ବ୍ରହ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ୫ ମୃତ

Madhusudan Das Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୩ ବାଇକକୁ ଦଳିଦେଲା ଟ୍ରକ୍ । ଦୁର୍ଘଟଣାରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଡେଲିଭରୀ ବୟ ରହିଥିବାବେଳେ ଅନ୍ୟ ଜଣେ ଅଯୋଧ୍ୟା ନଗରର ସୂର୍ଯ୍ୟ ନାରାୟଣ ପଣ୍ଡା ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । 

ଆହୁରି ପଢ଼ନ୍ତୁ: କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ

ସୂଚନା ଅନୁସାରେ, ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁର ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ଆରୋହୀଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା ଟ୍ରକ । ଘଟଣା ସ୍ଥଳରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗୋଷାଣୀ ନୂଆଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

31 Jan 2026 By Madhusudan Das

ବ୍ରହ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ୫ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୩ ବାଇକକୁ ଦଳିଦେଲା ଟ୍ରକ୍ । ଦୁର୍ଘଟଣାରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଡେଲିଭରୀ ବୟ ରହିଥିବାବେଳେ ଅନ୍ୟ ଜଣେ ଅଯୋଧ୍ୟା ନଗରର ସୂର୍ଯ୍ୟ ନାରାୟଣ ପଣ୍ଡା ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । 

ସୂଚନା ଅନୁସାରେ, ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁର ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ଆରୋହୀଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା ଟ୍ରକ । ଘଟଣା ସ୍ଥଳରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗୋଷାଣୀ ନୂଆଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର