ଜାଣନ୍ତୁ କିପରି କରିବେ ଟନ୍‌ସିଲ୍‌ ସମସ୍ୟାର ଘରୋଇ ଉପଚାର

The Sakala Picture
Published On

ଟନ୍‌ସିଲ୍‌ ସମସ୍ୟାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ମଧ୍ୟ ପିଇବାରେ ଗଳା ଦରଜ ଲାଗେ ଏବଂ ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା – -ଦିନକୁ ୨ରୁ ୩ଥର ୧ଗ୍ଲାସ୍‌ ଉଷୁମ ପାଣି ସହିତ ଏକ ଚୁଟ୍‌କି ଲୁଣ ପକାଇ ଗର୍ଗଲ୍‌ କରନ୍ତୁ। -ଟନ୍‌ସିଲ୍‌ ସମସ୍ୟା […]

ଟନ୍‌ସିଲ୍‌ ସମସ୍ୟାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ମଧ୍ୟ ପିଇବାରେ ଗଳା ଦରଜ ଲାଗେ ଏବଂ ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –

ଆହୁରି ପଢ଼ନ୍ତୁ: ଆଖି କୁଣ୍ଡାଇ ହେଲେ କିମ୍ବା ପୋଡ଼ିଲେ କ'ଣ କରିବେ? ପାଣିରେ ଧୋଇବେ ନା ଆଇ ଡ୍ରପ୍ ବ୍ୟବହାର କରିବେ?

-ଦିନକୁ ୨ରୁ ୩ଥର ୧ଗ୍ଲାସ୍‌ ଉଷୁମ ପାଣି ସହିତ ଏକ ଚୁଟ୍‌କି ଲୁଣ ପକାଇ ଗର୍ଗଲ୍‌ କରନ୍ତୁ।

ଆହୁରି ପଢ଼ନ୍ତୁ: ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍: କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି କେତେ ଆବଶ୍ୟକ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

-ଟନ୍‌ସିଲ୍‌ ସମସ୍ୟା ଦୂର କରିବା ପାଇଁ ଗାଜର ରସ ସେବନ କରନ୍ତୁ। ଗାଜରରେ ଥିବା ଆଣ୍ଟି ଟକ୍ସିନ୍‌ ଟନ୍‌ସିଲ୍‌ ସମସ୍ୟା ଦୂର କରେ।

ଆହୁରି ପଢ଼ନ୍ତୁ: ସ୍ମଗ୍ ଯୋଗୁଁ ଆଖି ଉପରେ ପଡୁଛି ଖରାପ ପ୍ରଭାବ: ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କିପରି କରିବେ ଯତ୍ନ

-ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳେ। ଏହା ବ୍ୟତୀତ ଉଷୁମ ପାଣିରେ ମହୁ ଓ ହଳଦୀ ପକାଇ ପିଇବା ଦ୍ବାରା ଟନ୍‌ସିଲ୍‌ ଜନିତ ଗଳା ଦରଜ ଦୂର ହୋଇଥାଏ।

-ଥଣ୍ଡାରୁ ରକ୍ଷା ପାଇବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ। ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍‌କି ଗୋଲମରିଚ ପାଉଡର୍‌ ପକାଇ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ବାରା ଆରାମ ମିଳିଥାଏ।

-ବେକ ଓ କାନକୁ ଘୋଡ଼ାଇବା ଭଳି ସ୍କାର୍ଫ ବ୍ୟବହାର କରନ୍ତୁ।

-ଏସବୁ ବ୍ୟତୀତ ବର୍ଷାଦିନରେ ଜଙ୍କ୍‌ଫୁଡ୍‌ ଓ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରହନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp