ଜାଣନ୍ତୁ ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ କ’ଣ ସର୍ତ୍ତ ରଖିଛି ଭାରତ……

The Sakala Picture
Published On

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ( ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ) ସ୍ତରରେ ଆଲୋଚନା ପରେ ଶନିବାର ସନ୍ଧ୍ୟାରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୫ଟାରୁ ଯୁଦ୍ଧ ବିରତି କାର୍ଯ୍ୟକାରୀ କରାଯାଇଥିଲା ବେଳେ ଏ ସମ୍ପର୍କିତ ପରବର୍ତ୍ତୀ ଆଲୋଚନା ଆସନ୍ତା ୧୨ ତାରିଖରେ ହେବ ବୋଲି କୁହାଯାଇଛି। ହେଲେ ଯୁଦ୍ଧ ବିରତି ପାଇଁ ଭାରତ ପକ୍ଷରୁ ଯେଉଁ କିଛି ସର୍ତ୍ତ ରଖାଯାଇଛି ସେଥିମଧ୍ୟରୁ ପରୋକ୍ଷ ଭାବେ କିଛି ସୂଚନା ମିଳିଛି। ଯଦି […]

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ( ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ) ସ୍ତରରେ ଆଲୋଚନା ପରେ ଶନିବାର ସନ୍ଧ୍ୟାରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୫ଟାରୁ ଯୁଦ୍ଧ ବିରତି କାର୍ଯ୍ୟକାରୀ କରାଯାଇଥିଲା ବେଳେ ଏ ସମ୍ପର୍କିତ ପରବର୍ତ୍ତୀ ଆଲୋଚନା ଆସନ୍ତା ୧୨ ତାରିଖରେ ହେବ ବୋଲି କୁହାଯାଇଛି। ହେଲେ ଯୁଦ୍ଧ ବିରତି ପାଇଁ ଭାରତ ପକ୍ଷରୁ ଯେଉଁ କିଛି ସର୍ତ୍ତ ରଖାଯାଇଛି ସେଥିମଧ୍ୟରୁ ପରୋକ୍ଷ ଭାବେ କିଛି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବାଧ୍ୟତାମୂଳକ ଶ୍ରମ ଅଭିଯୋଗ: ଭାରତ ସମେତ ୬୦ଟି ଦେଶ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକାର ପ୍ରସ୍ତାବ

ଯଦି ଆଗାମୀ ଦିନରେ ପାକିସ୍ତାନ ପ୍ରରୋଚନାରେ ଭାରତରେ କୌଣସି ଆତଙ୍କବାଦ କାର୍ଯ୍ୟ କରାଯାଏ ତେବେ ଏହାକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ ଏବଂ ସେହି ଅନୁସାରେ ପାକିସ୍ତାନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

  • ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ
  • ବ୍ୟବସାୟିକ ସମ୍ପର୍କ ବନ୍ଦ ରହିବ
  • ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ
  • ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ
  • ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ
  • କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ

ସେହିପରି ଯୁଦ୍ଧ ବିରତି ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ ଭାବେ କୌଣସି ସର୍ତ୍ତ ରଖାଯାଇ ନଥିଲେ ହେଁ ପୂର୍ବରୁ ସିନ୍ଧୁ ନଦୀ ଜଳ ବନ୍ଦକୁ ନେଇ ଭାରତ ନେଇଥିବା ନିଷ୍ପତ୍ତିରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି। ଏହାଛଡ଼ା ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ମଧ୍ୟ କିଛି ସର୍ତ୍ତ ରହିଛି। ଯୁଦ୍ଧ ବିରତି ସତ୍ତ୍ବେ ଭାରତର ତିନି ସେନା ଏହାର ସମସ୍ତ ଘାଟି ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥଳରେ ପୂର୍ଣ୍ଣ ସତର୍କତା ସହ ପ୍ରସ୍ତୁତି ଜାରି ରଖିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

11 May 2025 By The Sakala

ଜାଣନ୍ତୁ ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ କ’ଣ ସର୍ତ୍ତ ରଖିଛି ଭାରତ……

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ( ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ) ସ୍ତରରେ ଆଲୋଚନା ପରେ ଶନିବାର ସନ୍ଧ୍ୟାରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୫ଟାରୁ ଯୁଦ୍ଧ ବିରତି କାର୍ଯ୍ୟକାରୀ କରାଯାଇଥିଲା ବେଳେ ଏ ସମ୍ପର୍କିତ ପରବର୍ତ୍ତୀ ଆଲୋଚନା ଆସନ୍ତା ୧୨ ତାରିଖରେ ହେବ ବୋଲି କୁହାଯାଇଛି। ହେଲେ ଯୁଦ୍ଧ ବିରତି ପାଇଁ ଭାରତ ପକ୍ଷରୁ ଯେଉଁ କିଛି ସର୍ତ୍ତ ରଖାଯାଇଛି ସେଥିମଧ୍ୟରୁ ପରୋକ୍ଷ ଭାବେ କିଛି ସୂଚନା ମିଳିଛି।

ଯଦି ଆଗାମୀ ଦିନରେ ପାକିସ୍ତାନ ପ୍ରରୋଚନାରେ ଭାରତରେ କୌଣସି ଆତଙ୍କବାଦ କାର୍ଯ୍ୟ କରାଯାଏ ତେବେ ଏହାକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ ଏବଂ ସେହି ଅନୁସାରେ ପାକିସ୍ତାନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

  • ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ
  • ବ୍ୟବସାୟିକ ସମ୍ପର୍କ ବନ୍ଦ ରହିବ
  • ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ
  • ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ
  • ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ
  • କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ

ସେହିପରି ଯୁଦ୍ଧ ବିରତି ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ ଭାବେ କୌଣସି ସର୍ତ୍ତ ରଖାଯାଇ ନଥିଲେ ହେଁ ପୂର୍ବରୁ ସିନ୍ଧୁ ନଦୀ ଜଳ ବନ୍ଦକୁ ନେଇ ଭାରତ ନେଇଥିବା ନିଷ୍ପତ୍ତିରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି। ଏହାଛଡ଼ା ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ମଧ୍ୟ କିଛି ସର୍ତ୍ତ ରହିଛି। ଯୁଦ୍ଧ ବିରତି ସତ୍ତ୍ବେ ଭାରତର ତିନି ସେନା ଏହାର ସମସ୍ତ ଘାଟି ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥଳରେ ପୂର୍ଣ୍ଣ ସତର୍କତା ସହ ପ୍ରସ୍ତୁତି ଜାରି ରଖିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର