Wednesday Horoscope: ବୁଧବାର ରାଶିଫଳ ( ୧୧-୦୨-୨୦୨୬)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।
ବୃଷ: ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ। କୌଣସି ବି ପରିସ୍ଥିତିରେ ହାର୍ ମାନନ୍ତୁନି। କଠିନ ପରିଶ୍ରମ କରି ସଫଳ ହୋଇପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। କୋର୍ଟ କଚେରୀ ମାମଲାରୁ ବିଜୟୀ ହେବେ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିବ।
କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ମାନ ସମ୍ମାନ ବୃଦ୍ଧି ପାଇବ। ଜୀବନସାଥିଙ୍କ ସହଯୋଗ ଲୋଡିବେ। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହୋଇପାରନ୍ତି।
ସିଂହ: ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅତିଥି ସତ୍କାର କରିପାରନ୍ତି। ଅଯଥା ଖର୍ଚ୍ଚ ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
କନ୍ୟା: ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ପୁରୁଣା ରୋଗରୁ ଆରାମ ମିଳିବ। ଅକସ୍ମାତ ଖୁସି ଖବର ପାଇବେ। ଜୀବନସାଥିଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। କର୍ମକ୍ଷେତ୍ରରେ ନୂତନ ସହଯୋଗୀଙ୍କ ସାହାଯ୍ୟ ମିଳିବ।
ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟର କଥା ଚିନ୍ତା କରିବେ।
ଧନୁ: ବନ୍ଧୁ ମିଳନ ଯୋଗ ରହିଛି। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ।
ମକର: ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ପରିବାର ସହିତ କିଛି ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି।
କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି। ଅତିଥିଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ଜୀବନସାଥିଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ। ଆଶା କରିଥିବାରୁ ଦିଗରୁ ନିରାଶ ହୋଇପାରନ୍ତି।
ମୀନ: ଆଖି ବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ ।





