ପ୍ରସବ ପରେ ନିଦ ନହେଲେ ସୃଷ୍ଟି ହେବ ଏହି ସମସ୍ୟା

The Sakala Picture
Published On

ଯେଉଁମାନେ ପ୍ରଥମ ମାତୃତ୍ବ ଲାଭ କରନ୍ତି ସେମାନଙ୍କ ନିକଟରେ ସାଧାରଣତଃ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ବାରା ଅନେକ ରୋଗ ମାଡ଼ି ବସିଥାଏ। ନିକଟରେ ଏହାକୁ ନେଇ ୟୁନିଭର୍ସସିଟି ଅଫ୍‌ କାଲିଫର୍ଣ୍ଣିଆ ଲସ୍‌ ଏଞ୍ଜେଲସ୍‌ (ୟୁସିଏଲ୍‌ଏ)ର ବୈଜ୍ଞାନିକମାନେ ଏ ସମ୍ପର୍କିତ ଗବେଷଣା କରିଛନ୍ତି। ଗବେଷଣା ଅନୁଯାୟୀ ପ୍ରସବ ପରେ ଯେଉଁମାନେ କମ୍‌ ଶୋଇଥାନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ବୃଦ୍ଧାବସ୍ଥା ଗ୍ରାସ କରେ। ଏ ସମ୍ବନ୍ଧରେ ସ୍ଲିପ୍‌ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ହୋଇଛି। ୨୩ରୁ ୪୫ ବର୍ଷର ୩୩ […]

ଯେଉଁମାନେ ପ୍ରଥମ ମାତୃତ୍ବ ଲାଭ କରନ୍ତି ସେମାନଙ୍କ ନିକଟରେ ସାଧାରଣତଃ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ବାରା ଅନେକ ରୋଗ ମାଡ଼ି ବସିଥାଏ। ନିକଟରେ ଏହାକୁ ନେଇ ୟୁନିଭର୍ସସିଟି ଅଫ୍‌ କାଲିଫର୍ଣ୍ଣିଆ ଲସ୍‌ ଏଞ୍ଜେଲସ୍‌ (ୟୁସିଏଲ୍‌ଏ)ର ବୈଜ୍ଞାନିକମାନେ ଏ ସମ୍ପର୍କିତ ଗବେଷଣା କରିଛନ୍ତି। ଗବେଷଣା ଅନୁଯାୟୀ ପ୍ରସବ ପରେ ଯେଉଁମାନେ କମ୍‌ ଶୋଇଥାନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ବୃଦ୍ଧାବସ୍ଥା ଗ୍ରାସ କରେ। ଏ ସମ୍ବନ୍ଧରେ ସ୍ଲିପ୍‌ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ହୋଇଛି। ୨୩ରୁ ୪୫ ବର୍ଷର ୩୩ ମା’ଙ୍କ ଠାରେ ଏହି ଅଧ୍ୟୟନ କରାଯାଇଥିଲା। ଗର୍ଭାବସ୍ଥା ଏବଂ ସନ୍ତାନ ପ୍ରସବ ହେବାର ଏକ ବର୍ଷ ପରେ ମହିଳାଙ୍କ ରକ୍ତ ନମୁନା ଡିଏନ୍‌ଏର ବିଶ୍ଳେଷଣ କରାଯାଇ ଏଥିରୁ ବାସ୍ତବିକ ବୟସ ଏବଂ ଜୈବିକ ବୟସରେ ଫରକ ଦେଖୀବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ, ଯେଉଁ ମହିଳାମାନେ ପ୍ରସବର ଏକ ବର୍ଷ ମଧ୍ୟରେ ପାଖାପାଖୀ ଛଅରୁ ସାତମାସ ୭ରୁ ୮ଘଣ୍ଟାରୁ କମ୍‌ ଶୋଇଛନ୍ତି ଏବଂ ଯେଉଁମାନେ ଏହି ସମୟ ତୁଳନାରେ ଅଧିକ ଶୋଇଛନ୍ତି ସେମାନଙ୍କ ମଧ୍ୟରୁ କମ୍‌ ଶୋଇଥିବା ମହିଳାଙ୍କ ବୟସ ତିନିରୁ ୭ବର୍ଷ ଅଧÒକ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ କମ୍‌ ସମୟ ଶୋଇଥିବା ମହିଳାଙ୍କ ଶ୍ବେତ ରକ୍ତକଣିକା ଅର୍ଥାତ୍‌ ଡବ୍ଲ୍ୟୁବିସିରେ ଟେଲୋମିୟର ଆକାର ମଧ୍ୟ କ୍ଷୁଦ୍ର ରହିଛି। ଗୁରୁତ୍ବପୂର୍ଣ୍ଣ କଥା ଯେ, ଟେେଲାମିୟର ଛୋଟ ହେବା ଯୋଗୁଁ ବ୍ୟକ୍ତିଙ୍କୁ ସହଜରେ କର୍କଟ, ହୃଦ୍‌ରୋଗ ପରି ରୋଗ ସୃଷ୍ଟି ହୋଇଥାଏ। ଏପରିକି ଏହି ଗବେଷଣାର ମୁଖ୍ୟ ଲେଖÒକା ଜୁଡିଓ କେରୋଲ ଏବଂ ୟୁସିଏଲ୍‌ଏର ମନୋବୈଜ୍ଞାନିକ ପ୍ରଫେସର ଜର୍ଜ ଏଫ୍‌ ସୋଲେମୋନ୍‌ କୁହନ୍ତି ଯେ, ପ୍ରସବ ପରେ ମା’ମାନଙ୍କ କମ୍‌ ଶୋଇବା ପ୍ରଭାବ ଦୀର୍ଘ ସମୟ ଯାଏଁ ରହିଥାଏ। ଏନେଇ ଏହି ଗବେଷଣାରେ ସାମିଲ ଥିବା ବୈଜ୍ଞାନିକ ମତ ଦିଅନ୍ତି ଯେ, ସୁସ୍ଥ ଜୀବନଯାପନ ପାଇଁ ଖାଦ୍ୟପେୟ ଓ ଶାରୀରିକ ପରିଶ୍ରମ ଯେଭଳି ଆବଶ୍ୟକ; ସେହିପରି ନିଦ ମଧ୍ୟ ଆବଶ୍ୟକ। ତେଣୁ ଦିନରେ ଯେତେେବେଳ ପିଲା ଶୋଇଯାଉଛନ୍ତି ସେହି ସମୟରେ ମା’ ଶୋଇବା ଜରୁରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp