କେମିତି କରିବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ଜାଣନ୍ତୁ କିଛି ଟିପସ୍‌

The Sakala Picture
Published On

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ମାନସିକ ଦୁଶ୍ଚିନ୍ତା ଏବଂ ପରିବେଶ ପ୍ରଦୂଷଣ ପାଇଁ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ଲକ୍ଷଣଗୁଡ଼ିକ ହେଉଛି ଅଧିକ ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ଚିଡ଼ିଚିଡ଼ା ଲାଗିବା, ବାନ୍ତି ଲାଗିବା, କମ୍ କାମରେ ହାଲିଆ ଲାଗିବା ଇତ୍ୟାଦି। ଉଚ୍ଚ ରକ୍ତଚାପ ରୋଗର ଅନେକ କାରଣ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ। ତେବେ ଆସନ୍ତୁ […]

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ମାନସିକ ଦୁଶ୍ଚିନ୍ତା ଏବଂ ପରିବେଶ ପ୍ରଦୂଷଣ ପାଇଁ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ଲକ୍ଷଣଗୁଡ଼ିକ ହେଉଛି ଅଧିକ ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ଚିଡ଼ିଚିଡ଼ା ଲାଗିବା, ବାନ୍ତି ଲାଗିବା, କମ୍ କାମରେ ହାଲିଆ ଲାଗିବା ଇତ୍ୟାଦି। ଉଚ୍ଚ ରକ୍ତଚାପ ରୋଗର ଅନେକ କାରଣ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ। ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ କିଛି ତଥ୍ୟ ….

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

  • ଖାଦ୍ୟପେୟ

ଫାଷ୍ଟଫୁଡ୍, ଜଙ୍କ୍‌ଫୁଡ୍, ତେଲମସଲା ଯୁକ୍ତ ଖାଦ୍ୟ, ଅଧିକ ଆମିଷ ଆଦି ଖାଦ୍ୟ ଅଧିକ ପରିମାଣରେ ଖାଇବା ଯୋଗୁଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଯାହା ଫଳରେ ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହୋଇ ରକ୍ତବାହୀ କୋଷିକାଗୁଡ଼ିକୁ ସଙ୍କୁଚିତ କରିଦିଏ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦିଗରେ ଧ୍ୟାନ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

  • ଦୁଶ୍ଚିନ୍ତା

ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଓ ଆଜିକାଲିର ବିଳାସମୟ ଜୀବନଶୈଳୀ ସମସ୍ତେ ସବୁବେଳେ କିଛି ନା କିଛି ବ୍ୟୟ କରୁଛନ୍ତି। ଏଥିପାଇଁ ଯେଉଁ ମାନସିକ ପରିଶ୍ରମ ହେଉଛି କିମ୍ବା ଅନ୍ୟମାନଙ୍କଠାରୁ ସଫଳ ହେବା ପାଇଁ ଯେଉଁ ମାନସିକତା ସୃଷ୍ଟି ହେଉଛି, ଉଚ୍ଚ ରକ୍ତଚାପ ବୃଦ୍ଧିର ଆଶଙ୍କା ଦେଖାଦେଉଛି । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ଯୋଗାଭ୍ୟାସ କରନ୍ତୁ।

  • ଲୁଣ ଓ ମାଦକ ଦ୍ରବ୍ୟର ସେବନ

ଶରୀର ପାଇଁ ଦୈନିକ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ ହୋଇଥାଏ। ଏହି ପରିମାଣଠାରୁ ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ହୁଏ। ଏହା ବ୍ୟତୀତ ତମ୍ବାଖୁ, ଗୁଟୁଖା, ବିଡ଼ି, ସିଗାରେଟ୍ ଓ ଆଲ୍‌କହଲ୍ ଯୁକ୍ତ ପାନୀୟ ନେବା ଦ୍ଵାରା ଶରୀରର ସ୍ନାୟୁ ଓ ଶିରାପ୍ରସିରା ଦୁର୍ବଳ ହୋଇଯାଏ। ଯାହାଦ୍ଵାର ଭାବେ ରକ୍ତ ସଞ୍ଚାଳନ ନ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ ।

  •  ଅନିଦ୍ରା ଓ ହର୍‌ମୋନ୍

ଅନେକ ସମୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଯୋଗୁଁ ହର୍‌ମୋନ ଅସନ୍ତୁଳନ ଦେଖାଯାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ କାରଣ ହୋଇପାରେ। ଜଣେ ବ୍ୟକ୍ତି ଅତିକମ୍‌ରେ ୮ ଘଣ୍ଟା ଶୋଇବା ଉଚିତ।ଯଦି ସେ ଉକ୍ତ ସମୟରୁ କମ୍ ଶୁଅନ୍ତି, ତେବେ ଉଚ୍ଚ ରକ୍ତ ହେବାର ଆଶଙ୍କା ବଢ଼ିଯାଏ। ଏ ସମ୍ପର୍କରେ ସଚେତନ ହେବା ଦ୍ବାରା ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ।

  • ଅଧକ ଔଷଧ ସେବନ

ପେନ୍ କିଲର୍ ଓ ଗର୍ଭ ନିରୋଧକ ଔଷଧ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା କରିବାର ଆଉ ଏକ ମାଧ୍ୟମ। ତେଣୁ ଔଷଧ ଖାଇବା ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଯଥାସମ୍ଭବ କମ୍ ଔଷଧ ବ୍ୟବହାର କରିବା ଉପରେ ଧ୍ୟାନ ଦିଅନ୍ତୁ।

10 Dec 2021 By The Sakala

କେମିତି କରିବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ଜାଣନ୍ତୁ କିଛି ଟିପସ୍‌

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ମାନସିକ ଦୁଶ୍ଚିନ୍ତା ଏବଂ ପରିବେଶ ପ୍ରଦୂଷଣ ପାଇଁ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ଲକ୍ଷଣଗୁଡ଼ିକ ହେଉଛି ଅଧିକ ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ଚିଡ଼ିଚିଡ଼ା ଲାଗିବା, ବାନ୍ତି ଲାଗିବା, କମ୍ କାମରେ ହାଲିଆ ଲାଗିବା ଇତ୍ୟାଦି। ଉଚ୍ଚ ରକ୍ତଚାପ ରୋଗର ଅନେକ କାରଣ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ। ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ କିଛି ତଥ୍ୟ ….

  • ଖାଦ୍ୟପେୟ

ଫାଷ୍ଟଫୁଡ୍, ଜଙ୍କ୍‌ଫୁଡ୍, ତେଲମସଲା ଯୁକ୍ତ ଖାଦ୍ୟ, ଅଧିକ ଆମିଷ ଆଦି ଖାଦ୍ୟ ଅଧିକ ପରିମାଣରେ ଖାଇବା ଯୋଗୁଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଯାହା ଫଳରେ ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହୋଇ ରକ୍ତବାହୀ କୋଷିକାଗୁଡ଼ିକୁ ସଙ୍କୁଚିତ କରିଦିଏ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦିଗରେ ଧ୍ୟାନ ଦିଅନ୍ତୁ ।

  • ଦୁଶ୍ଚିନ୍ତା

ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଓ ଆଜିକାଲିର ବିଳାସମୟ ଜୀବନଶୈଳୀ ସମସ୍ତେ ସବୁବେଳେ କିଛି ନା କିଛି ବ୍ୟୟ କରୁଛନ୍ତି। ଏଥିପାଇଁ ଯେଉଁ ମାନସିକ ପରିଶ୍ରମ ହେଉଛି କିମ୍ବା ଅନ୍ୟମାନଙ୍କଠାରୁ ସଫଳ ହେବା ପାଇଁ ଯେଉଁ ମାନସିକତା ସୃଷ୍ଟି ହେଉଛି, ଉଚ୍ଚ ରକ୍ତଚାପ ବୃଦ୍ଧିର ଆଶଙ୍କା ଦେଖାଦେଉଛି । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ଯୋଗାଭ୍ୟାସ କରନ୍ତୁ।

  • ଲୁଣ ଓ ମାଦକ ଦ୍ରବ୍ୟର ସେବନ

ଶରୀର ପାଇଁ ଦୈନିକ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ ହୋଇଥାଏ। ଏହି ପରିମାଣଠାରୁ ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ହୁଏ। ଏହା ବ୍ୟତୀତ ତମ୍ବାଖୁ, ଗୁଟୁଖା, ବିଡ଼ି, ସିଗାରେଟ୍ ଓ ଆଲ୍‌କହଲ୍ ଯୁକ୍ତ ପାନୀୟ ନେବା ଦ୍ଵାରା ଶରୀରର ସ୍ନାୟୁ ଓ ଶିରାପ୍ରସିରା ଦୁର୍ବଳ ହୋଇଯାଏ। ଯାହାଦ୍ଵାର ଭାବେ ରକ୍ତ ସଞ୍ଚାଳନ ନ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ ।

  •  ଅନିଦ୍ରା ଓ ହର୍‌ମୋନ୍

ଅନେକ ସମୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଯୋଗୁଁ ହର୍‌ମୋନ ଅସନ୍ତୁଳନ ଦେଖାଯାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ କାରଣ ହୋଇପାରେ। ଜଣେ ବ୍ୟକ୍ତି ଅତିକମ୍‌ରେ ୮ ଘଣ୍ଟା ଶୋଇବା ଉଚିତ।ଯଦି ସେ ଉକ୍ତ ସମୟରୁ କମ୍ ଶୁଅନ୍ତି, ତେବେ ଉଚ୍ଚ ରକ୍ତ ହେବାର ଆଶଙ୍କା ବଢ଼ିଯାଏ। ଏ ସମ୍ପର୍କରେ ସଚେତନ ହେବା ଦ୍ବାରା ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ।

  • ଅଧକ ଔଷଧ ସେବନ

ପେନ୍ କିଲର୍ ଓ ଗର୍ଭ ନିରୋଧକ ଔଷଧ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା କରିବାର ଆଉ ଏକ ମାଧ୍ୟମ। ତେଣୁ ଔଷଧ ଖାଇବା ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଯଥାସମ୍ଭବ କମ୍ ଔଷଧ ବ୍ୟବହାର କରିବା ଉପରେ ଧ୍ୟାନ ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp