ମନୋରଞ୍ଜନ
Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୨-୨୦୨୬ )
ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ଆପଣଙ୍କ ପାଇଁ ସମୟ ବହୁତ ଭଲ। ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଧନ ପ୍ରାପ୍ତି ହେବ।
ବୃଷ: ନୂତନ ବ୍ୟବସାୟରେ ନିବେଶ କରନ୍ତୁ, ସମୟ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କଠାରୁ ପ୍ରଶଂସିତ ହେବେ। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ମାମଲାରେ ସାବଧାନ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାନ ଧର୍ମରେ ସମୟ ଅତିବାହିତ ହେବ। ଉଧାର ଟଙ୍କା ଫେରିପାଇବେ।
ସିଂହ: ଆୟ ଅନୁସାରେ ବ୍ୟୟ ହେବ। ଅକସ୍ମାତ୍ ଧନ ଲାଭ ଯୋଗ ରହିଛି। ନିର୍ଦ୍ଧାରିତ ଯୋଜନା ମୁତାବକ କାମ ହେବ।ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ପାଇପାରନ୍ତି।
କର୍କଟ: ନୂତନ ବ୍ୟବସାୟ ପାଇଁ ବର୍ତ୍ତମାନ ଭଲ ସମୟ। ସାହିତ୍ୟ ସମାବେଶରେ ପ୍ରଶଂସିତ ହେବେ। ଅଫିସ୍ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ। ଚକ୍ଷୁଜନିତ ସମସ୍ୟା ଭୋଗିପାରନ୍ତି।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜ ଟାର୍ଗେଟ୍କୁ ପୂରା କରନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁନି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।
ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଉତ୍ତମ ବୁଦ୍ଧିରେ କାର୍ଯ୍ୟ ପୂରା କରିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି। ଧୈର୍ଯ୍ୟ ରଖି ଆଗକୁ ବଢ଼ନ୍ତୁ। ରାଜନେତାଙ୍କ ପାଇଁ ଦିନଟି ଭଲ।
ବିଛା: ଅଟକି ଥିବା ଦିଗରୁ ଧନ ମିଳିପାରେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ପରିବାରର ଚାପ ଆପଣଙ୍କ ଉପରେ ଅଧିକ ରହିବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ଧନୁ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି।
ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ ।
କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକିପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।
ମୀନ: ପାରିବାରିକ ମତଭେଦ ଦେଖା ଦେବ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ବଢ଼ିପାରେ ।





