ଫିଟ୍‌ନେସ୍‌ର ନୂଆ ମନ୍ତ୍ର: ଜଳପରୀ ଅବତାର

The Sakala Picture
Published On

ବଡ଼ି ଫିଟ୍‌ନେସ୍ ପାଇବା ପାଇଁ ସମସ୍ତେ କିଛି କିଛି ନୂଆ ଉପାୟ ଆପଣାଇଥାନ୍ତି। କିନ୍ତୁ ଏବେ ବିଦେଶରେ ଆଉ ଏକ ଫିଟନେସ୍ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ଏହି ନିଆରା ଉପାୟରେ ବିଶେଷ ଭାବେ ଝିଅମାନେ ଜଳପରୀ ଭଳି ଅଧିକ ସମୟ ପାଣି ଭିତରେ ରହୁଛନ୍ତି । ଏହା ବେଶ୍‌ ସ୍ବାସ୍ଥ୍ୟପ୍ରଦ ଏବଂ ଏଥିପାଇଁ ଆନୁଷଙ୍ଗିକ ଜିନିଷ ଯୋଗାଇବା ପାଇଁ ଏକ ଗ୍ରୁପ୍ ମଧ୍ୟ ରହିଛି। ଦିନକୁ ଦିନ ଏହି ନୂଆ ଫିଟନେସ୍‌ ଟ୍ରେଣ୍ଡ୍‌ର ଚାହିଦା ବଢ଼ିବାରେ ଲାଗିଛି। […]

ବଡ଼ି ଫିଟ୍‌ନେସ୍ ପାଇବା ପାଇଁ ସମସ୍ତେ କିଛି କିଛି ନୂଆ ଉପାୟ ଆପଣାଇଥାନ୍ତି। କିନ୍ତୁ ଏବେ ବିଦେଶରେ ଆଉ ଏକ ଫିଟନେସ୍ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ଏହି ନିଆରା ଉପାୟରେ ବିଶେଷ ଭାବେ ଝିଅମାନେ ଜଳପରୀ ଭଳି ଅଧିକ ସମୟ ପାଣି ଭିତରେ ରହୁଛନ୍ତି । ଏହା ବେଶ୍‌ ସ୍ବାସ୍ଥ୍ୟପ୍ରଦ ଏବଂ ଏଥିପାଇଁ ଆନୁଷଙ୍ଗିକ ଜିନିଷ ଯୋଗାଇବା ପାଇଁ ଏକ ଗ୍ରୁପ୍ ମଧ୍ୟ ରହିଛି। ଦିନକୁ ଦିନ ଏହି ନୂଆ ଫିଟନେସ୍‌ ଟ୍ରେଣ୍ଡ୍‌ର ଚାହିଦା ବଢ଼ିବାରେ ଲାଗିଛି। ବ୍ରିଟେନ୍‌ରେ ସୃଷ୍ଟି ହୋଇଥିବା ଏହି ଟ୍ରେଣ୍ଡ୍‌ ମାଧ୍ୟମରେ ମହିଳାମାନେ ସମୁଦ୍ରର ଗଭୀର ଜଳ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ବେଶ ରୋମାଞ୍ଚକର ମନେ ହେଉଛି। ଯେଉଁମାନେ ରୋମାଞ୍ଚ ସହିତ ଫିଟନେସ୍ ଚାହୁଁଛନ୍ତି, ସେମାନଙ୍କୁ ଏହି ଫିଟନେସ୍ ଟ୍ରେଣ୍ଡ୍‌ ବେଶ୍‌ ଆକର୍ଷିତ କରୁଛି। ଏହାକୁ ‘ମର୍‌ମେଡ୍‌ ସୁଇମିଙ୍ଗ୍‌’ ବୋଲି କୁହାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ପୋଷାକ ମଧ୍ୟ ରହିଛି। ଏହି ପୋଷାକ ପିନ୍ଧିସାରିବା ପରେ ମହିଳାମାନେ ଅବିକଳ ଜଳପରୀ ଭଳି ଦେଖାଯାନ୍ତି। ନର୍ଥ ଆମ୍ପଟନ୍‌ରେ ରହୁଥିବା ୩୧ ବର୍ଷିୟା ସରାହ ଡେଲି ଏ ସମ୍ପର୍କରେ କହିଛନ୍ତି ଯେ, ପ୍ରକୃତରେ ଜଳପରୀ ଭଳି ସମୁଦ୍ର ପାଣିରେ ପହଁରିବା ଏକ ରୋମାଞ୍ଚକର ଅନୁଭୂତି। ପ୍ରଥମେ ସେ ସମୁଦ୍ର ମଧ୍ୟକୁ ଯିବାକୁ ଡରୁଥିଲେ। କିନ୍ତୁ ଏବେ ସେ ସମୁଦ୍ରରେ ଘଣ୍ଟା ଘଣ୍ଟା ଧରି ମଉଜମସ୍ତି କରୁଛନ୍ତି। ୟୁକେ ମର୍‌ପଡ୍‌ ଫେସ୍‌ବୁକ୍‌ କମ୍ୟୁନିଟିର ସଂସ୍ଥାପକ ଲିଲି ରୋଜ୍‌ ଶେପ୍‌ଡ କୁହନ୍ତି ଯେ, ପ୍ରଥମେ ମୁଁ ଗ୍ରୁପ୍ ଆରମ୍ଭ କରିବା ସମୟରେ ଏଥିରେ ମାତ୍ର ୧୦ ଜଣ ମହିଳା ଥିଲେ। ଏବେ ଏହି ଗ୍ରୁପ୍‌ରେ ୫୦୦ରୁ ଊର୍ଦ୍ଧ୍ବ ମହିଳା ଅଛନ୍ତି। ଜଳପରୀ ଭାବେ ସନ୍ତରଣ କରିବା ସମୟରେ ହେଉଥିବା ଶାରୀରିକ ବ୍ୟାୟାମ ବଡ଼ି ଫିଟନେସ୍‌ ପାଇଁ ଭଲ ହୋଇଥାଏ। ତେଣୁ ରୋମାଞ୍ଚ ସହିତ ଫିଟ୍‌ନେସ୍‌କୁ ପସନ୍ଦ କରୁଥିବା ମହିଳାଙ୍କ ମଧ୍ୟରେ ‘ମରମେଡ୍‌ ସୁଇମିଂ’ର ଧାରା ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp