Tuesday Horoscope: ମଙ୍ଗଳବାର ରାଶିଫଳ (୦୧-୦୯-୨୦୨୬)

Madhusudan Das Picture
Published On

ମେଷ: କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।  

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୮-୦୮-୨୦୨୬ )

ବୃଷ: ଧର୍ମକର୍ମ ପ୍ରତି ମନ ବଳିପାରେ। ଆୟ ଆଶାନୁରୂପ ହେବ। ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ପିତାମାତା ଚିନ୍ତିତ ରହିପାରନ୍ତି। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ବ୍ୟବସାୟ ଲାଭଜନକ ହେବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୩୧-୦୮-୨୦୨୬)

କର୍କଟ: ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହୋଇପାରେ। ପରୋପକାରୀ ହେବେ। ରାଜନେତାଙ୍କ ପାଇଁ ଦିନଟି ଭଲ।

ସିଂହ: ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧନ ହେବ। ଅତିଥି ସତ୍କାର କରିପାରନ୍ତି। ଭାଇଭାଇଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇପାରେ।  

କନ୍ୟା: ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଆୟ ଓ ବ୍ୟୟ ସମାନ ରହିବ। ଲୋକ ସମ୍ପର୍କ ବୃଦ୍ଧି ପାଇପାରେ।  ରାଜନୀତିରେ ସାମିଲ ହୋଇପାରନ୍ତି। 

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଚାନକ ଖୁସି ଖବର ମିଳିବ। ପିଲାମାନେ ଖେଳମନସ୍କ ହେବେ।  କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଅଫିସ୍‌ କର୍ମଚାରୀଙ୍କ ସହଯୋଗ ମିଳିପାରେ। 

ବିଛା: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୋଜନା ମୁତାବକ କାମ କରିବେ। କର୍ମଚଞ୍ଚଳ ରହିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।  

ଧନୁ: ତରବରିଆ ଭାବେ ନିଷ୍ପତ୍ତି ନେବା ଅନୁଚିତ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ପାଇଁ ସମୟ ବାହାର କରିବେ। ସମାଜସେବାରେ ନିଜକୁ ନିୟୋଜିତ କରିବେ। 

ମକର: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି। ଆଇଟି କର୍ମଚାରୀଙ୍କୁ ସଫଳତା ମିଳିବ। 

କୁମ୍ଭ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।  

ମୀନ: ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିପାରେ। ଯୋଜନା ମୁତାବକ କାମ କରିବେ । ନୂତନ ବ୍ୟବସାୟରୁ ଲାଭ ମିଳିପାରେ। ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp