ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ ଖାଦ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ

The Sakala Picture
Published On

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ। ଉପବାସ ସମୟରେ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ୨କପ୍‌ରୁ ଅଧିକ ଚା’ ପିଇବା ଦ୍ୱାରା ଗ୍ୟାସ୍‌ […]

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

  • ଉପବାସ ସମୟରେ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ୨କପ୍‌ରୁ ଅଧିକ ଚା’ ପିଇବା ଦ୍ୱାରା ଗ୍ୟାସ୍‌ ଏବଂ ଏସିଡିଟି ହୋଇଥାଏ।
  • ଉପବାସ ସମୟରେ ଖାଲିପେଟରେ କମଳା, ଲେମ୍ବୁ ଓ କିଵି ଆଦି ଖଟା ଫଳ ଖାଆନ୍ତୁ ନାହିଁ । ଏସବୁ ବଦଳରେ କଦଳୀ, ସେଓ, ତରଭୁଜ ଆଦି ଫଳ ଖାଆନ୍ତୁ।
  • ସାଧାରଣ ଦିନ ଅପେକ୍ଷା ଉପବାସ ସମୟରେ ଲୋକେ ତେଲଛଣା ଅଧିକ ଖାଇଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଇଥାଏ। ଯେତେସମ୍ଭବ ତେଲଛଣା ଖାଦ୍ୟ ବଦଳରେ ଫଳ, ଡ୍ରାଏ ଫୁଡ୍ସ ଏବଂ ତରଳ ଓ ହାଲୁକା ଖାଦ୍ୟ ଖାଆନ୍ତୁ।
  • ଅଧିକାଂଶ ଲୋକ ଉପବାସ ସମୟରେ ଭଗବାନଙ୍କ ପ୍ରତି ନିଜର ଭକ୍ତି ଦେଖାଇବାକୁ ଯାଇ ନିର୍ଜଳା ବ୍ରତ କରିଥାନ୍ତି। କିନ୍ତୁ ଏହା ଆଦୌ କରିବା ଉଚିତ ନୁହେଁ। ଏହା ଦ୍ୱାରା ଶରୀରରେ ଦୁର୍ବଳତା, ମୁଣ୍ଡବ୍ୟଥା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଭଳି ଅନେକ ସମସ୍ୟା ଦେଖାଯାଏ।
29 Jul 2022 By The Sakala

ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ ଖାଦ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ।

  • ଉପବାସ ସମୟରେ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ୨କପ୍‌ରୁ ଅଧିକ ଚା’ ପିଇବା ଦ୍ୱାରା ଗ୍ୟାସ୍‌ ଏବଂ ଏସିଡିଟି ହୋଇଥାଏ।
  • ଉପବାସ ସମୟରେ ଖାଲିପେଟରେ କମଳା, ଲେମ୍ବୁ ଓ କିଵି ଆଦି ଖଟା ଫଳ ଖାଆନ୍ତୁ ନାହିଁ । ଏସବୁ ବଦଳରେ କଦଳୀ, ସେଓ, ତରଭୁଜ ଆଦି ଫଳ ଖାଆନ୍ତୁ।
  • ସାଧାରଣ ଦିନ ଅପେକ୍ଷା ଉପବାସ ସମୟରେ ଲୋକେ ତେଲଛଣା ଅଧିକ ଖାଇଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଇଥାଏ। ଯେତେସମ୍ଭବ ତେଲଛଣା ଖାଦ୍ୟ ବଦଳରେ ଫଳ, ଡ୍ରାଏ ଫୁଡ୍ସ ଏବଂ ତରଳ ଓ ହାଲୁକା ଖାଦ୍ୟ ଖାଆନ୍ତୁ।
  • ଅଧିକାଂଶ ଲୋକ ଉପବାସ ସମୟରେ ଭଗବାନଙ୍କ ପ୍ରତି ନିଜର ଭକ୍ତି ଦେଖାଇବାକୁ ଯାଇ ନିର୍ଜଳା ବ୍ରତ କରିଥାନ୍ତି। କିନ୍ତୁ ଏହା ଆଦୌ କରିବା ଉଚିତ ନୁହେଁ। ଏହା ଦ୍ୱାରା ଶରୀରରେ ଦୁର୍ବଳତା, ମୁଣ୍ଡବ୍ୟଥା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଭଳି ଅନେକ ସମସ୍ୟା ଦେଖାଯାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp