ସ୍ବାସ୍ଥ୍ୟ ଟିପ୍ସ: ଶୀତଦିନେ କମ୍‌ ପାଣି ପିଉଥିଲେ …

The Sakala Picture
Published On

ଶୀତଋତୁରେ ଥଣ୍ଡା ଜଳବାୟୁ, କୁହୁଡ଼ି ଓ କାକର ଯୋଗୁଁ ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ହୋଇଥାଏ। ଏହିଦିନେ ତାପମାତ୍ରା କମ୍‌ ଯୋଗୁ ଅଧିକାଂଶ ଲୋକଙ୍କୁ ଭୋକ ଶୋଷ ଲାଗେନି। ଖାଦ୍ୟପେୟରେ ସନ୍ତୁଳନ ନ ରହିବା କାରଣରୁ ରକ୍ତଚାପ ଓ ଶର୍କରା ବୃଦ୍ଧିର ଆଶଙ୍କା ଥାଏ। ସେହିପରି କମ୍‌ ପାଣି ପିଇବା ଯୋଗୁଁ ଶରୀରରେ ଜଳୀୟଅଂଶ କମିଯାଏ। ହୃଦ୍‌ପିଣ୍ଡ, ମସ୍ତିଷ୍କ, ଯକୃତ୍‌ ଏବଂ ବୃକ୍‌କ ଆଦି ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଣ୍ଠୁଗଣ୍ଠି ସମସ୍ୟାର କାରଣ ସାଜିଥାଏ। କମ୍ […]

ଶୀତଋତୁରେ ଥଣ୍ଡା ଜଳବାୟୁ, କୁହୁଡ଼ି ଓ କାକର ଯୋଗୁଁ ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ହୋଇଥାଏ। ଏହିଦିନେ ତାପମାତ୍ରା କମ୍‌ ଯୋଗୁ ଅଧିକାଂଶ ଲୋକଙ୍କୁ ଭୋକ ଶୋଷ ଲାଗେନି। ଖାଦ୍ୟପେୟରେ ସନ୍ତୁଳନ ନ ରହିବା କାରଣରୁ ରକ୍ତଚାପ ଓ ଶର୍କରା ବୃଦ୍ଧିର ଆଶଙ୍କା ଥାଏ। ସେହିପରି କମ୍‌ ପାଣି ପିଇବା ଯୋଗୁଁ ଶରୀରରେ ଜଳୀୟଅଂଶ କମିଯାଏ। ହୃଦ୍‌ପିଣ୍ଡ, ମସ୍ତିଷ୍କ, ଯକୃତ୍‌ ଏବଂ ବୃକ୍‌କ ଆଦି ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଣ୍ଠୁଗଣ୍ଠି ସମସ୍ୟାର କାରଣ ସାଜିଥାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

କମ୍ ପାଣି ପିଇବା ଦ୍ବାରା ମୁଣ୍ଡବିନ୍ଧା, ବଦହଜମୀ, ପରିସ୍ରା ସଂକ୍ରମଣ, ପ୍ରୋଷ୍ଟେଟ ସମସ୍ୟା, କୋଷ୍ଠକାଠିନ୍ୟ, ବୃକ୍‌କ ପଥୁରି, ମାଂସପେଶୀ ଓ ଆଣ୍ଡୁଗଣ୍ଠି ଯନ୍ତ୍ରଣା, ଆର୍ଥରାଇଟିସ୍‌, ରକ୍ତସଞ୍ଚାଳନ ବ୍ୟାହତ, ହାତପାଦ ଫୁଲିବା ଆଦି ସମସ୍ୟା ହୁଏ। ଅଧିକାଂଶ ଲୋକଙ୍କୁ ଆଣ୍ଠୁଗଣ୍ଠି ଏବଂ ପିଠି ଯନ୍ତ୍ରଣା ଭୋଗିବାକୁ ପଡ଼େ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଓଜନ ନିୟନ୍ତ୍ରଣରେ ରଖିବାକୁ ଧ୍ୟାନ ଦିଅନ୍ତୁ। ଧୂମପାନ କରନ୍ତୁ ନାହିଁ। ଅଧିକ ପ୍ରୋସେସ୍ଡ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶରୀରକୁ ଥଣ୍ଡାରୁ ସୁରକ୍ଷା ଦେବାକୁ ଶୀତବସ୍ତ୍ର ପିନ୍ଧିପାରିବେ। ନିୟମିତ ୱାର୍କଆଉଟ୍‌ କରିବା ଜରୁରି। ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସି, ଡି, ଓମେଗା ୩ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ରୁମ୍‌ ହିଟର ବ୍ୟବହାର କରିପାରିବେ। ଶୀତଦିନେ କମ୍‌ ଶୋଷ ଲାଗିଥାଏ। ତେଣୁ ଶରୀରର ଜଳୀୟଅଂଶ ପୂରା କରିବାକୁ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp