିତାପଲ୍ଲୀର ଏକ ଗୋଦାମ ଘରେ ଚଢ଼ାଉ କରି ଡ୍ରମ ଡ୍ରମ ଭର୍ତି ପେଟ୍ରୋଲିୟମ ପଦାର୍ଥ ଜବତ କରିଛି। ପ୍ରାୟ ୬୦୦୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣର ଏହି ତରଳ ପଦାର୍ଥ ଜବତ ହୋଇଛି। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ପୋଲିସ ଚଢ଼ାଉ କରିବା ସମୟରେ ସେଠାରେ ଥିବା କିଛି ଲୋକ ଚମ୍ପଟ ମାରିଥିଲେ। ଜବତ ପଦାର୍ଥର ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ। ବେଆଇନ ଭାବେ ଗଛିତ ରଖାଯାଇଥିବା ଏହି ପେଟ୍ରୋଲିୟମ ପଦାର୍ଥ ଉପରେ ତଦନ୍ତ ଚାଲିଛି ବୋଲି ଜଟଣୀ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର