ନୂଆବର୍ଷରୁ ନୂଆ ସଂକଳ୍ପ: ସୁସ୍ଥ ଓ ନୀରୋଗ ରହିବାକୁ ବଦଳାନ୍ତୁ ଏହିସବୁ କୁଅଭ୍ୟାସ…

The Sakala Picture
Published On

ବ୍ୟସ୍ତବହୁଳ ଜୀବନଶୈଳୀ ଆଉ ଖାଦ୍ୟରେ ଅନିୟମିତତା କାରଣରୁ ସମ୍ପ୍ରତି ଲୋକେ ନାନା ରୋଗର ଶିକାର ହେଉଛନ୍ତି। ତେଣୁ ୨୦୨୪ ରୁ କିପରି ସୁସ୍ଥ ଓ ନୀରୋଗ ରହିପାରିବେ, ସେନେଇ ସକାରାତ୍ମକ ଯୋଜନା ପ୍ରସ୍ତୁତ କରନ୍ତୁ। ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲେ ହୃଦ୍‌ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଲାଗି ରହେ ଏବଂ ସେ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି ତେବେ […]

ବ୍ୟସ୍ତବହୁଳ ଜୀବନଶୈଳୀ ଆଉ ଖାଦ୍ୟରେ ଅନିୟମିତତା କାରଣରୁ ସମ୍ପ୍ରତି ଲୋକେ ନାନା ରୋଗର ଶିକାର ହେଉଛନ୍ତି। ତେଣୁ ୨୦୨୪ ରୁ କିପରି ସୁସ୍ଥ ଓ ନୀରୋଗ ରହିପାରିବେ, ସେନେଇ ସକାରାତ୍ମକ ଯୋଜନା ପ୍ରସ୍ତୁତ କରନ୍ତୁ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲେ ହୃଦ୍‌ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଲାଗି ରହେ ଏବଂ ସେ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କଠାରେ ହୃଦ୍‌ରୋଗର ଲକ୍ଷଣ ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେେବ ୨୦୨୩ରେ ହୃଦ୍‌ଘାତଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥିଲାବେଳେ ଖୁବ୍‌ କମ୍ ବୟସର ଲୋକେ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ସମସ୍ୟାର ନିୟନ୍ତ୍ରଣ ପାଇଁ ନିୟମିତ ବ୍ୟାୟାମ, ଜିମ୍‌, ୧୫ରୁ ୨୦ ମିନିଟ୍‌ ସାଇକଲ ଚାଳନା କିମ୍ବା ଚାଲି ପାରିେବ। ନିୟମିତ ହାର୍ଟ, କୋଲେଷ୍ଟ୍ରଲ ଆଦିର ଚେକ୍‌ଅପ୍‌ କରିପାରିେବ। ଏହା ଦ୍ବାରା କେବଳ ହୃଦୟ ସୁସ୍ଥ ରୁହେ ତାହା ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ଓ ନୀରୋଗ ରଖିବାରେ ସହାୟକ ହୁଏ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

ନିଶା କୁ ନା: ଅଧିକାଂଶ ନିୟମିତ ନିଶା ସେବନ କରିଥାନ୍ତି। ଏହା ସ୍ବାସ୍ଥ୍ୟ ଉପରେ ନାନା ପ୍ରଭାବ ପକାଇବା ସହ ଫୁସ୍‌ଫୁସ୍‌ଜନିତ ରୋଗ ସୃଷ୍ଟି କରେ। ତେଣୁ ଚଳିତବର୍ଷ ଆରମ୍ଭରୁ ନିଶା ସେବନ ନ କରିବାକୁ ସଂକଳ୍ପ ନିଅନ୍ତୁ।

ତେଲ ମସଲା ଖାଦ୍ୟ ଅହିତକର: ବାହାରର ଜଙ୍କ୍‌ଫୁଡ ତଥା ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ତେଲ ମସଲାଯୁକ୍ତ ଖାଦ୍ୟ ସ୍ବାଦିଷ୍ଠ ଲାଗିଲେ ବି ଏହା ପେଟଜନିତ ସମସ୍ୟା ସୃଷ୍ଟି କରେ। ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବାରୁ ଏହା ବିଭିନ୍ନ ରୋଗ ସୃଷ୍ଟି କରଥାଏ। ଓଜନ ବୃଦ୍ଧି ହୁଏ। ମୋଟାପାରୁ ଅନେକ ଜଟିଳ ରୋଗ ସୃଷ୍ଟି ହେଉଥିବାରୁ ନୂଆ ବର୍ଷରୁ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଜରୁରି । ପୋଷକତତ୍ତ୍ୱ ଓ ଭିଟାମିନ୍ ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇପାରିବେ। ସେହିପରି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି ରହୁଥଲେ, ଶାରୀରିକ କ୍ରିୟା କରୁନଥିଲେ, ଏହି ଅଭ୍ୟାସ ତୁରନ୍ତ ବଦଳାଇ ନିୟମିତ ୩୦ ମିନିଟ୍ ବ୍ୟାୟାମ କରିପାରିବେ।

୭ରୁ ୮ଘଣ୍ଟା ଶୁଅନ୍ତୁ: ସମ୍ପ୍ରତି ବିଳମ୍ବିତ ରାତି ଯାଏଁ ଫୋନ୍ ଚଳାଇବା ସାଧାରଣ ଅଭ୍ୟାସ ହୋଇଥିବାବେଳେ ଏହା ସ୍ୱାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ। ସୁସ୍ଥ ରହିବାକୁ ନିୟମିତ ୭ରୁ ୮ଘଣ୍ଟା ଶୋଇବା ଜରୁରି। ଏହା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଭଲ ପ୍ରଭାବ ପକାଏ। ବ୍ୟକ୍ତି ସକ୍ରିୟ ରହିପାରନ୍ତି। ଶୋଇବା ଠିକ୍‌ ରହିଲେ, ଅନ୍ୟାନ୍ୟ ରୋଗ ଦୂର କରିଥାଏ। ମାନସିକ ଚିନ୍ତା ମଧ୍ୟ ରୁହେ ନାହିଁ।

ନିଜ ପାଇଁ ସମୟ କାଢ଼ନ୍ତୁ: ଅନେକ ବ୍ୟସ୍ତବହୁଳ ଜୀବନ ଯୋଗୁଁ ପ୍ରାୟତଃ ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ। ତେଣୁ ମନକୁ ଶାନ୍ତ ଓ ଖୁସି ରଖିବାକୁ ନିଜ ସହିତ ସମୟ ବିତାଇବା ଜରୁରି। ଏହାଦ୍ୱାରା ସ୍ୱାସ୍ଥ୍ୟ ଫିଟ୍ ରୁହେ।

ଟେକ୍ନୋଲୋଜିରୁ ଦୂରେଇ ରୁହନ୍ତୁ: ସୋସିଆଲ ମିଡିଆରେ ପ୍ରତ୍ୟେକ ଲୋକେ ଅଧÒକ ସମୟ ବିତାଉଛନ୍ତି। ତେଣୁ ସମୟ ସମୟେ ଟେକ୍ନୋଲୋଜି ଏବଂ ମୋବାଇଲ୍‌ରୁ ଦୂରେଇ ରହି ପରିବାର ସହିତ ସମୟ ବିତାଇପାରିବେ।

29 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp