ସୁସ୍ଥ ମନ ସୁସ୍ଥ ଶରୀର : ମାନସିକ ସୁସ୍ଥତା ପାଇଁ ମୌନତା

The Sakala Picture
Published On

ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ସମସ୍ୟାର ସାମନା କରୁ, ଯାହାକି ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଯାହା ଫଳରେ ଚିନ୍ତା, ଅବସାଦ ଓ ଚାପଗ୍ରସ୍ତ ଭଳି ଅନେକ ସମସ୍ୟା ସୃଷ୍ଟି ହୁଏ। ଏ ସବୁର ସମାଧାନ ପାଇଁ ପ୍ରତ୍ୟେକଦିନ କିଛି ସମୟ ମୌନ ରହି ନିଜ ସହିତ ସମୟ ବିତାଇବା ଆବଶ୍ୟକ। ଯାହା ଫଳରେ ଶାନ୍ତି ଓ ଧୀରସ୍ଥିର ଚିତ୍ତରେ ସମସ୍ୟାର ସମାଧାନ ହେବା ସହିତ ମାନସିକ ସୁସ୍ଥତା […]

ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ସମସ୍ୟାର ସାମନା କରୁ, ଯାହାକି ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଯାହା ଫଳରେ ଚିନ୍ତା, ଅବସାଦ ଓ ଚାପଗ୍ରସ୍ତ ଭଳି ଅନେକ ସମସ୍ୟା ସୃଷ୍ଟି ହୁଏ। ଏ ସବୁର ସମାଧାନ ପାଇଁ ପ୍ରତ୍ୟେକଦିନ କିଛି ସମୟ ମୌନ ରହି ନିଜ ସହିତ ସମୟ ବିତାଇବା ଆବଶ୍ୟକ। ଯାହା ଫଳରେ ଶାନ୍ତି ଓ ଧୀରସ୍ଥିର ଚିତ୍ତରେ ସମସ୍ୟାର ସମାଧାନ ହେବା ସହିତ ମାନସିକ ସୁସ୍ଥତା ବଜାୟ ରହିଥାଏ। ପ୍ରତିଦିନ ଅଧଘଣ୍ଟା ମୌନ ରହି କୌଣସି ଶୂନ୍‌ଶାନ୍‌ ସ୍ଥାନରେ ବସନ୍ତୁ।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

ସେହି ସମୟରେ ମନ ଭିତରେ ଅଯଥା ଚିନ୍ତା କରନ୍ତୁ ନାହିଁ। ସବୁକିଛି ସମସ୍ୟାକୁ ଭୁଲିବାକୁ ଚେଷ୍ଟା କରନ୍ତୁ। ଏଭଳି କରିବା ଦ୍ବାରା କୋର୍ଟିସୋଲ୍‌ ଓ ଏଣ୍ଡ୍ରେନାଲାଇନ୍‌ର ସ୍ତର କମ୍‌ ହୋଇଥାଏ, ଯାହାକି ମାନସିକ ସହିତ ଶାରୀରିକ ଆରାମ ଦେଇଥାଏ। ମୌନ ରହିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ନ୍ୟୁରୋଲୋଜିକାଲ୍‌ ଆଘାତର ଶୀଘ୍ର ଉପଶମ ହୋଇଥାଏ। ମାନସିକ ଅସୁସ୍ଥତା ଯୋଗୁଁ ଅନିଦ୍ରା, ନକାରାତ୍ମକ ଚିନ୍ତାଧାରା ଓ ଉଚ୍ଚରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେଣୁ ଏହାର ସମାଧାନ ପାଇଁ ମୌନ ରହିବା ଏକ ମହୌଷଧୀ ଭଳି କାମ କରେ। ତେଣୁ ଯଥାର୍ଥରେ କୁହାଯାଇପାରିବ ଯେ- ମୌନତା ଦ୍ବାରା ମନ ସୁସ୍ଥ ରହିପାରିବ ଏବଂ ଏହା ସୁସ୍ଥ ଶରୀରର ବାହକ ସାଜିବ।

ଆହୁରି ପଢ଼ନ୍ତୁ: ଶରୀରରେ ଭିଟାମିନ୍-ଡି ଅଭାବ: କେବେ ଖାଇବେ ଔଷଧ ଓ କେବେ ସୂର୍ଯ୍ୟ କିରଣ ହିଁ ଯଥେଷ୍ଟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp