ଜଙ୍ଗଲ ଜିଲାପି ଖାଇଲେ କ'ଣ ହୁଏ? ଜାଣନ୍ତୁ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା

Suryakanta Picture
Published On

ମିଠା ଦୋକାନରେ ମିଳୁଥିବା ଜିଲାପି ସହିତ ଆମେ ସମସ୍ତେ ପରିଚିତ। କିନ୍ତୁ ଆପଣ କେବେ ଗଛରେ ଫଳୁଥିବା ଜିଲାପି ବିଷୟରେ ଶୁଣିଛନ୍ତି କି? ଏହାକୁ ଜଙ୍ଗଲ ଜିଲାପି କୁହାଯାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମିଳୁଥିବା ଏହି ଫଳଟି ଆକାରରେ ଜିଲାପି ପରି ବଙ୍କା ହୋଇଥିବାରୁ ଏହାକୁ ଜଙ୍ଗଲ ଜିଲାପି କୁହାଯାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏହି ଫଳକୁ ଦେଶର ବିଭିନ୍ନ ସ୍ଥାନରେ ଗଙ୍ଗା ତେନ୍ତୁଳି, ସିମ କୟାଁ, ମାଡ୍ରାସ ଥର୍ଣ୍ଣ କିମ୍ବା କିକର ଆଦି ନାମରେ ଜଣାଯାଏ। ଏହାର ସ୍ୱାଦ ଖଟା-ମିଠା ହୋଇଥାଏ। ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ। ଆୟୁର୍ବେଦରେ ଏହି ଫଳର ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଜଙ୍ଗଲ ଜିଲାପି ଖାଇଲେ କେଉଁ ସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

ପାଚନ କ୍ରିୟା ଏବଂ ରକ୍ତ ସଫା କରିବାରେ ସହାୟକ

ଜଙ୍ଗଲ ଜିଲାପି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା କିମ୍ବା ପାଚନ କ୍ରିୟାରେ ଉନ୍ନତି ଆସିଥାଏ। ଏହା ସହିତ ଏହା ରକ୍ତକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଫଳର ମଞ୍ଜି ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହ ପେଟରେ ଥିବା କୃମି ନଷ୍ଟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କାଶ ଏବଂ ଶ୍ୱାସରୋଗରେ ଉପକାରୀ

ଆୟୁର୍ବେଦିକ ଦୃଷ୍ଟିକୋଣରୁ ଜଙ୍ଗଲ ଜିଲାପିର ଅନେକ ମହତ୍ତ୍ୱ ରହିଛି। ଏହି ଫଳ କାଶ ଏବଂ ଦମା (ଆଜ୍‌ମା) ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ତରଳ ଝାଡ଼ା ଓ କାଶ ହେଉଥିଲେ ଏହାର ଛାଲିରୁ ପ୍ରସ୍ତୁତ କାଢ଼ା ଦିନକୁ ୨ ଥର ପିଇଲେ ଆରାମ ମିଳିଥାଏ।

ଦାନ୍ତ, ମାଢ଼ି ଏବଂ ଚର୍ମ ରୋଗ ପାଇଁ ରାମବାଣ

ଦାନ୍ତ ଏବଂ ମାଢ଼ି ଜନିତ ରୋଗରେ ଜଙ୍ଗଲ ଜିଲାପି ଗଛର ଛାଲି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେହିପରି ଚର୍ମ ରୋଗ ଏବଂ ଶରୀରର ଫୁଲା କମାଇବା ପାଇଁ ଏହାର ପତ୍ରକୁ ଲେପ କିମ୍ବା କାଢ଼ା ରୂପରେ ବ୍ୟବହାର କରାଯାଇଥାଏ। ଏହାବ୍ୟତୀତ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

କିପରି କରିବେ ବ୍ୟବହାର?

ଜଙ୍ଗଲ ଜିଲାପିକୁ ଆପଣ କଞ୍ଚା ଖାଇପାରିବେ କିମ୍ବା ଏହାକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ସେବନ କରିପାରିବେ। ଏହାର ମଞ୍ଜିରୁ ପ୍ରସ୍ତୁତ ଚୂର୍ଣ୍ଣକୁ ମହୁ ସହିତ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗ୍ରାମାଞ୍ଚଳରେ ଏହାକୁ ପିଲାମାନଙ୍କର ପ୍ରାକୃତିକ ଟଫି ବୋଲି ମଧ୍ୟ କୁହାଯାଏ, ଯାହା ସ୍ୱାଦିଷ୍ଟ ହେବା ସହ ପେଟର ଗରମକୁ ଶାନ୍ତ କରିବାରେ ସାହାଯ୍ୟ କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp