କେଶ ଝଡ଼ିବାରୁ କପରି ପାଇବେ ମୁକ୍ତି: ଜାଣନ୍ତୁ ହୋମିଓପାଥି, ଏଲୋପାଥି ଓ ଆୟୁର୍ବେଦ ଓପଚାର

The Sakala Picture
Published On

କେଶ ଝଡ଼ିବା ଏବେ ଏକ ବଡ଼ ସମସ୍ୟା। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ, ଓ ପରିବେଶ ପ୍ରଦୂଷଣ ପାଇଁ କେଶ ଝଡ଼ିବା ସମସ୍ୟା ଦେଖାଦିଏ। ଅନେକଙ୍କ କ୍ଷେତ୍ରରେ ବଂଶାନୁକ୍ରମିକ ଲକ୍ଷଣ, ହର୍‌ମୋନ୍ ପରିବର୍ତ୍ତନ, ଚିନ୍ତା ଓ ପୋଷକତତ୍ତ୍ବର ଅଭାବ ପାଇଁ ମଧ୍ୟ କେଶ ଝଡ଼ିଥାଏ। ତେବେ ପ୍ରଥମରୁ ଏହାର ଉପଚାର କରାଗଲେ ଏହି ସମସ୍ୟା ଦୂର ହୁଏ। ହୋମିଓପାଥି କେଶ ଝଡ଼ିବା ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲରେ ଆର୍ନିକା, କ୍ୟାଲେଣ୍ଡୁଲା, କାନ୍ଥାରିସ୍ ଓ ଜାବୋରାତ୍ରୀ ମିଶାଇ କେଶମୂଳରେ […]

କେଶ ଝଡ଼ିବା ଏବେ ଏକ ବଡ଼ ସମସ୍ୟା। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ, ଓ ପରିବେଶ ପ୍ରଦୂଷଣ ପାଇଁ କେଶ ଝଡ଼ିବା ସମସ୍ୟା ଦେଖାଦିଏ। ଅନେକଙ୍କ କ୍ଷେତ୍ରରେ ବଂଶାନୁକ୍ରମିକ ଲକ୍ଷଣ, ହର୍‌ମୋନ୍ ପରିବର୍ତ୍ତନ, ଚିନ୍ତା ଓ ପୋଷକତତ୍ତ୍ବର ଅଭାବ ପାଇଁ ମଧ୍ୟ କେଶ ଝଡ଼ିଥାଏ। ତେବେ ପ୍ରଥମରୁ ଏହାର ଉପଚାର କରାଗଲେ ଏହି ସମସ୍ୟା ଦୂର ହୁଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ହୋମିଓପାଥି

କେଶ ଝଡ଼ିବା ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲରେ ଆର୍ନିକା, କ୍ୟାଲେଣ୍ଡୁଲା, କାନ୍ଥାରିସ୍ ଓ ଜାବୋରାତ୍ରୀ ମିଶାଇ କେଶମୂଳରେ ଭଲ ଭାବେ ମାଲିସ୍ କରିବା ଉଚିତ। କିନ୍ତୁ ଏହା ବ୍ୟକ୍ତି ବିଶେଷରେ ଭିନ୍ନ ହୋଇଥାଏ। କାରଣ ଶାରୀରିକ ଲକ୍ଷଣକୁ ଦେଖି ହୋମିଓପାଥି ଔଷଧ ଦେବାକୁ ହୁଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏଭିସିଫ୍ସ, ଲାଇକୋ ପେଡିୟନ୍, ଥାଇଲିସିଆ ମେଡିସିନ୍‌ ସେବନ କରନ୍ତୁ। ସାଧାରଣ ଭାବେ ତ୍ବଚା ଶୁଷ୍କ ହେଲେ କେଶର ମୂଳ ଶୁଷ୍କ ହୋଇ କେଶ ଝଡ଼େ। ତେଣୁ ଅଧିକ ମାତ୍ରାରେ ପାଣି ପିଇବା ସହିତ ପୋଷକତ୍ତ୍ବଯୁକ୍ତ ଖାଦ୍ୟ ଖାଆନ୍ତୁ।

ଏଲୋପାଥି

ଅନେକ ପ୍ରକାର ତ୍ବଚାଭିତ୍ତିକ ରୋଗ ରହିଛି, ଯାହା ପାଇଁ କେଶ ଝଡ଼ିଥାଏ। ତେଣୁ ଏ ସମସ୍ୟାର ସମାଧାନ ପାଇଁ ସ୍କିନ୍ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। କେତେକ ସ୍ବାସ୍ଥ୍ୟଗତ ପରୀକ୍ଷା କରାଯିବା ପରେ କେଶ ଝଡ଼ିବାର ଅସଲ କାରଣ ଜଣାପଡ଼େ। ଭିଟାମିନ୍ ଓ ମିନେରାଲ୍‌ ଅଭାବ ହେଲେ ମଧ୍ୟ କେଶ ଝଡ଼େ। ଏହାର ସମାଧାନ ପାଇଁ ଭିଟାମିନ୍ ଏ, ଇ, ମଲ୍‌ଟି ଭିଟାମିନ୍ ଓ ଆଇରନ୍‌ଯୁକ୍ତ ମେଡିସିନ୍‌ ରହିଛି, ଯାହାଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର ହୁଏ। ଏହା ସହିତ ଗଜାମୁଗ, ଗଜାବୁଟ ଓ ତନ୍ତୁଜାତୀୟ ଖାଦ୍ୟକୁ ସାମିଲ୍‌ କରନ୍ତୁ। ଆଣ୍ଟିପଙ୍ଗଲ୍‌ଯୁକ୍ତ ମେଡିସିନ୍ ମଧ୍ୟ ରହିଛି, ଯାହାକେଶ ଝଡ଼ିବା ସମସ୍ୟା ଦୂର କରେ। କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଉଚିତ ନୁହେଁ। କାରଣ ଶରୀରରେ ଆଇରନ୍‌ ବା ଲୌହର ପରିମାଣ ଅଧିକ ହେଲେ ବିଭିନ୍ନ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି ହୁଏ।

ଆୟୁର୍ବେଦ

କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଅନେକ ଘରୋଇ ଉପାୟ ରହିଛି। ଅନେକ ହର୍‌ବାଲ୍‌ ବିୟୁଟି ଟିପ୍‌ସ ରହିଛି, ଯାହାକୁ ନିୟମିତ ଆପଣାଇବା ଦ୍ବାରା କେଶ ଝଡ଼ିବା ସମସ୍ୟା କିଛି ମାତ୍ରାରେ କମ୍ ହୁଏ। କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଆୟୁର୍ବେଦରେ ଅନେକ ଉପଚାର ରହିଛି। ସେସବୁ ଉପଚାର ଜଣେ ଦକ୍ଷ ବଇଦଙ୍କ ପାଖରେ ହିଁ ସମ୍ଭବ। କିନ୍ତୁ ସାଧାରଣତଃ ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଓ ହେୟାର୍‌ ଭରଟିଲାଇଜର୍‌ ବ୍ୟବହାର ଦ୍ବାରା କେଶ ଝଡ଼ିବା କମାଇ ହେବ। ଏହାକୁ ଓଡ଼ିଆରେ ଜଟାମାଂସି ମଧ୍ୟ କୁହାଯାଉଛି। ଏସବୁ ବ୍ୟତୀତ ଅଧÒକ ଦିନ ପର୍ଯ୍ୟନ୍ତ କେଶରେ ତେଲ ନ ଲଗାଇ ରଖନ୍ତୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp