ପାଗଳା କୁକୁର କାମୁଡାରେ ୩ ବର୍ଷର ଶିଶୁ କନ୍ୟା ମୃତ, ୧୨ ଆହତ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ବାଲିପଟା ଓ କଳଙ୍ଗାପାଲି ଗାଁରେ ପାଗଳା କୁକୁର ଆତଙ୍କ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର। ପାଟଣାଗଡ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ପାଗଳ କୁକୁର କାମୁଡ଼ାରେ ୧୨ରୁ ଅଧିକ ଲୋକ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ […]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ବାଲିପଟା ଓ କଳଙ୍ଗାପାଲି ଗାଁରେ ପାଗଳା କୁକୁର ଆତଙ୍କ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର। ପାଟଣାଗଡ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ପାଗଳ କୁକୁର କାମୁଡ଼ାରେ ୧୨ରୁ ଅଧିକ ଲୋକ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି।

ଆହୁରି ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି, ଜିଲ୍ଲା ବୁଲିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ସୂଚନା ଅନୁସାରେ, ଘର ବାହାରେ ୩ ବର୍ଷର ଶିଶୁ କନ୍ୟାଟି ଖେଳୁଥିବା ବେଳେ ହଠାତ ଏକ ପାଗଳା କୁକୁର ଆସି ଝୁଣି ପକାଇଥିଲା । କୁକୁର କାମୁଡାରେ ଶିଶୁକନ୍ୟାର ମୁହଁ, ବେକ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥଲା । ଚିତ୍କାର ଶୁଣି ପରିବାର ଲୋକେ କୁକୁର ପାଟିରୁ ରକ୍ତାକ୍ତ ଅବସ୍ଥାରେ ଦୀପାକୁ ଉଦ୍ଧାର କରିଥିଲେ। ପରେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। କେବଳ ଶିଶୁଟିକୁ ନୁହେଁ ଉକ୍ତ ପାଗଳା କୁକୁର କାମୁଡାରେ ଆଉ ୧୨ଜଣ ଲୋକ ଆହତ ହୋଇଥିବା ସୂଚନା । ଅନ୍ୟପକ୍ଷରେ ପାଗଳ କୁକୁରକୁ ଗାଁ ଲୋକେ ପିଟିପିଟି ମାରିଦେଇଥିବା ଶୁଣିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି: ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବାକୁ ଯୁବକଙ୍କ ଉଦ୍ୟମ

13 Oct 2022 By The Sakala

ପାଗଳା କୁକୁର କାମୁଡାରେ ୩ ବର୍ଷର ଶିଶୁ କନ୍ୟା ମୃତ, ୧୨ ଆହତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ବାଲିପଟା ଓ କଳଙ୍ଗାପାଲି ଗାଁରେ ପାଗଳା କୁକୁର ଆତଙ୍କ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର। ପାଟଣାଗଡ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ପାଗଳ କୁକୁର କାମୁଡ଼ାରେ ୧୨ରୁ ଅଧିକ ଲୋକ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ଘର ବାହାରେ ୩ ବର୍ଷର ଶିଶୁ କନ୍ୟାଟି ଖେଳୁଥିବା ବେଳେ ହଠାତ ଏକ ପାଗଳା କୁକୁର ଆସି ଝୁଣି ପକାଇଥିଲା । କୁକୁର କାମୁଡାରେ ଶିଶୁକନ୍ୟାର ମୁହଁ, ବେକ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥଲା । ଚିତ୍କାର ଶୁଣି ପରିବାର ଲୋକେ କୁକୁର ପାଟିରୁ ରକ୍ତାକ୍ତ ଅବସ୍ଥାରେ ଦୀପାକୁ ଉଦ୍ଧାର କରିଥିଲେ। ପରେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। କେବଳ ଶିଶୁଟିକୁ ନୁହେଁ ଉକ୍ତ ପାଗଳା କୁକୁର କାମୁଡାରେ ଆଉ ୧୨ଜଣ ଲୋକ ଆହତ ହୋଇଥିବା ସୂଚନା । ଅନ୍ୟପକ୍ଷରେ ପାଗଳ କୁକୁରକୁ ଗାଁ ଲୋକେ ପିଟିପିଟି ମାରିଦେଇଥିବା ଶୁଣିବାକୁ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର