ଜାଣନ୍ତୁ ଡାଳିମ୍ବ ଚୋପାର ଲାଭଦାୟକ ଗୁଣ

The Sakala Picture
Published On

ଡାଳିମ୍ବ ବା ବେଦନା ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ରକ୍ତର ଅଭାବ ଥିଲେ ଡାଳିମ୍ବ ଖାଇବା ପାଇଁ ପରାମର୍ଶ ମିଳିଥାଏ । ଆୟୁର୍ବେଦରେ ଡାଳିମ୍ବର ବହୁଳ ବ୍ୟବହାର ଅଛି। କେବଳ ଡାଳିମ୍ବ ନୁହେଁ, ଡାଳିମ୍ବର ଚୋପା ମଧ୍ୟ ଶରୀର ପାଇଁ ହିତକର।   ଡାଳିମ୍ବ ଚୋପାକୁ ଶୁଖାଇ ଗୁଣ୍ଡ କରି ଏହାକୁ କ୍ଷୀର କିମ୍ବା ଗୋଲାପ ଜଳରେ ମିଶାଇ ଫେସ୍‌ପ୍ୟାକ୍ ଭଳି ଲଗାଇବା ଦ୍ୱାରା ତ୍ବଚାଜନିତ ସମସ୍ୟା ଦୂର ହୁଏ। […]

ଡାଳିମ୍ବ ବା ବେଦନା ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ରକ୍ତର ଅଭାବ ଥିଲେ ଡାଳିମ୍ବ ଖାଇବା ପାଇଁ ପରାମର୍ଶ ମିଳିଥାଏ । ଆୟୁର୍ବେଦରେ ଡାଳିମ୍ବର ବହୁଳ ବ୍ୟବହାର ଅଛି। କେବଳ ଡାଳିମ୍ବ ନୁହେଁ, ଡାଳିମ୍ବର ଚୋପା ମଧ୍ୟ ଶରୀର ପାଇଁ ହିତକର।

ଆହୁରି ପଢ଼ନ୍ତୁ: ଅଙ୍ଗ ପ୍ରତିରୋପଣ ପରେ ବଢିପାରେ ସାଇନସ୍ ସମସ୍ୟା: ଜାଣନ୍ତୁ କ’ଣ କହୁଛି ନୂଆ ଗବେଷଣା

 

ଆହୁରି ପଢ଼ନ୍ତୁ: କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର

ଆହୁରି ପଢ଼ନ୍ତୁ: ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ

  • ଡାଳିମ୍ବ ଚୋପାକୁ ଶୁଖାଇ ଗୁଣ୍ଡ କରି ଏହାକୁ କ୍ଷୀର କିମ୍ବା ଗୋଲାପ ଜଳରେ ମିଶାଇ ଫେସ୍‌ପ୍ୟାକ୍ ଭଳି ଲଗାଇବା ଦ୍ୱାରା ତ୍ବଚାଜନିତ ସମସ୍ୟା ଦୂର ହୁଏ।

 

  • ମୁଖ ଦୁର୍ଗନ୍ଧ ଓ ମାଢ଼ି ସମସ୍ୟା ଦୂର କରିବା ପାଇଁ ଡାଳିମ୍ବ ଚୋପାର ୨ ଚାମଚ ପାଉଡରକୁ ୧ ଗ୍ଲାସ୍‌ ପାଣିରେ ପକାଇ କୁଳି କରନ୍ତୁ ।

 

  • ଡାଳିମ୍ବ ଚୋପାର ଗୁଣ୍ଡକୁ ଗୋଟିଏ ଗ୍ଲାସ୍ ପାଣିରେ ମିଶାଇ ପିଇବା ଦ୍ବାରା ହୃଦ୍‌ରୋଗ ଦୂର ହୋଇଥାଏ |

 

  • ରୁପି ଓ କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଡାଳିମ୍ବ ଚୋପାକୁ ତେଲରେ ମିଶାଇ କେଶ ମୂଳରେ ଲଗାନ୍ତୁ ଏବଂ ୨ ଘଣ୍ଟା ପରେ ଧୋଇଦିଅନ୍ତୁ ।

 

  • ଡାଳିମ୍ବ ଚୋପା ଦ୍ବାରା ହଜମ ସମସ୍ୟା ଦୂର ହୋଇଥାଏ । ଭୋକ ବଢ଼ିଥାଏ।

 

  • ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଡାଳିମ୍ବ ଚୋପା କୋଲେଷ୍ଟ୍ରଲ୍ ଦୂର କରିବା ସହିତ ଡିପ୍ରେସନ୍ କମ୍ କରିବା କ୍ଷେତ୍ରରେ ସହାୟକ ହୋଇଥାଏ ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp