ଭାରତରେ ୩ ରୁ ୫ ପ୍ରତିଶତ ହେପାଟାଇଟିସ ‘ବି’ ରେ ପୀଡ଼ିତ

The Sakala Picture
Published On

ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଜନସାଧାରଣଙ୍କୁ ସଚେତନ କରିବା ତଥା ହେପାଟାଇଟିସ୍ ରୋଗର ଦୂରୀକରଣ ପାଇଁ ପଦକ୍ଷେପ ନେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଯକୃତ୍‌ର ପ୍ରଦାହକୁ ହେପାଟାଇଟିସ୍ କୁହାଯାଏ। ତାହା ସାଧାରଣତଃ ପାଞ୍ଚ ପ୍ରକାରର ଭୂତାଣୁ ଯଥା ‘ଏ’, ‘ବି’,‘ସି’, ‘ଡି’ ଏବଂ ଇ ଦ୍ୱାରା ହୋଇଥାଏ। ତନ୍ମଧ୍ୟରୁ ହେପାଟାଇଟିସ୍ ଏ ଏବଂ ଇ ଯାହା ଅତୀତରେ ଆମ ରାଜ୍ୟରେ ମହାମାରୀ ସୃଷ୍ଟି କରିସାରିଛି, ଦୂଷିତ […]

ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଜନସାଧାରଣଙ୍କୁ ସଚେତନ କରିବା ତଥା ହେପାଟାଇଟିସ୍ ରୋଗର ଦୂରୀକରଣ ପାଇଁ ପଦକ୍ଷେପ ନେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଯକୃତ୍‌ର ପ୍ରଦାହକୁ ହେପାଟାଇଟିସ୍ କୁହାଯାଏ। ତାହା ସାଧାରଣତଃ ପାଞ୍ଚ ପ୍ରକାରର ଭୂତାଣୁ ଯଥା ‘ଏ’, ‘ବି’,‘ସି’, ‘ଡି’ ଏବଂ ଇ ଦ୍ୱାରା ହୋଇଥାଏ। ତନ୍ମଧ୍ୟରୁ ହେପାଟାଇଟିସ୍ ଏ ଏବଂ ଇ ଯାହା ଅତୀତରେ ଆମ ରାଜ୍ୟରେ ମହାମାରୀ ସୃଷ୍ଟି କରିସାରିଛି, ଦୂଷିତ ଖାଦ୍ୟ ପଦାର୍ଥ ଏବଂ ପାନୀୟ ଜଳ ଯୋଗୁଁ ହୋଇଥିବା ବେଳେ ‘ବି ‘ଏବଂ ‘ସି’ ରକ୍ତ ତଥା ରକ୍ତଜନିତ ପଦାର୍ଥ, ଅସୁରକ୍ଷିତ ଯୌନ ସଂପର୍କ ଏବଂ ମା’ ଠାରୁ ଶିଶୁକୁ ହୋଇଥାଏ।

ହେପାଟାଇଟିସ୍ ‘ ଏ ’ ଏବଂ ‘ ଇ ’ ସାଧାରଣତଃ ଆପେ ଠିକ୍ ହୋଇଯାଇଥାଏ। କିନ୍ତୁ ସ୍ଥଳବିଶେଷରେ ‘ଯକୃତ୍‌ହାନି’ ମଧ୍ୟ କରିଥାଏ। ହେପାଟାଇଟିସ୍ ବି ଏବଂ ସି ଶରୀରରେ ରହି ସିରୋସିସ୍, ଯକୃତର କ୍ୟାନସର୍‌ ଏବଂ ଲିଭରକୁ କ୍ଷତି କରେ, ଯାହାକି ଯକୃତ୍‌ ଜନିତ ମୃତ୍ୟୁର ପ୍ରମୁଖ କାରଣ ହୋଇଥାଏ। ଆମ ଦେଶର ସମୁଦାୟ ଜନସଂଖ୍ୟାର ୩ ରୁ ୫ ପ୍ରତିଶତ ହେପାଟାଇଟିସ୍ ‘ବି’ ରେ ପୀଡ଼ିତ ଥିବାବେଳେ ପାଖାପାଖି ୨ ପ୍ରତିଶତ ହେପାଟାଇଟିସ୍ ‘ସି’ ରେ ପୀଡ଼ିତ। ଅବଶ୍ୟ ଦେଶ ତୁଳନାରେ ଆମ ରାଜ୍ୟର ପରିସଂଖ୍ୟାନ ଯଥେଷ୍ଟ କମ୍ ରହିଛି। କିନ୍ତୁ ଏହା ବି ସତ ଯେ, ଆମ ରାଜ୍ୟର ଦୁର୍ଗମ ତଥା ଗ୍ରାମାଞ୍ଚଳର ଏହାର ସର୍ବେକ୍ଷଣ ପ୍ରକୃତ ମାତ୍ରାର କରାଯାଇନାହିଁ।

ଚଳିତ ବର୍ଷର ବାର୍ତ୍ତା ରହିଛି ହେପାଟାଇଟିସ୍‌ର ଚିକିତ୍ସା ବା ସେବାକୁ ଲୋକଙ୍କ ପାଖକୁ ପହଞ୍ଚାଇବା। ହେପାଟାଇଟିସ୍ ରୋଗକୁ ଚିହ୍ନଟ କରିବା, ସାମାଜିକସ୍ଥଳରେ ଜନସାଧାରଣଙ୍କୁ ସଚେତନ କରିବା, ପୀଡ଼ିତ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା କରିବା, ରୋଗର ଚିହ୍ନଟ କରିବା ତଥା ସମସ୍ତଙ୍କ ସହଯୋଗର ଶତକଡ଼ା ଷାଠିଏ ଭାଗରୁ ଊର୍ଦ୍ଧ୍ୱ ହେପାଟାଇଟିସ୍ ବି ଏବଂ ସି ରୋଗୀଙ୍କୁ ଚିହ୍ନଟ କରିବା ଏବଂ ତନ୍ମଧ୍ୟରୁ ଅଧାରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରି ସୁସ୍ଥ କରିବା ଆଦି ଏହି ବର୍ଷର ଲକ୍ଷ୍ୟ। ଏହାଦ୍ୱାରା ହିଁ ଆମେ ୨୦୩୦ ସୁଦ୍ଧା ଏକ ହେପାଟାଇଟିସ୍ ମୁକ୍ତ ବିଶ୍ୱ ଗଠନ କରିପାରିବା।

ଡା. ସୁଶାନ୍ତ କୁମାର ସେଠୀ (ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର