ମହିଳାମାନେ ସାବଧାନ! ମାଇଗ୍ରେନ୍ କେବଳ ମୁଣ୍ଡବିନ୍ଧା ନୁହେଁ, ବଢ଼ାଇପାରେ ହାଇ ବ୍ଲଡ୍‌ ପ୍ରେସର ବିପଦ

Suryakanta Picture
Published On

ମାଇଗ୍ରେନ୍‌କୁ ଅନେକ ସମୟରେ ଲୋକେ କେବଳ ତୀବ୍ର ମୁଣ୍ଡବିନ୍ଧା ଭାବି ଅଣଦେଖା କରିଦିଅନ୍ତି, କିନ୍ତୁ ଏହା ମହିଳାମାନଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର (High BP) ଆଶଙ୍କାକୁ ବଢାଇପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ସମୟ ଥାଉ ଥାଉ ଏହାର ଉପଚାର କରା ନ ଯାଏ, ତେବେ ଏହା ହୃଦରୋଗର କାରଣ ମଧ୍ୟ ସାଜିପାରେ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ମହିଳାମାନଙ୍କ ପାଇଁ କାହିଁକି ରହିଛି ବିପଦ?

ମହିଳାଙ୍କ କ୍ଷେତ୍ରରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ମଧ୍ୟରେ ସିଧାସଳଖ ସମ୍ପର୍କ ହରମୋନ୍ ପରିବର୍ତ୍ତନ ସହ ଜଡିତ ରହିଛି। ଋତୁସ୍ରାବ, ଗର୍ଭାବସ୍ଥା ଏବଂ ମେନୋପୋଜ୍ ସମୟରେ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ର ଉତ୍ଥାନ-ପତନ ଘଟିଥାଏ, ଯାହା ମାଇଗ୍ରେନ୍‌ର କାରଣ ସାଜେ। ମାଇଗ୍ରେନ୍ ଆଟାକ୍ ସମୟରେ ରକ୍ତନଳୀ ସଙ୍କୁଚିତ ଓ ପ୍ରସାରିତ ହୁଏ, ଫଳରେ ରକ୍ତଚାପ ହଠାତ୍ ବଢିଯାଏ। ବାରମ୍ବାର ମାଇଗ୍ରେନ୍ ଆଟାକ୍ ହେବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହରମୋନ୍ ବଢିଯାଏ, ଯାହା ବିପିକୁ ଅସନ୍ତୁଳିତ କରିଥାଏ।

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

କାହା ପ୍ରତି ରହିଛି ଅଧିକ ଆଶଙ୍କା?

ଯେଉଁ ମହିଳାମାନେ ଦୀର୍ଘ ଦିନ ଧରି ମାଇଗ୍ରେନ୍ ସମସ୍ୟାରେ ପୀଡିତ ଅଛନ୍ତି, ସେମାନଙ୍କ ଠାରେ ହାଇ ବିପିର ଆଶଙ୍କା ଅଧିକ ଥାଏ। ଏହା ବ୍ୟତୀତ ମୋଟାପଣ, ମାନସିକ ଚାପ, ଅନିୟମିତ ନିଦ୍ରା, ଧୂମପାନ ଏବଂ ଅତ୍ୟଧିକ କଫି ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ଦେଖାଯାଏ। ବିଶେଷ କରି ମେନୋପୋଜ୍ ବୟସରେ ପହଞ୍ଚୁଥିବା ମହିଳା ଏବଂ ଯେଉଁମାନଙ୍କର ପରିବାରରେ ହୃଦରୋଗର ଇତିହାସ ରହିଛି, ସେମାନେ ଅଧିକ ସତର୍କ ରହିବା ଉଚିତ୍।

ସୁରକ୍ଷା ପାଇଁ କ’ଣ କରିବେ?

ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପରୁ ବର୍ତ୍ତିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ନିହାତି ଆବଶ୍ୟକ।

* ଦିନକୁ ଅତିକମରେ ୭ରୁ ୮ ଘଣ୍ଟା ଶୋଇବା ସହ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

* ଖାଦ୍ୟରେ ଲୁଣ ଏବଂ କଫିର ମାତ୍ରା ସୀମିତ ରଖନ୍ତୁ।

* ନିୟମିତ ଯୋଗ, ପ୍ରାତଃ ଭ୍ରମଣ ଏବଂ ହାଲୁକା ବ୍ୟାୟାମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

* ମାଇଗ୍ରେନ୍ ସୃଷ୍ଟି କରୁଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ।

* ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ଏବଂ ସମୟ ସମୟରେ ବିପି ଯାଞ୍ଚ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp