କିପରି ପାଇବେ ରୁପି ସମସ୍ଯାରୁ ମୁକ୍ତି, ଜାଣନ୍ତୁ ଉପଚାର

The Sakala Picture
Published On

ରୁପି ହେଉଛି ଏକ ତ୍ବଚାଜନିତ ସମସ୍ୟା, ଯାହାକି ଶୀତଦିନରେ ଅଧିକ ଦେଖାଯାଏ । ତ୍ବଚା ଶୁଷ୍କ ହେଲେ ରୁପି ଅଧୂକ ହୋଇଥାଏ । ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଶୀତଦିନରେ ଏହି ରୁପି ସମସ୍ୟା ଦେଖାଯାଉଥିବାବେଳେ, ଆଉ କେତେଜଣଙ୍କ ପାଇଁ ଏହି ସମସ୍ୟା ସବୁଦିନ ପାଇଁ ଲାଗି ରହିଥାଏ। ରୁପି ହେଲେ ଅଧିକ ମାତ୍ରାରେ କେଶ ଝଡ଼ିବା, ରୁକ୍ଷକେଶ ଓ ଦୋମୁହାଁ କେଶ ଆଦି ଅନେକ ସମସ୍ୟା ଦେଖାଯାଏ। ତେବେ ଆପଣ ତିନୋଟି ଉପାୟରେ ଏହାର ଉପଚାର […]

ରୁପି ହେଉଛି ଏକ ତ୍ବଚାଜନିତ ସମସ୍ୟା, ଯାହାକି ଶୀତଦିନରେ ଅଧିକ ଦେଖାଯାଏ । ତ୍ବଚା ଶୁଷ୍କ ହେଲେ ରୁପି ଅଧୂକ ହୋଇଥାଏ । ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଶୀତଦିନରେ ଏହି ରୁପି ସମସ୍ୟା ଦେଖାଯାଉଥିବାବେଳେ, ଆଉ କେତେଜଣଙ୍କ ପାଇଁ ଏହି ସମସ୍ୟା ସବୁଦିନ ପାଇଁ ଲାଗି ରହିଥାଏ। ରୁପି ହେଲେ ଅଧିକ ମାତ୍ରାରେ କେଶ ଝଡ଼ିବା, ରୁକ୍ଷକେଶ ଓ ଦୋମୁହାଁ କେଶ ଆଦି ଅନେକ ସମସ୍ୟା ଦେଖାଯାଏ। ତେବେ ଆପଣ ତିନୋଟି ଉପାୟରେ ଏହାର ଉପଚାର କରିପାରିବେ –

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏଲୋପାଥି 

ସାଧାରଣତଃ ଡେନଡ୍ରପ୍ ଏକ ଫଙ୍ଗାଲ୍‌ ଇନ୍‌ଫକେସନ୍। ଏହାକୁ ଦୂର କରିବାକୁ ହେଲେ ନିୟମିତ ଆଣ୍ଟି ଫଙ୍ଗାଲ ସାମ୍ପୁ ବ୍ୟବହାର କରିବା ସହିତ ଚର୍ମରୋଗ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଫଙ୍ଗାଲ୍ ଔଷଧ ସେବନ କରିବା ଉଚିତ।

ହୋମିଓପ୍ୟାଥି

ଚର୍ମ ଶୁଷ୍କ ହେବା କିମ୍ବା ଫଙ୍ଗାଲ ଇନ୍‌ଫକେସନ୍ ଦ୍ବାରା ଏହି ରୋଗ ହୋଇଥାଏ। ଏଥିପାଇଁ ହୋମିଓପ୍ୟାଥି ଚିକିତ୍ସାରେ ଫସ୍‌ଫରସ ୨୦୦ର ଏକ ବୁନ୍ଦା ଔଷଧ ସକାଳ ଓ ସନ୍ଧ୍ୟାରେ ସେବନ କରିବା ସହିତ ଜବରାଣ୍ଡେ କ୍ୟୁ ନଡ଼ିଆ ତେଲରେ ମିଶାଇ କେଶ ମୂଳରେ ମାଲିସ୍ କଲେ ଏହି ରୋଗ ଦୂର ହୋଇଥାଏ । ଏହି ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ବ୍ୟବହାର କରନ୍ତୁ।

ନେଚ୍ଯୁରପାଥି

ରୁପିକୁ ଦୂର କରିବା ପାଇଁ ଦହିରେ ନିମ୍ବପତ୍ର ରସ ସହିତ ସାମାନ୍ୟ ଲେମ୍ବୁରସ ମିଶାଇ କେଶମୂଳରେ ମାଲିସ୍ କରିବା ଦରକାର। ଏହା ବ୍ୟତୀତ ଆଣ୍ଟି ଫଙ୍ଗାଲ୍ ସାମ୍ପୁ ମଧ୍ୟ ବ୍ୟବହାର କରିବା ଉଚିତ ।

ରୁପିରୁ କିପରି ପାଇବେ ମୁକ୍ତି ଜାଣନ୍ତୁ ଉପଚାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp