ବୁଢ଼ିଆଣୀ ବିଷରୁ ହେବ ହୃଦ୍‌ଘାତ ଚିକିତ୍ସା

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବିପଜ୍ଜନକ ବୁଢିଆଣୀ ବିଷରୁ ହୃଦଘାତ ଚିକିତ୍ସା ହୋଇପାରେ। ଫନେଲ ୱେବ ବୁଢିଆଣୀର ବିଷରୁ ହୃଦଘାତ ପରେ ହୃଦୟରେ ହେଉଥିବା କ୍ଷତିକୁ ରୋକିବା ପାଇଁ କଣିକା ମିଳିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହା ସାହାଯ୍ୟରେ ହୃଦୟ ପ୍ରତିରୋପଣ କରିଥିବା ରୋଗୀଙ୍କ ଜୀବନ କାଳ ମଧ୍ୟ ବୃଦ୍ଧି କରାଯାଇପାରିବ। କ୍ବିନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିର ଡ. ନାଥାନ ପଲପନ୍ତ, ପ୍ର. ଗ୍ଲେନ କିଙ୍ଗ ଏବଂ ଭିକ୍ଟର ଚାଙ୍ଗ କାର୍ଡିଆକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପ୍ରଫେସର ପିଟର ମ୍ୟାକଡୋନାଲ୍ଡ […]

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବିପଜ୍ଜନକ ବୁଢିଆଣୀ ବିଷରୁ ହୃଦଘାତ ଚିକିତ୍ସା ହୋଇପାରେ। ଫନେଲ ୱେବ ବୁଢିଆଣୀର ବିଷରୁ ହୃଦଘାତ ପରେ ହୃଦୟରେ ହେଉଥିବା କ୍ଷତିକୁ ରୋକିବା ପାଇଁ କଣିକା ମିଳିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହା ସାହାଯ୍ୟରେ ହୃଦୟ ପ୍ରତିରୋପଣ କରିଥିବା ରୋଗୀଙ୍କ ଜୀବନ କାଳ ମଧ୍ୟ ବୃଦ୍ଧି କରାଯାଇପାରିବ। କ୍ବିନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିର ଡ. ନାଥାନ ପଲପନ୍ତ, ପ୍ର. ଗ୍ଲେନ କିଙ୍ଗ ଏବଂ ଭିକ୍ଟର ଚାଙ୍ଗ କାର୍ଡିଆକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପ୍ରଫେସର ପିଟର ମ୍ୟାକଡୋନାଲ୍ଡ ମିଳିତ ଭାବେ ଏହି ଚିକିତ୍ସାର ସନ୍ଧାନ କରିଛନ୍ତି। ନାଥାନଙ୍କ ଅନୁଯାୟୀ ବୁଢିଆଣୀ ବିଷରେ ଏଚଆଇୱାନଏ ନାମକ ପ୍ରୋଟିନ ରହିଛି। ଏହା ହୃଦୟରୁ ବାହାରୁଥିବା ମୃତ୍ୟୁ ସଙ୍କେତ(ଡେଥ୍ ସିଗନାଲ)କୁ ରୋକିବାକୁ ସକ୍ଷମ ହୋଇଥାଏ।

ଆହୁରି ପଢ଼ନ୍ତୁ: ମଧୁମେହ ରୋଗୀଙ୍କ ପାଇଁ କେଉଁ ଜଳଖିଆ ଠିକ୍? ସକାଳେ ଏହି ୩ଟି ଖାଦ୍ୟ ଖାଆନ୍ତୁ ଏବଂ ୩ଟିରୁ ଦୂରେଇ ରୁହନ୍ତୁ

ଏହା ଦ୍ବାରା କୋଷିକା ଗୁଡିକରୁ ମୃତ୍ୟୁକୁ ରୋକା ଯାଇପାରିବ। ଏହି ବିଷର ପ୍ରଭାବରେ କୋଷିକାଗୁଡିକରେ ସୁଧାର ଆସିଥାଏ। ଏ ପର୍ଯ୍ୟନ୍ତ ହୃଦଘାତ ପରେ ହେଉଥିବା କ୍ଷତିକୁ ରୋକିବା ପାଇଁ କୌଣସି ଔଷଧ ପ୍ରସ୍ତୁତ କରାଯାଇନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ଔଷଧ ବିଶ୍ବର ଲକ୍ଷ ଲକ୍ଷ ରୋଗୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ଏହା ସହିତ ଏଚଆଇୱାନଏ ପ୍ରୋଟିନ ସାହାଯ୍ୟରେ ହୃଦୟର କୋଷିକାଗୁଡିକୁ ଠିକ କରିହେବ। ଫଳରେ ହୃଦୟ ପ୍ରତିରୋପଣ ସଫଳ ହେବାର ସମ୍ଭାବନା ବୃଦ୍ଧିପାଇବ। ଗ୍ଲେନ କିଙ୍ଗଙ୍କୁ ଫନଲ ୱେବ ବୁଢିଆଣୀର ବିଷରୁ ଏକ ପ୍ରୋଟିନ ମିଳିଥିଲା। ଗବେଷଣାରୁ ଜଣାପଡିଥିଲା ଯେ ଏହା ବ୍ରେନ ଷ୍ଟ୍ରୋକ ପରେ ଆରୋଗ୍ୟ ହେବାରେ ସାହାଯ୍ୟ କରିଥାଏ।

ଆହୁରି ପଢ଼ନ୍ତୁ: ପ୍ରତିଦିନ ୧୦,୦୦୦ ପାଦ ଚାଲିବା କ’ଣ ଜରୁରୀ? ଜାଣନ୍ତୁ ଏହା ପଛର ସତ୍ୟତା ଏବଂ ବିଶେଷଜ୍ଞଙ୍କ ମତ

ଷ୍ଟ୍ରୋକର ୮ ଘଣ୍ଟା ପରେ ଜଣେ ରୋଗୀଙ୍କୁ ଏହି ପ୍ରୋଟିନ ଦିଆଯିବାରୁ ମସ୍ତିଷ୍କରେ ହୋଇଥିବା କ୍ଷତିରୁ ଶୀଘ୍ର ଆରୋଗ୍ୟ ହେଉଥିବା ଦେଖିବାକୁ ମିଳିଥିଲା। ପରେ ହୃଦୟ କୋଷିକା ଗୁଡିକୁ ଠିକ କରିବା ପାଇଁ ଗବେଷଣା ଆରମ୍ଭ ହୋଇଥିଲା। କାରଣ ମସ୍ତିଷ୍କ ଭଳି ହୃଦୟ ମଧ୍ୟ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାର ରକ୍ତ ପ୍ରଭାବ ବାଧା ସୃଷ୍ଟି ଏବଂ ଅମ୍ଳଜାନ ଯୋଗାଣ ପ୍ରଭାବିତ ହେଲେ ସିଧାସଳଖ ରୋଗୀଙ୍କ ଉପରେ ପ୍ରଭାବ ପଡିଥାଏ। ଗବେଷକଙ୍କ ଅନୁଯାୟୀ ଏହି ପ୍ରୋଟିନରୁ ତିଆରି ହୋଇଥିବା ଔଷଧକୁ ଜରିରୀକାଳୀନ କ୍ଷେତ୍ରରେ ବ୍ୟବହାର କରିହେବ। ହୃଦଘାତ ଯୋଗୁଁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରେ। ଏହା ଦ୍ବାରା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବ ନାହିଁ। ଏହି ଔଷଧ ଗ୍ରାମାଞ୍ଚଳ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହେବ। କାରଣ ଗ୍ରାମାଞ୍ଚଳରେ ରହୁଥିବା ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଅଧିକ ସମୟ ଲାଗିଥାଏ। ହୃଦଘାତରେ ଗୋଟିଏ ସେକେଣ୍ଡ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।

ଆହୁରି ପଢ଼ନ୍ତୁ: ପିଲାମାନଙ୍କଠାରେ ଚର୍ମର ରାଶେସ୍: ଶିଶୁରୋଗ ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସାଧାରଣ କାରଣ ଏବଂ ବିପଦର ସଙ୍କେତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର