ଗୋଇଠି ଫାଟିବା ସମସ୍ଯାର ସମାଧନ ପାଇଁ ଜାଣନ୍ତୁ ଉପଚାର

The Sakala Picture
Published On

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ। ତିନୋଟି ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଘରୋଇ ଚିକିତ୍ସା ପାଦ ଫଟାର ଘରୋଇ […]

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ। ତିନୋଟି ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଆହୁରି ପଢ଼ନ୍ତୁ: ୧୮ ବର୍ଷରେ ହାର୍ଟ ଟେଷ୍ଟ, ୩୫ରେ ସିଟି ସ୍କାନ! କ'ଣ କହୁଛନ୍ତି ବିଶେଷଜ୍ଞ?

ଘରୋଇ ଚିକିତ୍ସା

ଆହୁରି ପଢ଼ନ୍ତୁ: ବିଶ୍ୱରେ ୩୨% ମୃତ୍ୟୁର କାରଣ ସାଜିଛି ହୃଦରୋଗ: ବର୍ତ୍ତିବେ କିପରି ଜାଣନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପରାମର୍ଶ

ପାଦ ଫଟାର ଘରୋଇ ଚିକିତ୍ସା ଅନେକ ପ୍ରକାରରେ କରାଯାଏ। ଘିଅ ଲଗାଇବା ଦ୍ବାରା ପାଦଫଟା ସମସ୍ୟା ଦୂର ହୋଇଥାଏ । ଆଉ କେତେକଙ୍କ ମତରେ ତେଲ ଓ ମହମକୁ ମିଶାଇ ଫୁଟାନ୍ତୁ । ତାହାକୁ ଥଣ୍ଡା କରି ପାଦରେ ଲଗାଇବ ଦ୍ୱାରା ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହୁଏ । ଏହି ମିଶ୍ରଣକୁ ଲଗାଇବା ପୂର୍ବରୁ ପାଦକୁ ଗରମ ପାଣିରେ ଧୋଇ ଭଲ ଭାବେ ସଫା କରନ୍ତୁ । ଏହାପରେ ପାଦକୁ ଭଲ ଭାବେ ପୋଛି ଏହାକୁ ଲଗାନ୍ତୁ । ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ହାଲୁକା ଉଷୁମ ପାଣିରେ ଲୁଣ ପକାଇ ପାଦକୁ କିଛି ସମୟ ବୁଡ଼ାଇ ରଖିବା ପରେ ଭଲ ଭାବେ ପୋଛି ଦିଅନ୍ତୁ । ଏହାପରେ ଘରେ ପ୍ରସ୍ତୁତ ହୋଇଥିବା ନଡ଼ିଆ ତେଲକୁ ଭଲ ଭାବେ ଗୋଇଠି, ପାଦ ଆଙ୍ଗୁଠି ଓ ପାଦ ତଳେ ଲଗାନ୍ତୁ।

ଆହୁରି ପଢ଼ନ୍ତୁ: ହୃଦଘାତର ନୂଆ କାରଣ ପାଲଟିଛି 'ମାଇକ୍ରୋପ୍ଲାଷ୍ଟିକ୍'! ଇଟାଲୀ ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଏଲୋପାଥି

କେବଳ ଶୀତଦିନରେ ହିଁ ପାଦ ଫାଟେ, ତାହା ନୁହେଁ, ଚର୍ମ ଶୁଷ୍କ ହେଲେ ପାଦ ଫାଟିଥାଏ। ଏହାର କେବଳ ଗୋଟିଏ କାରଣ ହେଉଛି ଭିଟାମିନ୍‌ଯୁକ୍ତ ଖାଦ୍ୟ ଓ ପାଣିର ଅଭାବ । ତେଣୁ ସୁସ୍ଥ ତ୍ବଚା ପାଇଁ ଭିଟାମିନ୍ ଅତ୍ୟାବଶ୍ୟକ । ତେବେ ପାଦଫଟାର ଉପଚାର ପାଇଁ କେବଳ କ୍ରିମ୍ ଲଗାଇଲେ, ତାହା ସ୍ଵଳ୍ପ ଦିନ ପାଇଁ ଭଲ ହୋଇଯାଏ। କିନ୍ତୁ ସବୁଦିନ ପାଇଁ ପାଦ ଫାଟିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ, ସୁଷମ ଖାଦ୍ୟ ଓ ଅଧିକରୁ ଅଧିକ ପାଣି ପିଇବା ଦରକାର।

ହୋମିଓପାଥି

ଗୋଇଠି ଫାଟିବା ସମସ୍ୟା ଶୀତ ଦିନରେ ଅଧିକ ଦେଖାଯାଏ । ତେଣୁ ପାଣି ଅଧିକ ପିଇବେ । ଏହାର ଉପଚାର ପାଇଁ ସକାଳେ ଓ ସନ୍ଧ୍ୟାରେ ଭଲ ଭାବେ ଉଷୁମ ପାଣିରେ ପାଦକୁ ଧୋଇ ସଫା ରଖିବା ଉଚିତ୍ । ଶରୀରରେ ଜଳୀୟ ଅଂଶ କମ ହେଲେ ଚର୍ମ ଶୁଷ୍କ ହୋଇ ପାଦ ଫାଟେ । ହୋମିଓପାଥିରେ ଏହାର ଅନେକ ଉପଚାର ରହିଛି। କିନ୍ତୁ ଲକ୍ଷଣ ଅନୁଯାୟୀ ଔଷଧ ଦିଅଯାଏ । ତେଣୁ ସମସ୍ତଙ୍କ ପାଇଁ ସମାନ ଔଷଧ ନ ଥାଏ। ଗ୍ରାଫାଇଟ୍ ୟେଟ୍ରୋଲିୟମ୍‌ , ହେପାର ସଲଫ୍‌, ସୋରିନିୟମ୍‌ ଭଳି ଅନେକ ଔଷଧ ରହିଛି, ଯାହାକି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରିବା ଉଚିତ।

01 Oct 2021 By The Sakala

ଗୋଇଠି ଫାଟିବା ସମସ୍ଯାର ସମାଧନ ପାଇଁ ଜାଣନ୍ତୁ ଉପଚାର

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ। ତିନୋଟି ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଘରୋଇ ଚିକିତ୍ସା

ପାଦ ଫଟାର ଘରୋଇ ଚିକିତ୍ସା ଅନେକ ପ୍ରକାରରେ କରାଯାଏ। ଘିଅ ଲଗାଇବା ଦ୍ବାରା ପାଦଫଟା ସମସ୍ୟା ଦୂର ହୋଇଥାଏ । ଆଉ କେତେକଙ୍କ ମତରେ ତେଲ ଓ ମହମକୁ ମିଶାଇ ଫୁଟାନ୍ତୁ । ତାହାକୁ ଥଣ୍ଡା କରି ପାଦରେ ଲଗାଇବ ଦ୍ୱାରା ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହୁଏ । ଏହି ମିଶ୍ରଣକୁ ଲଗାଇବା ପୂର୍ବରୁ ପାଦକୁ ଗରମ ପାଣିରେ ଧୋଇ ଭଲ ଭାବେ ସଫା କରନ୍ତୁ । ଏହାପରେ ପାଦକୁ ଭଲ ଭାବେ ପୋଛି ଏହାକୁ ଲଗାନ୍ତୁ । ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ହାଲୁକା ଉଷୁମ ପାଣିରେ ଲୁଣ ପକାଇ ପାଦକୁ କିଛି ସମୟ ବୁଡ଼ାଇ ରଖିବା ପରେ ଭଲ ଭାବେ ପୋଛି ଦିଅନ୍ତୁ । ଏହାପରେ ଘରେ ପ୍ରସ୍ତୁତ ହୋଇଥିବା ନଡ଼ିଆ ତେଲକୁ ଭଲ ଭାବେ ଗୋଇଠି, ପାଦ ଆଙ୍ଗୁଠି ଓ ପାଦ ତଳେ ଲଗାନ୍ତୁ।

ଏଲୋପାଥି

କେବଳ ଶୀତଦିନରେ ହିଁ ପାଦ ଫାଟେ, ତାହା ନୁହେଁ, ଚର୍ମ ଶୁଷ୍କ ହେଲେ ପାଦ ଫାଟିଥାଏ। ଏହାର କେବଳ ଗୋଟିଏ କାରଣ ହେଉଛି ଭିଟାମିନ୍‌ଯୁକ୍ତ ଖାଦ୍ୟ ଓ ପାଣିର ଅଭାବ । ତେଣୁ ସୁସ୍ଥ ତ୍ବଚା ପାଇଁ ଭିଟାମିନ୍ ଅତ୍ୟାବଶ୍ୟକ । ତେବେ ପାଦଫଟାର ଉପଚାର ପାଇଁ କେବଳ କ୍ରିମ୍ ଲଗାଇଲେ, ତାହା ସ୍ଵଳ୍ପ ଦିନ ପାଇଁ ଭଲ ହୋଇଯାଏ। କିନ୍ତୁ ସବୁଦିନ ପାଇଁ ପାଦ ଫାଟିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ, ସୁଷମ ଖାଦ୍ୟ ଓ ଅଧିକରୁ ଅଧିକ ପାଣି ପିଇବା ଦରକାର।

ହୋମିଓପାଥି

ଗୋଇଠି ଫାଟିବା ସମସ୍ୟା ଶୀତ ଦିନରେ ଅଧିକ ଦେଖାଯାଏ । ତେଣୁ ପାଣି ଅଧିକ ପିଇବେ । ଏହାର ଉପଚାର ପାଇଁ ସକାଳେ ଓ ସନ୍ଧ୍ୟାରେ ଭଲ ଭାବେ ଉଷୁମ ପାଣିରେ ପାଦକୁ ଧୋଇ ସଫା ରଖିବା ଉଚିତ୍ । ଶରୀରରେ ଜଳୀୟ ଅଂଶ କମ ହେଲେ ଚର୍ମ ଶୁଷ୍କ ହୋଇ ପାଦ ଫାଟେ । ହୋମିଓପାଥିରେ ଏହାର ଅନେକ ଉପଚାର ରହିଛି। କିନ୍ତୁ ଲକ୍ଷଣ ଅନୁଯାୟୀ ଔଷଧ ଦିଅଯାଏ । ତେଣୁ ସମସ୍ତଙ୍କ ପାଇଁ ସମାନ ଔଷଧ ନ ଥାଏ। ଗ୍ରାଫାଇଟ୍ ୟେଟ୍ରୋଲିୟମ୍‌ , ହେପାର ସଲଫ୍‌, ସୋରିନିୟମ୍‌ ଭଳି ଅନେକ ଔଷଧ ରହିଛି, ଯାହାକି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରିବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp