ଚୁଲି ନିଆଁରେ ଜଲିଗଲା ୬ ବର୍ଷର କୁନି ଝିଅ; ପୋଡିହୋଇଯାଇଛି ଶରୀରର ୮୦ ପ୍ରତିଶତ, ଚିକିତ୍ସା ପାଇଁ ସହାୟତା ନିବେଦନ କଲେ ପରିବାର

The Sakala Picture
Published On

ବାଲେଶ୍ଵର:ସୁଜାତା ପାତ୍ର। ବୟସ ମାତ୍ର ୬ ବର୍ଷ। ଘରେ ମାଆକୁ ରୋଷେଇରେ ସାହାଯ୍ୟ କରିବା ବେଳେ ଜଳିଗଲା ଶରୀରର ୮୦ ପ୍ରତିଶତ। କୁନି ଝିଅ ଏବେ କଟକ ବଡ ମେଡିକାଲକରେ ଜୀବନ ମରଣ ସହ ସଂଗ୍ରାମ କରୁଛି। ଏଭଳି ଏକ ଦୁଃଖଦାୟକ ଘଟଣା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଘଟିଯାଇଛି। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି। ସଞ୍ଜୟ ପାତ୍ର(୩୦)ଙ୍କ ପରିବାର କହିଲେ […]

ବାଲେଶ୍ଵର:ସୁଜାତା ପାତ୍ର। ବୟସ ମାତ୍ର ୬ ବର୍ଷ। ଘରେ ମାଆକୁ ରୋଷେଇରେ ସାହାଯ୍ୟ କରିବା ବେଳେ ଜଳିଗଲା ଶରୀରର ୮୦ ପ୍ରତିଶତ। କୁନି ଝିଅ ଏବେ କଟକ ବଡ ମେଡିକାଲକରେ ଜୀବନ ମରଣ ସହ ସଂଗ୍ରାମ କରୁଛି। ଏଭଳି ଏକ ଦୁଃଖଦାୟକ ଘଟଣା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଘଟିଯାଇଛି। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସଞ୍ଜୟ ପାତ୍ର(୩୦)ଙ୍କ ପରିବାର କହିଲେ ସ୍ତ୍ରୀ , ଝିଅ ଏବଂ ପୁଅ। ବଡ଼ ଝିଅ ସୁଜାତାକୁ ୬ ବର୍ଷ ହୋଇଥିବାବେଳେ ପୁଅକୁ ମାତ୍ର ୩ ବର୍ଷ। ସୁଜାତା ସବୁଦିନ ପରି ହସୁ୍ଥିଲା ଏବଂ ଧୂଳି ଖେଳ ଖେଳୁଥିଲା। କିନ୍ତୁ ବିଧିର ବିଧାନ ଅଲଗା ଥିଲା। କଅଁଳ ବୟସରେ ନିଜ ମାଆକୁ ସାହାଯ୍ୟ କରିବା ବେଳେ ଚୁଲି ଲଗାଇବାକୁ ଯାଇ ନିଜେ ଜଳିଗଲା। ନିଜ ଶରୀରର ୮୦ ପ୍ରତିଶତ ନିଆଁରେ ପୋଡ଼ିହୋଇଗଲା। ସୁଜାତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବାପରେ ସେଠାରେ ପୁଣି ସ୍ୱାସ୍ଥ୍ୟର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତରମାନେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କଲେ। ବର୍ତ୍ତମାନ ସୁଜାତା କଟକ ବଡ଼ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ସୁଜାତାର ଜୀବନ ବିପଦରେ ରହିଛି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆବଶ୍ୟକତା ଥିବାବେଳେ ମାତ୍ର ବହୁ ଅର୍ଥର ଅଭାବ ହେତୁ ସୁଜାତାର ଚିକିତ୍ସା ସମ୍ଭବପର ହେଇପାରୁନାହିଁ। କାରଣ ସୁଜାତାର ବାପା ଦିନ ମଜୁରିଆ ଭାବେ ଲୋକମାନଙ୍କ ଘରେ ଖଟି ତା’ର ତେଲ ଲୁଣର ସଂସାରର ପେଟକୁ ମୁଠାଏ ଦିଓଳି ଦାନା ଯୋଗାନ୍ତି। ବଡ଼ ଝିଅ ସୁଜାତାର ଏପରି ଅବସ୍ଥା ଦେଖି ଉଭୟ ପିତାମାତା ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଝିଅର ଜୀବନ ବଞ୍ଚାଇବା ପାଇଁ ସରକାର ଏବଂ ସହୃଦୟ ବ୍ୟକ୍ତି ଏବଂ ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି। ତେଣୁ ଯଦି କେହି ସାହାଯ୍ୟ କରିବାକୁ ଚାହାନ୍ତି ୯୧୭୮୧୦୦୫୪୯ ନମ୍ବରରେ ଅର୍ଥ ଜମା କରିପାରିବେ। ତେବେ ଏନେଇ ‘ରେ ଅଫ୍ ହୋପସ୍’ ସଂଗଠନ ସହାୟତା ନେଇ ସ୍ବର ଉଠାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର