ମନୋରଞ୍ଜନ
ଓଡ଼ିଶା
ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ
ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ସାମାନ୍ୟ ଅସାବଧାନତା ଅନେକ ସମୟରେ ଆମ ପାଇଁ ମହଙ୍ଗା ପଡ଼ିପାରେ। ବଜାରରୁ ଆମେ କିଣୁଥିବା ସେଓ, ଆମ୍ବ ବା ଅନ୍ୟାନ୍ୟ ଫଳରେ ଲାଗିଥିବା ଚିକମିକ୍ ଷ୍ଟିକର ଦେଖି ଆମେ ଭାବୁ ଯେ ଏହା ଉଚ୍ଚମାନର (ପ୍ରିମିୟମ) ଫଳ। କିନ୍ତୁ ଏହି ଷ୍ଟିକର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିପାରେ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ନିକଟରେ ଫଳ ଓ ପନିପରିବା ଉପରେ ଲଗାଯାଉଥିବା ଷ୍ଟିକର୍କୁ ନେଇ ଏକ କଡ଼ା ଚେତାବନୀ ଜାରି କରିଛନ୍ତି।
ଷ୍ଟିକରରେ ଥିବା ଅଠା କାହିଁକି ବିପଜ୍ଜନକ?
FSSAI ଅନୁଯାୟୀ, ଷ୍ଟିକରରେ ବ୍ୟବହାର ହେଉଥିବା ଅଠା ଖାଇବା ଉପଯୋଗୀ ନୁହେଁ। ଏଥିରେ ବିଭିନ୍ନ ରାସାୟନିକ ପଦାର୍ଥ ରହିଥାଏ ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅନେକ ସମୟରେ ଲୋକମାନେ ଷ୍ଟିକରକୁ କାଢ଼ିଦେଇ ଫଳ ଖାଇଥାନ୍ତି, କିନ୍ତୁ ଏହାର ରାସାୟନିକ ଅଠା ଫଳର ଚୋପାରେ ଲାଗି ରହିଯାଏ। ଏହା ଶରୀର ଭିତରକୁ ଗଲେ ପେଟ ସମସ୍ୟା, ବାନ୍ତି ଲାଗିବା ଏବଂ ଅନ୍ୟାନ୍ୟ ଜଟିଳ ରୋଗ ସୃଷ୍ଟି କରିପାରେ। ଦୀର୍ଘ ଦିନ ଧରି ଏହି ରାସାୟନିକ ପଦାର୍ଥ ଶରୀରକୁ ଗଲେ ତାହା ଭୟଙ୍କର ରୂପ ନେଇଥାଏ। ବିଶେଷ କରି ଛୋଟ ପିଲାଙ୍କ ପାଇଁ ଏହା ଅଧିକ ବିପଜ୍ଜନକ, କାରଣ ସେମାନେ ଅନେକ ସମୟରେ ଷ୍ଟିକର ଲାଗିଥିବା ସ୍ଥାନକୁ ସିଧାସଳଖ କାମୁଡ଼ି ଖାଇଦେଇଥାନ୍ତି।
ବ୍ୟବସାୟୀ କାହିଁକି ଲଗାନ୍ତି ଷ୍ଟିକର?
ସାଧାରଣତଃ ବିଦେଶରେ ଫଳଗୁଡ଼ିକର ମାନ, ଉତ୍ପାଦନ ପ୍ରଣାଳୀ ଓ ମୂଲ୍ୟ (PLU କୋଡ୍) ଜାଣିବା ପାଇଁ ଷ୍ଟିକର ବ୍ୟବହାର କରାଯାଏ। କିନ୍ତୁ ଭାରତରେ ଅନେକ ସ୍ଥାନୀୟ ବ୍ୟବସାୟୀ ଏହାର ଅପବ୍ୟବହାର କରିଥାନ୍ତି। ଫଳର ଦୋଷ, ଦାଗ ବା ପଚା ଅଂଶକୁ ଲୁଚାଇବା ପାଇଁ ଏବଂ ଫଳଟିକୁ 'ବେଷ୍ଟ କ୍ୱାଲିଟି' ବା ଉନ୍ନତ ମାନର ଦର୍ଶାଇ ଗ୍ରାହକଙ୍କୁ ବୋକା ବନାଇବା ପାଇଁ ଏହି ଷ୍ଟିକର ବ୍ୟବହାର କରାଯାଇଥାଏ।
FSSAI ର ପରାମର୍ଶ: କିପରି ରହିବେ ସୁରକ୍ଷିତ?
ଏହି ବିପଦରୁ ରକ୍ଷା ପାଇବା ପାଇଁ ଗ୍ରାହକମାନେ ସଚେତନ ହେବା ନିତାନ୍ତ ଜରୁରୀ। FSSAI ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ଜରୁରୀ ପରାମର୍ଶ ଦେଇଛନ୍ତି:
* ଫଳ ବା ପରିବା ଖାଇବା ପୂର୍ବରୁ ଷ୍ଟିକରକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଅନ୍ତୁ।
* ଯେଉଁ ସ୍ଥାନରେ ଷ୍ଟିକର ଲାଗିଥିଲା, ସେହି ସ୍ଥାନକୁ ଭଲ ଭାବରେ ପାଣିରେ ଧୋଇଦିଅନ୍ତୁ କିମ୍ବା ସେହି ଅଂଶର ଚୋପାକୁ କାଟି ବାଦ୍ ଦିଅନ୍ତୁ।
* କେବଳ ଷ୍ଟିକର ଦେଖି ଫଳ କିଣନ୍ତୁ ନାହିଁ, ଫଳର ସତେଜତା ଓ ମାନ ନିଜେ ପରୀକ୍ଷା କରି କିଣନ୍ତୁ।
* ପିଲାମାନଙ୍କୁ ଫଳ ଦେବା ପୂର୍ବରୁ ସେଗୁଡିକୁ ଭଲଭାବେ ଧୋଇ ଚୋପା ଛଡ଼ାଇ ଦେବା ସବୁଠାରୁ ନିରାପଦା