Friday horoscope: ଶୁକ୍ରବାର ରାଶିଫଳ ( ୩୦-୦୧-୨୦୨୬ )

Madhusudan Das Picture
Published On

ମେଷ: ଭାବିଥିବା କାମ ପୂରା କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆଇନଜୀବୀଙ୍କୁ ଶୁଭଫଳ ମିଳିବ। ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିବେ। ଅର୍ଥପ୍ରାପ୍ତି ଯୋଗ ଅଛି। ବରିଷ୍ଠ ଅଧିକାରୀଙ୍କ ସହ ଭେଟ ହେବ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୯-୦୧-୨୦୨୬ )

ବୃଷ: ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ। ଅଫିସ୍‌ କାମ ସୁଚାରୁରୂପେ ତୁଲାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଛାତ୍ରଛାତ୍ରୀମାନେ ପଢ଼ାରେ କୃତକାର୍ଯ୍ୟ ହେବେ। ମନ ଖୁସି ରହିବ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୬-୦୧-୨୦୨୬ )

ମିଥୁନ: ଅଫିସ୍‌ରେ ନୂଆ ଦାୟିତ୍ବ ମିଳିବ। ଘର ପାଇଁ ନୂଆ ଜିନିଷ କିଣିବେ। ବ୍ୟବସାୟରେ ଲାଭ ହେବ। ମାର୍କେଟିଂ ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ନବବିବାହିତା ଦମ୍ପତି ଦୂର ସ୍ଥାନକୁ ବୁଲିବାକୁ ଯିବେ। 

ଆହୁରି ପଢ଼ନ୍ତୁ: ଫେବୃଆରୀ ମାସରେ ସୂର୍ଯ୍ୟଙ୍କ ମହାଗୋଚର: ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ମିଳିବ ପ୍ରଚୁର ଧନ ଓ ସମ୍ମାନ

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବାପାମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବିରୋଧୀ କାମରେ ବାଧା ଦେବେ।  ଅବିବାହିତଙ୍କ ବିବାହ ସ୍ଥିର ହେବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। 

ସିଂହ: ଭାଇଭଉଣୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମୟ ପୂର୍ବରୁ କାମ ପୂରା କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ। 

କନ୍ୟା: ଯାତ୍ରାରୁ ଲାଭ ହେବ। କୌଣସି କାର୍ଯ୍ୟକୁ ପୂରା କରିବାରେ ପଡ଼ୋଶୀ ସହାୟତା କରିବେ। ମହିଳାମାନେ କର୍ମଚଞ୍ଚଳ ରହିବେ। ଆଧ୍ୟାତ୍ମିକ ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। 

ତୁଳା: ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ସମସ୍ୟା ଦେଖା ଦେବ। ଯାନବାହନ ଚାଳନା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। 

ବିଛା: ମାନସିକ ଚିନ୍ତା ଦୂର ହେବ। ସମାଜସେବା ଲାଗି ସମ୍ମାନିତ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ସମ୍ବନ୍ଧ ମଜଭୁତ ହେବ। ନୂଆ କାମ ଶିଖିବାର ଅବସର ଜୁଟିବ। 

ଧନୁ: ବ୍ୟବସାୟରେ ଉନ୍ନତି ଘଟିବ। ଜୀବନସାଥୀଙ୍କଠାରୁ ଉପହାର ମିଳିବ। ମନ ପ୍ରସନ୍ନ ରହିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀ ସମ୍ମାନିତ କରିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। 

ମକର: କାମ ବୋଝ ଅଧିକ ରହିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ପରିବାରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବେ। କ୍ୟାରିୟରକୁ ଆଗକୁ ନେବା ପାଇଁ ନୂଆ ସୁଯୋଗ ମିଳିବ। 

କୁମ୍ଭ: ଶୁଭ ଖବର ମିଳିବ। ଘରକୁ ଅତିଥିଙ୍କ ଆଗମନ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ମହିଳା ବନ୍ଧୁଙ୍କ ସହଯୋଗ ମିଳିବ। 

ମୀନ: ସ୍ବଭାବରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp