Tuesday Horoscope: ମଙ୍ଗଳବାର ରାଶିଫଳ ( ୦୩-୦୨-୨୦୨୬ )

Madhusudan Das Picture
Published On

ମେଷ: ନିଜ ରୁଚି ଅନୁସାରେ କାମ କରିବେ। ବନ୍ଧୁ ମିଳନ ଯୋଗ ରହିଛି। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିବେ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୮-୦୧-୨୦୨୬)

ବୃଷ: ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କ ସମ୍ପର୍କରେ ଆସିପାରନ୍ତି। ଅଚାନକ କୌଣସି ପ୍ରକାର ସମସ୍ୟାରେ ପଡ଼ିପାରନ୍ତି। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୨-୨୦୨୬ )

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ମାନସିକ ଶାନ୍ତି ମିଳିବ। ଦୂରସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ। ଅଫିସ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିଶ୍ରମ ଅନୁସାରେ ଫଳ ମିଳିବ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୯-୦୧-୨୦୨୬ )

କର୍କଟ: ଆଜି ପ୍ରଭାବଶାଳୀ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ନୂତନ ଦାୟିତ୍ବ ମିଳିପାରେ। ରାଜନେତାଙ୍କ ପାଇଁ ଦିନଟି ଭଲ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

ସିଂହ: ଦିନଟି ହସଖୁସିରେ ବିତିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ। ବନ୍ଧୁଙ୍କ କଥା ଆଘାତ ଦେବ। ନିଜ ସାମର୍ଥ୍ୟ ମୁତାବକ ଅନ୍ୟମାନଙ୍କୁ ସାହାଯ୍ୟ କରିବେ।

କନ୍ୟା: କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ  ରଖନ୍ତୁ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ।

ତୁଳା: ପରିଶ୍ରମର ଫଳ ମିଳିବ।  ନିଜ ଲୋକ ଶତ୍ରୁ ସାଜି ପାରନ୍ତି।  ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ଆଗେ ପ୍ରକାଶ କରନ୍ତୁନି। ଶାରୀରିକ ଏବଂ ମାନସିକ ଥକ୍କାପଣ ଅନୁଭବ କରିପାରନ୍ତି। 

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ବନ୍ଧୁମିଳନ ଯୋଗ ଅଛି। ମାଲିମକଦ୍ଦମା ଲାଗି ସମୟ ଅନୁକୂଳ ନୁହେଁ। 

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ।

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ। 

କୁମ୍ଭ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ। ଅଫିସ୍‌ରେ କାର୍ଯ୍ୟଭାର କମ୍ ହୋଇପାରେ। 

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟରେ ମତ ଭେଦ ହୋଇପାରେ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp