Monday Horoscope: ସୋମବାର ରାଶିଫଳ ( ୦୯-୦୨-୨୦୨୬ )
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଟକି ଥିବା କାର୍ଯ୍ୟ ପୂରଣ କରିବେ। ଆପଣଙ୍କ ପାଇଁ ସମୟ ବହୁତ ଭଲ। ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ।
ବୃଷ: ନୂତନ ବ୍ୟବସାୟ ପାଇଁ ଭଲ ସମୟ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କଠାରୁ ପ୍ରଶଂସିତ ହେବେ। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ: ଆର୍ଥିକ ମାମଲାରେ ସାବଧାନ ରହିବେ। କଥା କହିବା ସମୟରେ ସଂଯମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ସିଂହ: ଆୟ ଅନୁସାରେ ବ୍ୟୟ ହେବ। ଅକସ୍ମାତ୍ ଧନ ଲାଭ ଯୋଗ ରହିଛି। ନିର୍ଦ୍ଧାରିତ ଯୋଜନା ମୁତାବକ କାମ ହେବ। ଜୀବନସାଥୀଙ୍କଠାରୁ ମୂଲ୍ୟବାନ ଉପହାର ପାଇପାରନ୍ତି।
କର୍କଟ: ମନ ଭିତରେ ଯାହା କିଛି ଭାବୁଛନ୍ତି ତାହାକୁ ପ୍ରକାଶ କରନ୍ତୁ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସମୟର ସଦୂପଯୋଗ କରନ୍ତୁ। ପାରିବାରିକ କଳହ ସମାପ୍ତ ହେବ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
କନ୍ୟା: ପୁରୁଣା ବନ୍ଧୁ ମିଳନ ଯୋଗ ରହିଛି। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁନି। ଉଧାର ଟଙ୍କା ଫେରି ପାଇବେ। କାର୍ଯ୍ୟରୁ ସଫଳତା ମିଳିବ।
ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ନିଜ ବ୍ୟକ୍ତିଗତ ମାମଲା ବିଷୟରେ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି।
ବିଛା: ଅଟକି ଥିବା ଦିଗରୁ ଧନ ମିଳିପାରେ। ପରିବାରର ଚାପ ଆପଣଙ୍କ ଉପରେ ଅଧିକ ରହିବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।
ଧନୁ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିବେ। ଲୋକ ସମ୍ପର୍କ ବଢ଼ିବ।ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ। ଜମି କ୍ରୟ କରିପାରନ୍ତି।
ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ ।
କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକିପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।
ମୀନ: ପାରିବାରିକ ମତଭେଦ ଦେଖା ଦେବ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ମହିଳାମାନେ ଘରକାମରେ ବ୍ୟସ୍ତ ରହିପାରନ୍ତି। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।





