ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାଇଗଣୀ ରଙ୍ଗର ଆଳୁ

The Sakala Picture
Published On

ବୁଢ଼ା ହେବାକୁ କିଏ ବା ଚାହେଁ? ତଥାପି ଅନିଚ୍ଛା ସତ୍ତ୍ବେ ମନୁଷ୍ୟକୁ ବାର୍ଦ୍ଧକ୍ୟ ଭୋଗିବାକୁ ପଡ଼ିଥାଏ। ଏହା ପ୍ରକୃତିର ନିୟମ। ତେବେ ବୈଜ୍ଞାନିକମାନେ ଏପରି ଏକ ଆଳୁ ବିକଶିତ କରିଛନ୍ତି ଯାହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରିବ। ଏହି ଆଳୁର ରଙ୍ଗ ବାଇଗଣୀ ହୋଇଥିବାବେଳେ ଏହାକୁ ବିକଶିତ କରିବାକୁ ବୈଜ୍ଞାନିକମାନଙ୍କୁ ପାଖାପାଖୀ ୫ ବର୍ଷ ସମୟ ଲାଗିଯାଇଥିଲା। ଏହି ୫ ବର୍ଷରେ କୃଷି ବୈଜ୍ଞାନିକମାନେ ଆଳୁର ୨୦ଟି ପ୍ରଜାତି ବିକଶିତ କରିଛନ୍ତି। ଏହି ବାଇଗଣୀ ରଙ୍ଗ ଆଳୁରେ […]

ବୁଢ଼ା ହେବାକୁ କିଏ ବା ଚାହେଁ? ତଥାପି ଅନିଚ୍ଛା ସତ୍ତ୍ବେ ମନୁଷ୍ୟକୁ ବାର୍ଦ୍ଧକ୍ୟ ଭୋଗିବାକୁ ପଡ଼ିଥାଏ। ଏହା ପ୍ରକୃତିର ନିୟମ। ତେବେ ବୈଜ୍ଞାନିକମାନେ ଏପରି ଏକ ଆଳୁ ବିକଶିତ କରିଛନ୍ତି ଯାହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରିବ। ଏହି ଆଳୁର ରଙ୍ଗ ବାଇଗଣୀ ହୋଇଥିବାବେଳେ ଏହାକୁ ବିକଶିତ କରିବାକୁ ବୈଜ୍ଞାନିକମାନଙ୍କୁ ପାଖାପାଖୀ ୫ ବର୍ଷ ସମୟ ଲାଗିଯାଇଥିଲା। ଏହି ୫ ବର୍ଷରେ କୃଷି ବୈଜ୍ଞାନିକମାନେ ଆଳୁର ୨୦ଟି ପ୍ରଜାତି ବିକଶିତ କରିଛନ୍ତି। ଏହି ବାଇଗଣୀ ରଙ୍ଗ ଆଳୁରେ ସାଧାରଣ ଆଳୁ ଅପେକ୍ଷା ଭିଟାମିନ-ସି’ର ମାତ୍ରା ତିନି ଗୁଣ ଅଧିକ ଏବଂ ଅକ୍ସିଡେସନ୍ ନିରୋଧକ ତତ୍ତ୍ବ ଚାରି ଗୁଣ ଅଧିକ ଥାଏ। ଅକ୍ସିଡେସନ୍ ନିରୋଧକ ଗୁଣ ଯୋଗୁଁ ଏହା ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିବା ସହ ଅନେକ ଦୁସାଧ୍ୟ ରୋଗରୁ ମଧ୍ୟ ରକ୍ଷା କରିବ। ଏହାକୁ ପ୍ରଥମେ ଟେଷ୍ଟ ଟ୍ୟୁବ୍‌ରେ ପ୍ରସ୍ତୁତ କରାଯାଏ, ପରବର୍ତ୍ତୀ ସମୟରେ ଏହାକୁ ରୋପଣ କରାଯାଏ। ରୁଷର ଉରାଳ ପ୍ରଦେଶର ୟେକାତେରିନବୁର୍ଗ ସହରର କୃଷି ବୈଜ୍ଞାନିକମାନେ ମାନବ କଲ୍ୟାଣ ପାଇଁ ଏହି ଅନନ୍ୟ ବାଇଗଣୀ ଆଳୁ ସୃଷ୍ଟି କରିଛନ୍ତି, ଯାହା ମଣିଷର ଯୌବନକୁ ଅକ୍ଷୁଣ୍ଣ ରଖୀବ। ସାଧାରଣ ଆଳୁ ତୁଳନାରେ ଏହି ଆଳୁରେ ଆରାରୁଟ୍‌ ପରିମାଣ ବହୁତ କମ୍, ଯେଉଁ କାରଣରୁ ଏହାର ରଙ୍ଗ ବାଇଗଣୀ ଅଟେ। ଏହି ଆଳୁର ସ୍ୱାଦ ସାଧାରଣ ଆଳୁ ଭଳି। ଜଙ୍ଗଲୀ ଆଳୁ ଓ ସାମାନ୍ୟ ଆଳୁର ସଙ୍କରୀକରଣରୁ ଏହି ଆଳୁକୁ ଉତ୍ପନ୍ନ କରାଯାଇଛି। ଏହି ଆଳୁକୁ ରାନ୍ଧିବା ପରେ ମଧ୍ୟ ଏହା ଉଜ୍ଜ୍ୱଳ ବାଇଗଣୀ ରଙ୍ଗର ଦେଖାଯାଏ।

ଆହୁରି ପଢ଼ନ୍ତୁ: ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

31 Jul 2021 By The Sakala

ବାଇଗଣୀ ରଙ୍ଗର ଆଳୁ

ବୁଢ଼ା ହେବାକୁ କିଏ ବା ଚାହେଁ? ତଥାପି ଅନିଚ୍ଛା ସତ୍ତ୍ବେ ମନୁଷ୍ୟକୁ ବାର୍ଦ୍ଧକ୍ୟ ଭୋଗିବାକୁ ପଡ଼ିଥାଏ। ଏହା ପ୍ରକୃତିର ନିୟମ। ତେବେ ବୈଜ୍ଞାନିକମାନେ ଏପରି ଏକ ଆଳୁ ବିକଶିତ କରିଛନ୍ତି ଯାହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରିବ। ଏହି ଆଳୁର ରଙ୍ଗ ବାଇଗଣୀ ହୋଇଥିବାବେଳେ ଏହାକୁ ବିକଶିତ କରିବାକୁ ବୈଜ୍ଞାନିକମାନଙ୍କୁ ପାଖାପାଖୀ ୫ ବର୍ଷ ସମୟ ଲାଗିଯାଇଥିଲା। ଏହି ୫ ବର୍ଷରେ କୃଷି ବୈଜ୍ଞାନିକମାନେ ଆଳୁର ୨୦ଟି ପ୍ରଜାତି ବିକଶିତ କରିଛନ୍ତି। ଏହି ବାଇଗଣୀ ରଙ୍ଗ ଆଳୁରେ ସାଧାରଣ ଆଳୁ ଅପେକ୍ଷା ଭିଟାମିନ-ସି’ର ମାତ୍ରା ତିନି ଗୁଣ ଅଧିକ ଏବଂ ଅକ୍ସିଡେସନ୍ ନିରୋଧକ ତତ୍ତ୍ବ ଚାରି ଗୁଣ ଅଧିକ ଥାଏ। ଅକ୍ସିଡେସନ୍ ନିରୋଧକ ଗୁଣ ଯୋଗୁଁ ଏହା ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିବା ସହ ଅନେକ ଦୁସାଧ୍ୟ ରୋଗରୁ ମଧ୍ୟ ରକ୍ଷା କରିବ। ଏହାକୁ ପ୍ରଥମେ ଟେଷ୍ଟ ଟ୍ୟୁବ୍‌ରେ ପ୍ରସ୍ତୁତ କରାଯାଏ, ପରବର୍ତ୍ତୀ ସମୟରେ ଏହାକୁ ରୋପଣ କରାଯାଏ। ରୁଷର ଉରାଳ ପ୍ରଦେଶର ୟେକାତେରିନବୁର୍ଗ ସହରର କୃଷି ବୈଜ୍ଞାନିକମାନେ ମାନବ କଲ୍ୟାଣ ପାଇଁ ଏହି ଅନନ୍ୟ ବାଇଗଣୀ ଆଳୁ ସୃଷ୍ଟି କରିଛନ୍ତି, ଯାହା ମଣିଷର ଯୌବନକୁ ଅକ୍ଷୁଣ୍ଣ ରଖୀବ। ସାଧାରଣ ଆଳୁ ତୁଳନାରେ ଏହି ଆଳୁରେ ଆରାରୁଟ୍‌ ପରିମାଣ ବହୁତ କମ୍, ଯେଉଁ କାରଣରୁ ଏହାର ରଙ୍ଗ ବାଇଗଣୀ ଅଟେ। ଏହି ଆଳୁର ସ୍ୱାଦ ସାଧାରଣ ଆଳୁ ଭଳି। ଜଙ୍ଗଲୀ ଆଳୁ ଓ ସାମାନ୍ୟ ଆଳୁର ସଙ୍କରୀକରଣରୁ ଏହି ଆଳୁକୁ ଉତ୍ପନ୍ନ କରାଯାଇଛି। ଏହି ଆଳୁକୁ ରାନ୍ଧିବା ପରେ ମଧ୍ୟ ଏହା ଉଜ୍ଜ୍ୱଳ ବାଇଗଣୀ ରଙ୍ଗର ଦେଖାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp