ପ୍ରେମ ଜାଲରେ ଫସାଇ ଯୁବତୀଙ୍କ ଠାରୁ ୧୦ ଲକ୍ଷ ଲୁଟିନେଲା ପ୍ରେମିକ

The Sakala Picture
Published On

ଭୁବନେଶ୍ୱର : ସହିଦନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କାର ଲୁଟ୍‍ କରିଥିବା ପ୍ରେମିକ ପଦ୍ମନାଭ ଚୌଧୁରୀ ଘରେ ପୁଲିସ ଚଢ଼ଉ କରିଛି। ସହିଦନଗର ଥାନାର ଏକ ଟିମ୍‍ ସହିଦନଗର ଅଞ୍ଚଳରେ ଥିବା ପଦ୍ମନାଭର ଘର ଉପରେ ଚଢ଼ଉ କରିଥିଲା। ହେଲେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତ ଘର ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଯୁବତୀ ଜଣଙ୍କ ଏକ ଘରୋଇ ଅଫିସରେ ଚାକିରି […]

ଭୁବନେଶ୍ୱର : ସହିଦନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କାର ଲୁଟ୍‍ କରିଥିବା ପ୍ରେମିକ ପଦ୍ମନାଭ ଚୌଧୁରୀ ଘରେ ପୁଲିସ ଚଢ଼ଉ କରିଛି। ସହିଦନଗର ଥାନାର ଏକ ଟିମ୍‍ ସହିଦନଗର ଅଞ୍ଚଳରେ ଥିବା ପଦ୍ମନାଭର ଘର ଉପରେ ଚଢ଼ଉ କରିଥିଲା। ହେଲେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତ ଘର ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରାଚୀ, ଧନୁଆ ଓ ଦୟା ନଦୀର ହେବ ପୁନରୁଦ୍ଧାର

ମିଳିଥିବା ତଥ୍ୟ ଅନୁସାରେ, ଯୁବତୀ ଜଣଙ୍କ ଏକ ଘରୋଇ ଅଫିସରେ ଚାକିରି କରୁଥିଲେ। ଏହି ଚାକିରି ସମୟରେ ପ୍ରେମିକ ପଦ୍ମନାଭ ସହ ତାଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ଯୁବତୀର ଫୋନ୍‍ ନମ୍ବର ମାଗି ନେବା ପରେ ତାଙ୍କ ସହ କଥା ହୋଇଥିଲା। ପରେ ତାଙ୍କୁ ପ୍ରେମ ନିବେଦନ କରିଥିଲା। ପଦ୍ମନାଭ ତାଙ୍କୁ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖାଇଥିଲେ। ସେ ଆଉ କିଛି ଦିନ ଗଲେ ସିବିଆଇ ଅଫିସର ହୋଇଯିବେ। ନିକଟରେ ସେ ଏହାର ପରୀକ୍ଷା ଦେଇଥିଲେ। ଏଥିରେ ସେ କୃତ୍ତକାର୍ଯ୍ୟ ହୋଇଛନ୍ତି। କେବଳ ମୌଖିକ ପରୀକ୍ଷା ବାକି ରହିଛି। ଏଥିରେ ସେ ସଫଳ ହେବେ ବୋଲି କହିଥିଲେ। ତେଣୁ ତାଙ୍କୁ ବିବାହ କରି ପାଖରେ ରଖିବ ବୋଲି ପଦ୍ମନାଭ କହିଥିଲା।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ଏଭଳି କଥାରେ ଯୁବତୀ ଜଣଙ୍କ ବିଶ୍ୱାସ କରିଥିଲେ। ଅନେକ ସମୟରେ ପ୍ରେମିକ ଯୁବତୀଙ୍କ ଘରକୁ ଯାଇ ରହୁଥିଲେ। ପ୍ରେମିକ ପଦ୍ମନାଭ ଯୁବତୀଙ୍କୁ କୌଣସି କାମ ପାଇଁ ୧୨ହଜାର ଟଙ୍କା ମାଗି ନେଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ତାହା ଫେରାଇ ଦେଇଥିଲେ। ଯୁବତୀ ଘରେ ନଥିବା ବେଳେ ପଦ୍ମନାଭ ତାଙ୍କ ଘର ଭିତରେ ପଶି ନଗଦ ଅଢ଼େଇ ଲକ୍ଷ ଟଙ୍କା ଏବଂ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପଦ୍ମନାଭକୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

26 Dec 2021 By The Sakala

ପ୍ରେମ ଜାଲରେ ଫସାଇ ଯୁବତୀଙ୍କ ଠାରୁ ୧୦ ଲକ୍ଷ ଲୁଟିନେଲା ପ୍ରେମିକ

ଭୁବନେଶ୍ୱର : ସହିଦନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କାର ଲୁଟ୍‍ କରିଥିବା ପ୍ରେମିକ ପଦ୍ମନାଭ ଚୌଧୁରୀ ଘରେ ପୁଲିସ ଚଢ଼ଉ କରିଛି। ସହିଦନଗର ଥାନାର ଏକ ଟିମ୍‍ ସହିଦନଗର ଅଞ୍ଚଳରେ ଥିବା ପଦ୍ମନାଭର ଘର ଉପରେ ଚଢ଼ଉ କରିଥିଲା। ହେଲେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତ ଘର ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ, ଯୁବତୀ ଜଣଙ୍କ ଏକ ଘରୋଇ ଅଫିସରେ ଚାକିରି କରୁଥିଲେ। ଏହି ଚାକିରି ସମୟରେ ପ୍ରେମିକ ପଦ୍ମନାଭ ସହ ତାଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ଯୁବତୀର ଫୋନ୍‍ ନମ୍ବର ମାଗି ନେବା ପରେ ତାଙ୍କ ସହ କଥା ହୋଇଥିଲା। ପରେ ତାଙ୍କୁ ପ୍ରେମ ନିବେଦନ କରିଥିଲା। ପଦ୍ମନାଭ ତାଙ୍କୁ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖାଇଥିଲେ। ସେ ଆଉ କିଛି ଦିନ ଗଲେ ସିବିଆଇ ଅଫିସର ହୋଇଯିବେ। ନିକଟରେ ସେ ଏହାର ପରୀକ୍ଷା ଦେଇଥିଲେ। ଏଥିରେ ସେ କୃତ୍ତକାର୍ଯ୍ୟ ହୋଇଛନ୍ତି। କେବଳ ମୌଖିକ ପରୀକ୍ଷା ବାକି ରହିଛି। ଏଥିରେ ସେ ସଫଳ ହେବେ ବୋଲି କହିଥିଲେ। ତେଣୁ ତାଙ୍କୁ ବିବାହ କରି ପାଖରେ ରଖିବ ବୋଲି ପଦ୍ମନାଭ କହିଥିଲା।

ଏଭଳି କଥାରେ ଯୁବତୀ ଜଣଙ୍କ ବିଶ୍ୱାସ କରିଥିଲେ। ଅନେକ ସମୟରେ ପ୍ରେମିକ ଯୁବତୀଙ୍କ ଘରକୁ ଯାଇ ରହୁଥିଲେ। ପ୍ରେମିକ ପଦ୍ମନାଭ ଯୁବତୀଙ୍କୁ କୌଣସି କାମ ପାଇଁ ୧୨ହଜାର ଟଙ୍କା ମାଗି ନେଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ତାହା ଫେରାଇ ଦେଇଥିଲେ। ଯୁବତୀ ଘରେ ନଥିବା ବେଳେ ପଦ୍ମନାଭ ତାଙ୍କ ଘର ଭିତରେ ପଶି ନଗଦ ଅଢ଼େଇ ଲକ୍ଷ ଟଙ୍କା ଏବଂ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପଦ୍ମନାଭକୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର