ଜାଣନ୍ତୁ ଥଣ୍ଡା ଓ କାଶର କ’ଣ ରହିଛି ପ୍ରାକୃତିକ ଉପଚାର…

The Sakala Picture
Published On

ଥଣ୍ଡାକାଶର ସାଧାରଣ ଔଷଧ ଭାବେ କଫ୍‌ ସିରପ୍‌ ବ୍ୟବହାର କରାଯାଏ। କଫ୍ ସିରପ୍‌ରେ ଥିବା ଫୋଲକୋଡିନ୍‌ କାଶ ଦୂର କରେ। କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଘଟି ଆଲର୍ଜି, ରକ୍ତଚାପ, ଅସାମାନ୍ୟ ରକ୍ତ ସଂଚାଳନ, ହୃଦୟର ଅସ୍ବାଭାବିକ ଗତି ଏବଂ ଅମ୍ଲଜାନ ସ୍ତର ହ୍ରାସ ହେବାର ଲକ୍ଷଣ ଦେଖା ଦେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କଫ୍ ସିରପରେ ଫୋଲକୋଡିନ୍‌ର ବ୍ୟବହାରକୁ ମନା କରାଯାଇଛି। କଫ୍‌ ସିରପ୍‌ ବଦଳରେ ପ୍ରାକୃତିକ ଉପାୟରେ ମଧ୍ୟ ଥଣ୍ଡାକାଶ ଦୂର କରିହେବ। […]

ଥଣ୍ଡାକାଶର ସାଧାରଣ ଔଷଧ ଭାବେ କଫ୍‌ ସିରପ୍‌ ବ୍ୟବହାର କରାଯାଏ। କଫ୍ ସିରପ୍‌ରେ ଥିବା ଫୋଲକୋଡିନ୍‌ କାଶ ଦୂର କରେ। କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଘଟି ଆଲର୍ଜି, ରକ୍ତଚାପ, ଅସାମାନ୍ୟ ରକ୍ତ ସଂଚାଳନ, ହୃଦୟର ଅସ୍ବାଭାବିକ ଗତି ଏବଂ ଅମ୍ଲଜାନ ସ୍ତର ହ୍ରାସ ହେବାର ଲକ୍ଷଣ ଦେଖା ଦେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କଫ୍ ସିରପରେ ଫୋଲକୋଡିନ୍‌ର ବ୍ୟବହାରକୁ ମନା କରାଯାଇଛି। କଫ୍‌ ସିରପ୍‌ ବଦଳରେ ପ୍ରାକୃତିକ ଉପାୟରେ ମଧ୍ୟ ଥଣ୍ଡାକାଶ ଦୂର କରିହେବ। ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

  • ମହୁକୁ ମହୌଷଧି କୁହାଯାଏ। ଏହାର ଔଷଧୀୟ ଗୁଣ ବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ବ୍ରୋଙ୍କାଏଲ ନଳୀରେ ଶ୍ବାସ ପ୍ରବାହରେ ସାହାଯ୍ୟ କରେ। ଉଷୁମ ପାଣିରେ କିମ୍ବା ହର୍ବାଲ ଚା’ ସହ ଗୋଟିଏ ଚାମଚ ମହୁ ପିଇବା ଦ୍ବାରା କାଶ ଦୂର ହୋଇଥାଏ।
  • ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ରହିଛି। ଏହା କାଶ ଦୂର କରିବାରେ ସବୁଠାରୁ ଉତ୍ତମ। ଅଦା ଚା’ କିମ୍ବା ଅଦାକୁ ଗରମ ପାଣିରେ ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶ ଲକ୍ଷଣକୁ କମାଇଥାଏ।
  • ଗରମ ପାଣିରେ କିଛି ବୁନ୍ଦା ୟୁକାଲିପଟାସ୍‌ ତୈଳ ଓ ଟି’ ଟ୍ରି ଅଏଲ୍‌ ପକାଇ ୧୦ ମିନିଟ ବାମ୍ଫ ନେଲେ ତତ୍‌କ୍ଷଣାତ ଉପଶମ ମିଳେ।
  • ନଖଉଷୁମ ପାଣିରେ ଅଧ ଚାମଚ ଲୁଣ ପକାଇ ଗର୍ଗଲ୍‌ କରିବା ଉଚିତ। ଗୋଟିଏ ଦିନରେ ଅନେକ ଥର ଗର୍ଗଲ୍‌ କରିବା ଦ୍ବାରା କାଶ କମିଥାଏ।
  • ନଖଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଦ୍ବାରା ଶରୀରକୁ ଭିଟାମିନ-ସି’ ମିଳିଥାଏ, ଯାହା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇ କାଶଥଣ୍ଡା ଆଦି ଦୂର ହୁଏ।
  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ବାରା କାଶ ଦୂର ହେବା ସହ ସୁନିଦ୍ରା ହୋଇଥାଏ। କାରଣ ହଳଦୀରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟାରୀ ଏବଂ କର୍କୁମିନ ଉପାଦାନ କାଶ ଦୂର କରିବାରେ ସହାୟକ।
  • ରସୁଣରେ ଆଣ୍ଚିମାଇକ୍ରୋବାଏଲ ପରିମାଣ ଅଧିକ ଥାଏ। କଂଚା ରସୁଣ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଥଣ୍ଡାଜନିତ କାଶ ଦୂର ହୁଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp