Wednesday Horoscope: ବୁଧବାର ରାଶିଫଳ ( ୦୪-୦୨-୨୦୨୬)

Madhusudan Das Picture
Published On

ମେଷ: ସକରାତ୍ମକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ପୂର୍ବର ଭୁଲ୍‌କୁ ଅନୁଧ୍ୟାନ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ସଫଳତା ପାଇବେ। ଆୟ ଓ ବ୍ୟୟ ସମାନ ରହିବ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୦୩-୦୨-୨୦୨୬ )

ବୃଷ: ଅଟକି ଥିବା କାର୍ଯ୍ୟରେ  ସଫଳତା ମିଳିପାରେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ମାନ ସମ୍ମାନ ବୃଦ୍ଧି ପାଇବ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୨-୨୦୨୬ )

ମିଥୁନ: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। ଅଯଥା କଥାରେ ଯୁକ୍ତି କରନ୍ତୁନି। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୯-୦୧-୨୦୨୬ )

କର୍କଟ: ମାନସିକ ଶାନ୍ତି ମିଳିବ। ଅପେକ୍ଷାର ଫଳ ମିଳିପାରେ।  କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ । ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି।

ସିଂହ: ନିଜ ଲୋକ ଶତ୍ରୁ ସାଜିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରହୁନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କଳାକାରଙ୍କ ପାଇଁ ଦିନଟି ଭଲ। ଜମି ବିବାଦର ସମାଧାନ ହେବ। ଅତିଥି ସତ୍କାର କରିପାରନ୍ତି। 

କନ୍ୟା: ପରିବାର ସହିତ ସମୟ ବିତାନ୍ତୁ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯାତାୟତ ସମୟରେ ସତର୍କତା  ଅବଲମ୍ବନ କରନ୍ତୁ।

ତୁଳା: ଅଫିସ କାମକୁ ନେଇ ଚିନ୍ତାରେ ରହିପାରନ୍ତି। ଅନ୍ୟମାନଙ୍କ କଥାରେ ପରିଚାଳିତ ହୁଅନ୍ତୁ ନାହିଁ। ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ। ମହିଳାମାନଙ୍କ ପାଇଁ ଦିନଟି ଭଲ। 

ବିଛା: ଯୋଜନା ମୁତାବକ କାମ କରିବା ଭଲ। ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁନି। ରାଜନୀତିରେ ସକ୍ରିୟ ରହିପାରନ୍ତି। ମନ ମୁତାବକ କାମ କରନ୍ତୁ। ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ।

ଧନୁ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପିଲାମାନଙ୍କ ନକାରାତ୍ମକ ଗତିବିଧିକୁ ନେଇ ଚିନ୍ତାରେ ରହିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ। 

ମକର: ଯୁବପିଢ଼ିଙ୍କ ପାଇଁ ଦିନଟି ଭଲ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପେଟଜନିତ ସମସ୍ୟା ହେବାର ଆଶଙ୍କା ରହିଛି। 

କୁମ୍ଭ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ଅତିଥି ସତ୍କାରରେ ଦିନ ବିତିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ  ପ୍ରଦର୍ଶନ କରିବେ।

ମୀନ: ପରିବାର ପାଇଁ ସମୟ କାଢ଼ନ୍ତୁ। ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବଢ଼ିବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp