ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା, ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡ଼ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ
ବାରିପଦା : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା। ବାଙ୍ଗାଲୋର ସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡ଼ ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବରେ କାମ କରିବେ। ସମସ୍ତଙ୍କ ଖାଇବା ରହିବା କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆଜି ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୮ ଜଣ ଯୁବତୀ ବାଙ୍ଗଲୋର […]
ବାରିପଦା : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା। ବାଙ୍ଗାଲୋର ସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡ଼ ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବରେ କାମ କରିବେ। ସମସ୍ତଙ୍କ ଖାଇବା ରହିବା କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆଜି ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୮ ଜଣ ଯୁବତୀ ବାଙ୍ଗଲୋର ଅଭିମୁଖେ ଯାତ୍ରା କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀ ମାନଙ୍କୁ ସ୍ବତନ୍ତ୍ର ବସ ଯୋଗ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଉଛି। ସନ୍ଧ୍ୟା ୮ ଟା ୨୦ ମିନିଟ ସମୟରେ ଟାଟା କମ୍ପାନୀ ପକ୍ଷରୁ ବୁକିଂ ହୋଇଥିବା ଏୟାର ଏସିଆ ବିମାନରେ ଯୁବତୀ ମାନେ ଯିବେ। ୨ୟ ପର୍ଯ୍ୟାୟରେ ଆସନ୍ତା କାଲି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ସ୍ବତନ୍ତ୍ର ବିମାନ ରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀ ମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ ଟି ସ୍ବତନ୍ତ୍ର ବସ କରାଯାଇଛି।
ସେହିଭଳି ୨୦ ତାରିଖରେ ରେ ସୁନ୍ଦରଗଡର ଅନ୍ୟ ୭୦ ଜଣ ବାଳିକା ମଧ୍ୟ ବାଙ୍ଗଲୋର ଯିବେ। ୨୧ ତାରିଖରେ ଫୁଲବାଣୀରୁ ଚୟନ ହୋଇଥିବା ୫ ଜଣ ଯୁବତୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏମ୍ଳୋୟମେଣ୍ଟ ଅଫିସରେ ନାମ ପଞ୍ଜିକରଣ କରିଥିବା ଯୁବତୀ ମାନଙ୍କୁ ଅଫିସର ମାନେ ଚିହ୍ନଟ କରିବା ସହ ଟାଟା କମ୍ପାନୀ ପକ୍ଷରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିଥିଲେ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ମଧ୍ୟ ଉପାନ୍ତ ଜିଲ୍ଲା ଗୁଡିକରୁ ଶହ ଶହ ଆଦିବାସୀ ଯୁବତୀ ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ସେମାନେ କମ୍ପାନୀ ରେ କେମିତି ରହିଛନ୍ତି ଏବଂ କି କାମ କରୁଛନ୍ତି କେତେ ଲାଭବାନ ସେ ନେଇ ନୂଆ ପିଲାମାନଙ୍କୁ ଅଭିଜ୍ଞତା ବାଣ୍ଟିଛନ୍ତି।
ଏହି କ୍ରମରେ ଓଡ଼ିଶା ସରକାରଙ୍କ ରାଜ୍ୟ ଶ୍ରମ ବିଭାଗ, ସ୍କିଲ ଇନ୍ ଓଡ଼ିଶା, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଟାଟା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବାରିପଦା ଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୟୂରଭଞ୍ଜ ଜିଲ୍ଲାରୁ ୭୮ଜଣ ଛାତ୍ରୀ ମାନଙ୍କୁ ନେଇ ତାମିଲନାଡୁ ରାଜ୍ୟକୁ ନିଯୁକ୍ତି ପାଇଁ ଯାଇଛନ୍ତି। ଗତ ସେପ୍ଟେମ୍ବର ୨୬ ତାରିଖରେ ବାଲେଶ୍ଵର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମୋଟ ୧୭୨ ଜଣ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଟାଟା କମ୍ପାନୀରେ ନିଯୁକ୍ତି ମିଳିଥିଲା। ବାରିପଦାର ପୂର୍ଣ୍ଣଚନ୍ଦ୍ର ଆଇ.ଟି.ଆଇ ପରିସରରେ ଟାଟା ଇଲେକ୍ଟ୍ରୋନିକ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଛାତ୍ରୀମାନଙ୍କୁ ନେଇ ଏକ କର୍ମନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି ଏବଂ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।