Wednesday Horoscope: ବୁଧବାର ରାଶିଫଳ ( ୨୮-୦୧-୨୦୨୬)

Madhusudan Das Picture
Published On

ମେଷ: ବ୍ୟବସାୟରୁ ସଫଳତା ମିଳିବ। ସନ୍ତାନଙ୍କ ପ୍ରଗତିରେ ଅଭିଭାବକ ଖୁସି ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି।

ଆହୁରି ପଢ଼ନ୍ତୁ: ଫେବୃଆରୀ ମାସରେ ସୂର୍ଯ୍ୟଙ୍କ ମହାଗୋଚର: ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ମିଳିବ ପ୍ରଚୁର ଧନ ଓ ସମ୍ମାନ

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ବହୁତ ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୯-୦୧-୨୦୨୬ )

ମିଥୁନ: କୌଣସି କ୍ଷେତ୍ରରୁ ଆଘାତ ପାଇ ପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରଭୁ ମହାଦେବଙ୍କ ଆରାଧନା କରନ୍ତୁ।

ସିଂହ: ଶତ୍ରୁଙ୍କୁ ଦୁର୍ବଳ ମନେ କରନ୍ତୁନି । ଅଟକି ଥିବା କାର୍ଯ୍ୟ ସମାପନ ହେବ। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।

କନ୍ୟା: ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେବ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। 

ତୁଳା: ଭୂମି, ଯାନବାହନ କିଣିବାର ଅଧିକ ସମ୍ଭାବନା ରହିଛି। ଅଭିଭାବକମାନେ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି।

ବିଛା: ସ୍ବାସ୍ଥ୍ୟ ଭଲ ରହିବ। ସନ୍ତାନଙ୍କ ଖୁସିରେ ଖୁସି ହେବେ। ଅଚାନକ ଖୁସି ଖବର ମିଳିପାରେ।  ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେେବ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।

ଧନୁ: ସୃଜନଶୀଳତା ବୃଦ୍ଧି ପାଇବ। ପ୍ରେମ ବ୍ୟାପାରରେ ସଫଳ  ହେବେ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ  ମିଳିପାରେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ।

ମକର: ସରକାରୀ ଚାକିରିଆଙ୍କ ପାଇଁ ଆଜି ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ । ଦିନଟି ବେଶ୍‌ ହସଖୁସିରେ ବିତିବ।

କୁମ୍ଭ: ଅଚାନକ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ: ଜମି କିଣାବିକା ଯୋଗ ରହିଛି। ଅଧିକ ଲାଭ ପାଇବା ଆଶାରେ ଭୁଲ୍‌ କରନ୍ତୁନି। ପାରିବାରିକ ସମସ୍ୟା ସମାଧାନ ହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp