ସୋମବାର ରାଶିଫଳ (୧୬-୧୦-୨୦୨୩)

The Sakala Picture
Published On

ମେଷ: କୌଣସି ଦିଗରୁ ଆଘାତ ପାଇପାରନ୍ତି। କାର୍ଯ୍ୟଚାପ ରହିବ। ସକାରାତ୍ମକ ଭାବନାରେ ଆଗକୁ ବଢ଼ନ୍ତୁ। ରଚନାତ୍ମକ କାମରେ ମନୋନିବେଶ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ବୃଷ: ଆଜି ମହିଳାମାନଙ୍କୁ ଶୁଭ ଫଳ ମିଳିବ। ଦୂର ସମ୍ପର୍କୀୟଙ୍କ ସହ ସାକ୍ଷାତ ହୋଇପାରେ। ନୂତନ ପ୍ରୋଜେକ୍ଟ ଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ମିଥୁନ: ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁନି। ନକାରାତ୍ମକ ଲୋକଙ୍କ ସହ ଦୂରେଇ ରୁହନ୍ତୁ। ବିଶେଷବ୍ୟକ୍ତିଙ୍କ ସହଯୋଗ ପାଇବେ। […]

ମେଷ: କୌଣସି ଦିଗରୁ ଆଘାତ ପାଇପାରନ୍ତି। କାର୍ଯ୍ୟଚାପ ରହିବ। ସକାରାତ୍ମକ ଭାବନାରେ ଆଗକୁ ବଢ଼ନ୍ତୁ। ରଚନାତ୍ମକ କାମରେ ମନୋନିବେଶ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୬-୦୨-୨୦୨୬ )

ବୃଷ: ଆଜି ମହିଳାମାନଙ୍କୁ ଶୁଭ ଫଳ ମିଳିବ। ଦୂର ସମ୍ପର୍କୀୟଙ୍କ ସହ ସାକ୍ଷାତ ହୋଇପାରେ। ନୂତନ ପ୍ରୋଜେକ୍ଟ ଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୮-୦୨-୨୦୨୬)

ମିଥୁନ: ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁନି। ନକାରାତ୍ମକ ଲୋକଙ୍କ ସହ ଦୂରେଇ ରୁହନ୍ତୁ। ବିଶେଷବ୍ୟକ୍ତିଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୭-୦୨-୨୦୨୬ )

କର୍କଟ: ପରିବାରବର୍ଗଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଆର୍ଥିକ ସ୍ଥିରତା ବଜାୟ ରହିବ। ବିଜ୍ଞାନ, କଳା କ୍ଷେତ୍ରରେ ସଫଳତା ପାଇବେ। ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।

ସିଂହ: ଆର୍ଥିକ ଚିନ୍ତା ପାଇଁ ଅସ୍ଥିର ହୋଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

କନ୍ୟା: ପୂର୍ବ କଥାକୁ ଚିନ୍ତା କରି ଅବସାଦରେ ରହିବେ। କୋର୍ଟକଚେରୀ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମହିଳାମାନେ ସ୍ବାଭିମାନୀ ହେବେ।

ତୁଳା: ପରିବାର ମଧ୍ୟରେ ତିକ୍ତତା ଦେଖାଦେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନର ସମ୍ଭାବନା ଦେଖାଦେବ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ। କୌଣସି ଶୁଭ ଖବର ପାଇପାରନ୍ତି। ଅତିଥି ଆଗମନରେ ଉତ୍ସାହିତ ହେବେ।

ବିଛା: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାରନ୍ତି। ମହିଳାମାନେ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୀର୍ଘଦିନର ସ୍ବପ୍ନ ପୂରଣ ହେବ।

ଧନୁ: ଅତ୍ୟଧିକ ପରିଶ୍ରମ କରି କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା କଠିନ ହୋଇପାରେ। ଛାତ୍ରଛାତ୍ରୀ ଅସ୍ଥିରମନା ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଅଚାନକ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହେବ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

କୁମ୍ଭ: ପରିବାରର ଦାୟିତ୍ବଭାର ବଢ଼ିବ। ଦେହ ଓ ମନ ଭଲ ରହିବ। ବନ୍ଧୁ ସହଯୋଗରେ ଯୋଜନା ସଫଳ ହେବ। ଗୁରୁଜନଙ୍କଠାରୁ ପ୍ରେରଣା ପାଇବେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ।

ମୀନ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି। ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp