ଆଜିକାଲି କଅଁଳ ବୟସରୁ ପରିପକ୍ଵ ହେଉଛନ୍ତି ପିଲା; ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ସମାଧାନ ବିଷୟରେ...

Madhusudan Das Picture
Published On

ଆଧୁନିକ ଜୀବନଶୈଳୀ, ଦୀର୍ଘ ସମୟ ଫୋନ୍‌ ବ୍ୟବହାର ଆଦି ଅଭ୍ୟାସ ଯୋଗୁଁ ଏବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେଉଛି। ସେଥିରୁ ପ୍ରିକୋସିୟସ୍‌ ପ୍ୟୁବର୍ଟି ଯୋଗୁଁ  ପିଲାମାନେ କଅଁଳ ବୟସରୁ ପରିପକ୍ବ ହେଉଛନ୍ତି। ମାତ୍ର ୭ରୁ୮ବର୍ଷରୁ ପୁଅ ଓ ଝିଅଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଛି। ଏହା ପ୍ରାୟତଃ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ତେଣୁ ଏହି ସମସ୍ୟା କାହିଁକି ହେଉଛି, ଏହାର ସମାଧାନ କ’ଣ ତାହାକୁ ନେଇ ଏହି ଆଲେଖ୍ୟ।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ଋତୁସ୍ରାବ ମହିଳାଙ୍କର ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ୧୨ରୁ ୧୪ବର୍ଷ ବୟସରେ ଆରମ୍ଭ ହୋଇଯାଏ। ଏବେ କିନ୍ତୁ ୮ରୁ ୯ ବର୍ଷୀୟା ଝିଅମାନେ ଋତୁସ୍ରାବକୁ ସାମ୍ନା କରୁଛନ୍ତି। ଝିଅଙ୍କ ପରି ପୁଅମାନଙ୍କର କମ୍‌ ବୟସରୁ ଯୌନାଙ୍ଗବୃଦ୍ଧି, ସ୍ବରରେ ପରିବର୍ତ୍ତନ, ନିଶ ଉଠିବା ଆଦି ଲକ୍ଷଣ ଦେଖାଯାଉଛି। ତେବେ କମ୍‌ ବୟସରୁ ଏହି ପରିପକ୍ବତା ସେମାନଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଫଳରେ ସେମାନଙ୍କ ସ୍ବଭାବ ଚିଡ଼ିଚିଡ଼ା ହେଉଛି।

ଆହୁରି ପଢ଼ନ୍ତୁ: ୧୮ ବର୍ଷରେ ହାର୍ଟ ଟେଷ୍ଟ, ୩୫ରେ ସିଟି ସ୍କାନ! କ'ଣ କହୁଛନ୍ତି ବିଶେଷଜ୍ଞ?

ଅନିୟନ୍ତ୍ରିତ ଜୀବନଶୈଳୀ: ରାସାୟନିକଯୁକ୍ତ ଖାଦ୍ୟ, ଗର୍ଭବସ୍ଥାରୁ ଇଞ୍ଜେକସନ୍‌ ଏବଂ ଔଷଧ ସେବନ ଅଭ୍ୟାସରୁ ପିଲାମାନେ ଶୀଘ୍ର ରାସାୟନିକ ସମ୍ପର୍କରେ ଆସିଯାଉଛନ୍ତି। ଜନ୍ମ ପରେ ଖାଦ୍ୟଠୁ ନେଇ ଶାରୀରିକ ବୃଦ୍ଧି ପାଇଁ ଖାଦ୍ୟରେ ଗ୍ରୋଥ୍‌ ହରମୋନ୍ ଉପଯୋଗ ଯୋଗୁଁ ହରମୋନ୍‌ ଅସନ୍ତୁଳନ  ହେଉଛି। ଅଧିକ ଜଙ୍କପୁଡ ସେବନ  ଦ୍ବାରା କମ୍‌ ବୟସରୁ ପିଲା ପରିପକ୍ବ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱରେ ୩୨% ମୃତ୍ୟୁର କାରଣ ସାଜିଛି ହୃଦରୋଗ: ବର୍ତ୍ତିବେ କିପରି ଜାଣନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପରାମର୍ଶ

ମେଦବହୁଳତା ଏବଂ ଚିନ୍ତା: ପ୍ରିଜରଭେଟିଭ ଖାଦ୍ୟଗ୍ରହଣ, ଶାରୀରିକ ନିଷ୍କ୍ରିୟତା ଯୋଗୁଁ ପିଲାମାନେ ମେଦବହୁଳତାରେ ପୀଡ଼ିତ ହେଉଛନ୍ତି। ଏହା ଦ୍ବାରା ଚିନ୍ତା ଓ ଓଜନ ବୃଦ୍ଧି ସମସ୍ୟା ଅଧିକ ବଢ଼ୁଛି। ଏହା ମଧ୍ୟ ପ୍ରିକୋସିୟସ୍‌ ପ୍ୟୁବର୍ଟିର ମୂଳ କାରଣ।

କାଳ ସାଜୁଛି ମୋବାଇଲ୍‌ ଫୋନ୍‌: ପଢ଼ାକୁ ନେଇ ଅଧିକାଂଶ ପିଲା ଚାପଗ୍ରସ୍ତ ରହୁଛନ୍ତି। ଘଣ୍ଟା ଘଣ୍ଟା ଡିଜିଟାଲ ସ୍କ୍ରିନ୍‌ ବ୍ୟବହାର ଯୋଗୁଁ ଫୋନ୍‌ର ନୀଳ ଆଲୋକ ମସ୍ତିଷ୍କକୁ ନିଦ ସଙ୍କେତ ଦିଏ ନାହିଁ। ବିଳମ୍ବିତ ରାତିଯାଏଁ ସେମାନେ ଅନିଦ୍ରା ରହୁଥିବାରୁ ହରମୋନ ଅସନ୍ତୁଳନ ହେଉଛି। ଫଳରେ କମ୍‌ ବୟସରୁ ପରିପକ୍ବ ହେଉଛନ୍ତି। 

ଖାଦ୍ୟପେୟରେ ସତର୍କତା:  ପିଲାମାନେ ସନ୍ତୁଳିତ ଖାଦ୍ୟ ସେବନ ସହିତ  ବ୍ୟାୟାମ କରିବା ନିତାନ୍ତ ଜରୁରି। ଶୋଇବାର ଘଣ୍ଟାକ ପୂର୍ବରୁ ମୋବାଇଲ୍‌ ବନ୍ଦ କରିବା ଉଚିତ। ୮ରୁ ୯ବର୍ଷ ବୟସରେ ପୁଅଝିଅ ପରିପକ୍ବ ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

23 Nov 2025 By Madhusudan Das

ଆଜିକାଲି କଅଁଳ ବୟସରୁ ପରିପକ୍ଵ ହେଉଛନ୍ତି ପିଲା; ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ସମାଧାନ ବିଷୟରେ...

ଆଧୁନିକ ଜୀବନଶୈଳୀ, ଦୀର୍ଘ ସମୟ ଫୋନ୍‌ ବ୍ୟବହାର ଆଦି ଅଭ୍ୟାସ ଯୋଗୁଁ ଏବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେଉଛି। ସେଥିରୁ ପ୍ରିକୋସିୟସ୍‌ ପ୍ୟୁବର୍ଟି ଯୋଗୁଁ  ପିଲାମାନେ କଅଁଳ ବୟସରୁ ପରିପକ୍ବ ହେଉଛନ୍ତି। ମାତ୍ର ୭ରୁ୮ବର୍ଷରୁ ପୁଅ ଓ ଝିଅଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଛି। ଏହା ପ୍ରାୟତଃ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ତେଣୁ ଏହି ସମସ୍ୟା କାହିଁକି ହେଉଛି, ଏହାର ସମାଧାନ କ’ଣ ତାହାକୁ ନେଇ ଏହି ଆଲେଖ୍ୟ।

ଋତୁସ୍ରାବ ମହିଳାଙ୍କର ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ୧୨ରୁ ୧୪ବର୍ଷ ବୟସରେ ଆରମ୍ଭ ହୋଇଯାଏ। ଏବେ କିନ୍ତୁ ୮ରୁ ୯ ବର୍ଷୀୟା ଝିଅମାନେ ଋତୁସ୍ରାବକୁ ସାମ୍ନା କରୁଛନ୍ତି। ଝିଅଙ୍କ ପରି ପୁଅମାନଙ୍କର କମ୍‌ ବୟସରୁ ଯୌନାଙ୍ଗବୃଦ୍ଧି, ସ୍ବରରେ ପରିବର୍ତ୍ତନ, ନିଶ ଉଠିବା ଆଦି ଲକ୍ଷଣ ଦେଖାଯାଉଛି। ତେବେ କମ୍‌ ବୟସରୁ ଏହି ପରିପକ୍ବତା ସେମାନଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଫଳରେ ସେମାନଙ୍କ ସ୍ବଭାବ ଚିଡ଼ିଚିଡ଼ା ହେଉଛି।

ଅନିୟନ୍ତ୍ରିତ ଜୀବନଶୈଳୀ: ରାସାୟନିକଯୁକ୍ତ ଖାଦ୍ୟ, ଗର୍ଭବସ୍ଥାରୁ ଇଞ୍ଜେକସନ୍‌ ଏବଂ ଔଷଧ ସେବନ ଅଭ୍ୟାସରୁ ପିଲାମାନେ ଶୀଘ୍ର ରାସାୟନିକ ସମ୍ପର୍କରେ ଆସିଯାଉଛନ୍ତି। ଜନ୍ମ ପରେ ଖାଦ୍ୟଠୁ ନେଇ ଶାରୀରିକ ବୃଦ୍ଧି ପାଇଁ ଖାଦ୍ୟରେ ଗ୍ରୋଥ୍‌ ହରମୋନ୍ ଉପଯୋଗ ଯୋଗୁଁ ହରମୋନ୍‌ ଅସନ୍ତୁଳନ  ହେଉଛି। ଅଧିକ ଜଙ୍କପୁଡ ସେବନ  ଦ୍ବାରା କମ୍‌ ବୟସରୁ ପିଲା ପରିପକ୍ବ ହେଉଛନ୍ତି।

ମେଦବହୁଳତା ଏବଂ ଚିନ୍ତା: ପ୍ରିଜରଭେଟିଭ ଖାଦ୍ୟଗ୍ରହଣ, ଶାରୀରିକ ନିଷ୍କ୍ରିୟତା ଯୋଗୁଁ ପିଲାମାନେ ମେଦବହୁଳତାରେ ପୀଡ଼ିତ ହେଉଛନ୍ତି। ଏହା ଦ୍ବାରା ଚିନ୍ତା ଓ ଓଜନ ବୃଦ୍ଧି ସମସ୍ୟା ଅଧିକ ବଢ଼ୁଛି। ଏହା ମଧ୍ୟ ପ୍ରିକୋସିୟସ୍‌ ପ୍ୟୁବର୍ଟିର ମୂଳ କାରଣ।

କାଳ ସାଜୁଛି ମୋବାଇଲ୍‌ ଫୋନ୍‌: ପଢ଼ାକୁ ନେଇ ଅଧିକାଂଶ ପିଲା ଚାପଗ୍ରସ୍ତ ରହୁଛନ୍ତି। ଘଣ୍ଟା ଘଣ୍ଟା ଡିଜିଟାଲ ସ୍କ୍ରିନ୍‌ ବ୍ୟବହାର ଯୋଗୁଁ ଫୋନ୍‌ର ନୀଳ ଆଲୋକ ମସ୍ତିଷ୍କକୁ ନିଦ ସଙ୍କେତ ଦିଏ ନାହିଁ। ବିଳମ୍ବିତ ରାତିଯାଏଁ ସେମାନେ ଅନିଦ୍ରା ରହୁଥିବାରୁ ହରମୋନ ଅସନ୍ତୁଳନ ହେଉଛି। ଫଳରେ କମ୍‌ ବୟସରୁ ପରିପକ୍ବ ହେଉଛନ୍ତି। 

ଖାଦ୍ୟପେୟରେ ସତର୍କତା:  ପିଲାମାନେ ସନ୍ତୁଳିତ ଖାଦ୍ୟ ସେବନ ସହିତ  ବ୍ୟାୟାମ କରିବା ନିତାନ୍ତ ଜରୁରି। ଶୋଇବାର ଘଣ୍ଟାକ ପୂର୍ବରୁ ମୋବାଇଲ୍‌ ବନ୍ଦ କରିବା ଉଚିତ। ୮ରୁ ୯ବର୍ଷ ବୟସରେ ପୁଅଝିଅ ପରିପକ୍ବ ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp