ଚୁଟ୍‌କିରେ ଦୂର ହେବ ଗ୍ୟାସ୍‌-ପେଟଫମ୍ପା ସମସ୍ୟା

The Sakala Picture
Published On

ବର୍ତ୍ତମାନ ସମୟରେ ଖାଦ୍ୟପେୟ ଶୈଳୀ, ଶାରୀରିକ ସକ୍ରିୟତାର ଅଭାବ, ଅତ୍ୟଧିକ ତେଲ ମସଲା ଓ ରାଗଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ, ଅତିଗରିଷ୍ଠ ଭୋଜନ ଆଦି ଦ୍ବାରା ଗ୍ୟାସ୍, ପେଟ ଫାମ୍ପିବା, ଅମ୍ଳ ଏବଂ କୋଷ୍ଠକାଠିନ୍ୟ ଆଦି ସାଧାରଣ ସମସ୍ୟା ଭାବେ ଉଭା ହୋଇଛି। ଏହାଦ୍ବାରା ଅଣନିଃଶ୍ବାସୀ ଲାଗିବା, ଭୋକ ନ ଲାଗିବା, ମୁଣ୍ଡ ବିନ୍ଧିବା, ତଣ୍ଟି ଓ ଛାତି ଜଳାପୋଡ଼ା, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ଏସବୁ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଡାକ୍ତରଙ୍କ ବିନା ପରାମର୍ଶରେ […]

ବର୍ତ୍ତମାନ ସମୟରେ ଖାଦ୍ୟପେୟ ଶୈଳୀ, ଶାରୀରିକ ସକ୍ରିୟତାର ଅଭାବ, ଅତ୍ୟଧିକ ତେଲ ମସଲା ଓ ରାଗଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ, ଅତିଗରିଷ୍ଠ ଭୋଜନ ଆଦି ଦ୍ବାରା ଗ୍ୟାସ୍, ପେଟ ଫାମ୍ପିବା, ଅମ୍ଳ ଏବଂ କୋଷ୍ଠକାଠିନ୍ୟ ଆଦି ସାଧାରଣ ସମସ୍ୟା ଭାବେ ଉଭା ହୋଇଛି। ଏହାଦ୍ବାରା ଅଣନିଃଶ୍ବାସୀ ଲାଗିବା, ଭୋକ ନ ଲାଗିବା, ମୁଣ୍ଡ ବିନ୍ଧିବା, ତଣ୍ଟି ଓ ଛାତି ଜଳାପୋଡ଼ା, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ଏସବୁ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଡାକ୍ତରଙ୍କ ବିନା ପରାମର୍ଶରେ ବି ଔଷଧ ସେବନ କରିଥାନ୍ତି। ଯଦିଓ ଔଷଧ ସେବନରୁ ଆରାମ ମିଳିଥାଏ ହେଲେ ଏହାର ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇପାରେ। ତେଣୁ ଏକ୍ଷେତ୍ରରେ ଘରୋଇ ଚିକିତ୍ସା ଉପାୟ ଆପଣାଇ ପାରିବେ।

ଆହୁରି ପଢ଼ନ୍ତୁ: ମହିଳାମାନେ ସାବଧାନ! ମାଇଗ୍ରେନ୍ କେବଳ ମୁଣ୍ଡବିନ୍ଧା ନୁହେଁ, ବଢ଼ାଇପାରେ ହାଇ ବ୍ଲଡ୍‌ ପ୍ରେସର ବିପଦ

ପାନ ମଧୁରୀ, ଜିରା ଏବଂ ଜୁଆଣିକୁ ଅନୁମୋଦିତ ହାରରେ ମିଶାଇ ଏହାକୁ ଅଳ୍ପ ଆଞ୍ଚରେ ହାଲୁକା ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଗୁଣ୍ଡ କରି ନିର୍ଦ୍ଦିଷ୍ଟ ପରିମାଣରେ ସେବନ କଲେ, ଗ୍ୟାସ୍‌, ଅମ୍ଳ, ପେଟଫାମ୍ଫିବା ସମସ୍ୟାରୁ ଉପଶମ ମିଳିଥାଏ। ଏହା ପାଚନତନ୍ତ୍ରକୁ ସକ୍ରିୟ କରି ଚୟାପଚୟ ପ୍ରକ୍ରିୟାକୁ ତ୍ବରାନିତ କରେ। ଯାହାଦ୍ବାରା ଓଜନ ନିୟନ୍ତ୍ରଣ ହୋଇପାରେ। ଆୟୁର୍ବେଦ ଚିକିତ୍ସକଙ୍କ ମତଅନୁଯାୟୀ ପାନ ମଧୁରୀ, ଜିରା ଏବଂ ଜୁଆଣି ତିନିଟିରେ ଭରପୁର ଆଣ୍ଟିଅକ୍ସିଡାଣ୍ଟ ଓ ଔଷଧୀୟ ତତ୍ତ୍ବ ରହିଛି। ଏହାକୁ ମିଶାଇ ଖାଇବା ଦ୍ବାରା ଏହା ପାଚନଶକ୍ତିକୁ ମଜୁଭତ କରିଥାଏ।
ଶରୀରରେ ଜମା ହୋଇଥÒବା ଦୂଷିତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ପେଟକୁ ସଫା କରିବା ସହ ଗ୍ୟାସ୍‌ ଓ ଅପଚ କମ୍‌ କରିଥାଏ। ତେଣୁ ଏହି ଗୁଣ୍ଡରେ ଅଳ୍ପ ହେଙ୍ଗୁ କିମ୍ବା କଳା ଲୁଣ ମିଶାଇ ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନ ପରେ ଅଧା ଚାମଚ ଉଷୁମ ପାଣି ସହିତ ମିଶାଇ ପିଇପାରିବେ।

ସେହିପରି ସାଧାରଣଭାବେ ଜିରା, ପାନ ମଧୁରୀ, ଜୁଆଣି ଭଜା ହୋଇ ନ ଥିଲେ, ଏହାକୁ ପାଣିରେ ଫୁଟାଇ ସକାଳୁ ପିଇ ହେବ। ଖାଲି ପାଣିରେ ମଧ୍ୟ ରାତିସାରା ଏହାକୁ ବତୁରାଇ ସକାଳୁ ଏହାକୁ ଛାଣି ସେହି ପାଣି ପିଇବା ଦ୍ବାରା ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, କୋଷ୍ଠକାଠିନ୍ୟ ଉପଶମ କରିବାରେ ସହାୟକ ହୋଇଥାଏ। ସେହିପରି ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଦରକାର। ରାତ୍ରି ଭୋଜନରେ ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ। ପଞ୍ଚଗବ୍ୟ ଔଷଧଆକାରରେ ଗୋମୂତ୍ର ଅର୍କ, ଜୀବନଧାରା, ଗାୟତ୍ରୀ ଚୂର୍ଣ୍ଣ, ହରିଡ଼ା ଚୂର୍ଣ୍ଣ ଆଦି ସେବନ କଲେ, ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।

ଆହୁରି ପଢ଼ନ୍ତୁ: ଗଳାରେ କଫ ଜମି ରହୁଛି କି? ପୋଷ୍ଟ ନାଜାଲ୍ ଡ୍ରିପ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp