ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ପୁରୀ: ଅଧାରେ ରହିଗଲା ମହାପ୍ରଭୁଙ୍କ ଦର୍ଶନ କରିବାର ଆଶା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବାବେଳେ ଅଧାବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୨ଟି ଜୀବନ। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଠପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କାଠପୋଲ ଡ଼ାଇଭର୍ସନ ନିକଟରେ ଘଟିଛି ଘଟଣା । ମୃତକ ଦୁଇ ଜଣଙ୍କ ପରିଚୟ ହେଉଛି ପିପିଲି ଓରକଳର […]
ପୁରୀ: ଅଧାରେ ରହିଗଲା ମହାପ୍ରଭୁଙ୍କ ଦର୍ଶନ କରିବାର ଆଶା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବାବେଳେ ଅଧାବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୨ଟି ଜୀବନ। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଠପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କାଠପୋଲ ଡ଼ାଇଭର୍ସନ ନିକଟରେ ଘଟିଛି ଘଟଣା । ମୃତକ ଦୁଇ ଜଣଙ୍କ ପରିଚୟ ହେଉଛି ପିପିଲି ଓରକଳର ସି୍ଧେଶ୍ୱର ଦାସ ଓ ତ୍ରିଲୋଚନ ପ୍ରଧାନ । ଗୁରୁତର ଜଣକ ହେଲେ ପ୍ରଦୀପ ଦାସ ।
ସୂଚନାନୁସାରେ ସକାଳୁ ମର୍ଣ୍ଣିଙ୍ଗ ୱାଲ୍କ ରେ ଆସିଥିଲେ ଘରୁ । ହେଲେ ପରେ ପୁରୀ ବୁଲିବାକୁ ଆସୁଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ପୁରୀ ମାଳତୀପାଟପୁର ଠାରେ ସେମାନଙ୍କର ବାଇକ୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଦୀପ ଦାସଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।