ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ବୃଦ୍ଧି କରିଥାଏ ଉଚ୍ଚ ରକ୍ତଚାପ…

The Sakala Picture
Published On

ହୃତ୍‌ପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ସଞ୍ଚାଳନ କରିଥାଏ। ଧମନୀରେ ବହୁଥିବା ରକ୍ତଚାପ କୌଣସି କାରଣରୁ ବୃଦ୍ଧି ପାଇଲେ, ଧମନୀ ଉପରେ ଅଧିକ ପ୍ରଭାବ ପଡ଼େ। ଧମନୀରେ ରକ୍ତ ପ୍ରବାହ ପାଇଁ ହୃତ୍‌ପିଣ୍ଡକୁ ଅଧିକ କାମ କରିବାକୁ ପଡ଼ିଥାଏ। ଏହି ସ୍ଥିତିକୁ ଉଚ୍ଚ ରକ୍ତଚାପ କୁହାଯାଏ। ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ, ଜଙ୍କ୍‌ଫୁଡ୍‌, ଲୁଣ, ତେଲ ମସଲାଯୁକ୍ତ ଖାଦ୍ୟ, ହର୍ମୋନ ଅସନ୍ତୁଳନ, ନିଶାସେବନ, ମୋଟାପା, ଅନିଦ୍ରା ଆଦି କାରଣରୁ କମ୍‌ବୟସ୍କ ବ୍ୟକ୍ତି ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। […]

ହୃତ୍‌ପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ସଞ୍ଚାଳନ କରିଥାଏ। ଧମନୀରେ ବହୁଥିବା ରକ୍ତଚାପ କୌଣସି କାରଣରୁ ବୃଦ୍ଧି ପାଇଲେ, ଧମନୀ ଉପରେ ଅଧିକ ପ୍ରଭାବ ପଡ଼େ। ଧମନୀରେ ରକ୍ତ ପ୍ରବାହ ପାଇଁ ହୃତ୍‌ପିଣ୍ଡକୁ ଅଧିକ କାମ କରିବାକୁ ପଡ଼ିଥାଏ। ଏହି ସ୍ଥିତିକୁ ଉଚ୍ଚ ରକ୍ତଚାପ କୁହାଯାଏ। ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ, ଜଙ୍କ୍‌ଫୁଡ୍‌, ଲୁଣ, ତେଲ ମସଲାଯୁକ୍ତ ଖାଦ୍ୟ, ହର୍ମୋନ ଅସନ୍ତୁଳନ, ନିଶାସେବନ, ମୋଟାପା, ଅନିଦ୍ରା ଆଦି କାରଣରୁ କମ୍‌ବୟସ୍କ ବ୍ୟକ୍ତି ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ରକ୍ତବାହୀ ନଳୀରେ ଚର୍ବି ଜମିଯାଇ ତାହା ସଂକୀର୍ଣ୍ଣ ହୋଇଯାଉଥିବାରୁ ଏଥିରେ ଚାପ ବୃଦ୍ଧି ପାଇଥାଏ। ରକ୍ତଚାପ ବୃଦ୍ଧି ପାଇଲେ, ହୃତ୍‌ପିଣ୍ଡ ସମେତ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ହୃଦ୍‌ରୋଗ, ହୃତ୍‌ପିଣ୍ଡ ଅଚଳ, ହୃଦ୍‌ଘାତ, ଷ୍ଟ୍ରୋକ୍‌ ଆଦି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଅଚାନକ ଉଚ୍ଚ ରକ୍ତଚାପ ଲକ୍ଷଣ ଦେଖିଲେ, ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବ ଜରୁରି।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ମୁଣ୍ଡ ବିନ୍ଧା, ଥକ୍କା ଲାଗିବା, ଚିନ୍ତା, ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, କମ୍‌ଜୋର ଅନୁଭବ କରିବା, ଆଖିକୁ ଭଲଭାବେ କିଛି ନ ଦିଶିବା ଆଦି ଉଚ୍ଚ ରକ୍ତଚାପର ଲକ୍ଷଣ। ଶରୀରରେ ରକ୍ତଚାପ ୧୪୦-୯୦ରୁ ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ ରୋଗକୁ ସୂଚାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତିଙ୍କର ଅଚାନକ ରକ୍ତଚାପ ବୃଦ୍ଧି ପାଉଛି, ତାଙ୍କୁ ତୁରନ୍ତ ବାୟୁ ଚଳାଚଳ ସ୍ଥାନରେ ବସାନ୍ତୁ। ଶ୍ବାସକ୍ରିୟାକୁ ତୀବ୍ର କରିବାକୁ ପରାମର୍ଶ ଦିଅନ୍ତୁ। ଉକ୍ତ ବ୍ୟକ୍ତିଙ୍କୁ ସିଝା ସର୍ପଗନ୍ଧା ପାଣି ଦିଆଯାଇପାରେ ବୋଲି ଆୟୁର୍ବେଦ ଡାକ୍ତର ପ୍ରଦୀପ ମିଶ୍ର କୁହନ୍ତି। ସେହିପରି ଜଙ୍କଫୁଡ, ମସଲାଯୁକ୍ତ ଖାଦ୍ୟ, ଚଟ୍‌ପଟା ଖାଦ୍ୟ, ଲୁଣ, ଘିଅ ଓ ରିଫାଇନ୍‌ ତେଲ, ଚିନି ଆଦିକୁ ବାରଣ କରିବା ଦ୍ବାରା ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରୁହେ। ସର୍ପଗନ୍ଧା ମୂଳ ଏକ ଗ୍ରାମ୍‌ ପର୍ଯ୍ୟନ୍ତ ବାଟି ପାଣିରେ ମିଶାଇ ସେବନ କରିବା ମଧ୍ୟ ହିତକର।

ଆହୁରି ପଢ଼ନ୍ତୁ: ୧୮ ବର୍ଷରେ ହାର୍ଟ ଟେଷ୍ଟ, ୩୫ରେ ସିଟି ସ୍କାନ! କ'ଣ କହୁଛନ୍ତି ବିଶେଷଜ୍ଞ?

ଦୈନିକ ଖାଲି ପେଟରେ ୨ କୋଲା ରସୁଣ ଖାଇବା ସ୍ବାସ୍ଥ୍ୟପ୍ରଦ। ଲେମ୍ବୁପାଣି, ପଇଡ଼, ସଜନା, ଟମାଟୋ, ସୋୟା, ଅଳସୀ କଳା ଚଣା ଆଦି ସେବନ କରିପାରିବେ । ଅଁଳା ରସରେ ମହୁ ମିଶାଇ କିମ୍ବା ପାଞ୍ଚଟି ତୁଳସୀ ପତ୍ର ଓ ଦୁଇଟି ନିମ ପତ୍ର ବଟାକୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ପିଇବା ଦ୍ବାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ।

ଆହୁରି ପଢ଼ନ୍ତୁ: ହୃଦଘାତର ନୂଆ କାରଣ ପାଲଟିଛି 'ମାଇକ୍ରୋପ୍ଲାଷ୍ଟିକ୍'! ଇଟାଲୀ ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

24 Sep 2024 By The Sakala

ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ବୃଦ୍ଧି କରିଥାଏ ଉଚ୍ଚ ରକ୍ତଚାପ…

ହୃତ୍‌ପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ସଞ୍ଚାଳନ କରିଥାଏ। ଧମନୀରେ ବହୁଥିବା ରକ୍ତଚାପ କୌଣସି କାରଣରୁ ବୃଦ୍ଧି ପାଇଲେ, ଧମନୀ ଉପରେ ଅଧିକ ପ୍ରଭାବ ପଡ଼େ। ଧମନୀରେ ରକ୍ତ ପ୍ରବାହ ପାଇଁ ହୃତ୍‌ପିଣ୍ଡକୁ ଅଧିକ କାମ କରିବାକୁ ପଡ଼ିଥାଏ। ଏହି ସ୍ଥିତିକୁ ଉଚ୍ଚ ରକ୍ତଚାପ କୁହାଯାଏ। ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ, ଜଙ୍କ୍‌ଫୁଡ୍‌, ଲୁଣ, ତେଲ ମସଲାଯୁକ୍ତ ଖାଦ୍ୟ, ହର୍ମୋନ ଅସନ୍ତୁଳନ, ନିଶାସେବନ, ମୋଟାପା, ଅନିଦ୍ରା ଆଦି କାରଣରୁ କମ୍‌ବୟସ୍କ ବ୍ୟକ୍ତି ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ରକ୍ତବାହୀ ନଳୀରେ ଚର୍ବି ଜମିଯାଇ ତାହା ସଂକୀର୍ଣ୍ଣ ହୋଇଯାଉଥିବାରୁ ଏଥିରେ ଚାପ ବୃଦ୍ଧି ପାଇଥାଏ। ରକ୍ତଚାପ ବୃଦ୍ଧି ପାଇଲେ, ହୃତ୍‌ପିଣ୍ଡ ସମେତ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ହୃଦ୍‌ରୋଗ, ହୃତ୍‌ପିଣ୍ଡ ଅଚଳ, ହୃଦ୍‌ଘାତ, ଷ୍ଟ୍ରୋକ୍‌ ଆଦି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଅଚାନକ ଉଚ୍ଚ ରକ୍ତଚାପ ଲକ୍ଷଣ ଦେଖିଲେ, ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବ ଜରୁରି।

ମୁଣ୍ଡ ବିନ୍ଧା, ଥକ୍କା ଲାଗିବା, ଚିନ୍ତା, ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, କମ୍‌ଜୋର ଅନୁଭବ କରିବା, ଆଖିକୁ ଭଲଭାବେ କିଛି ନ ଦିଶିବା ଆଦି ଉଚ୍ଚ ରକ୍ତଚାପର ଲକ୍ଷଣ। ଶରୀରରେ ରକ୍ତଚାପ ୧୪୦-୯୦ରୁ ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ ରୋଗକୁ ସୂଚାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତିଙ୍କର ଅଚାନକ ରକ୍ତଚାପ ବୃଦ୍ଧି ପାଉଛି, ତାଙ୍କୁ ତୁରନ୍ତ ବାୟୁ ଚଳାଚଳ ସ୍ଥାନରେ ବସାନ୍ତୁ। ଶ୍ବାସକ୍ରିୟାକୁ ତୀବ୍ର କରିବାକୁ ପରାମର୍ଶ ଦିଅନ୍ତୁ। ଉକ୍ତ ବ୍ୟକ୍ତିଙ୍କୁ ସିଝା ସର୍ପଗନ୍ଧା ପାଣି ଦିଆଯାଇପାରେ ବୋଲି ଆୟୁର୍ବେଦ ଡାକ୍ତର ପ୍ରଦୀପ ମିଶ୍ର କୁହନ୍ତି। ସେହିପରି ଜଙ୍କଫୁଡ, ମସଲାଯୁକ୍ତ ଖାଦ୍ୟ, ଚଟ୍‌ପଟା ଖାଦ୍ୟ, ଲୁଣ, ଘିଅ ଓ ରିଫାଇନ୍‌ ତେଲ, ଚିନି ଆଦିକୁ ବାରଣ କରିବା ଦ୍ବାରା ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରୁହେ। ସର୍ପଗନ୍ଧା ମୂଳ ଏକ ଗ୍ରାମ୍‌ ପର୍ଯ୍ୟନ୍ତ ବାଟି ପାଣିରେ ମିଶାଇ ସେବନ କରିବା ମଧ୍ୟ ହିତକର।

ଦୈନିକ ଖାଲି ପେଟରେ ୨ କୋଲା ରସୁଣ ଖାଇବା ସ୍ବାସ୍ଥ୍ୟପ୍ରଦ। ଲେମ୍ବୁପାଣି, ପଇଡ଼, ସଜନା, ଟମାଟୋ, ସୋୟା, ଅଳସୀ କଳା ଚଣା ଆଦି ସେବନ କରିପାରିବେ । ଅଁଳା ରସରେ ମହୁ ମିଶାଇ କିମ୍ବା ପାଞ୍ଚଟି ତୁଳସୀ ପତ୍ର ଓ ଦୁଇଟି ନିମ ପତ୍ର ବଟାକୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ପିଇବା ଦ୍ବାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp