ଖାଇବା ପରେ ପରେ ଶୋଇବା କ୍ଷତିକାରକ, ଦେଖାଯାଏ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା….

The Sakala Picture
Published On

ବ୍ୟସ୍ତ ଜୀବନଶୈଳୀ ଏବଂ ରାସାୟନିକଯୁକ୍ତ ଖାଦ୍ୟ ପାଇଁ ଏବେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏସବୁ ସହିତ ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଯିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ୁଛି। ଏହାଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇ ବିଭିନ୍ନ ପେଟରୋଗ ସହିତ ଆହୁରି ଅନେକ ପ୍ରକାର ରୋଗ ହେଉଛି। ତେବେ ଆସନ୍ତୁ ଜାଣିବା ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଗଲେ, କ’ଣ ସବୁ ରୋଗ ହୋଇଥାଏ। -ଖାଇବା ସଙ୍ଗେ ସଙ୍ଗେ ଶୋଇଲେ ପ୍ରାଚନ ତନ୍ତ୍ର […]

ବ୍ୟସ୍ତ ଜୀବନଶୈଳୀ ଏବଂ ରାସାୟନିକଯୁକ୍ତ ଖାଦ୍ୟ ପାଇଁ ଏବେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏସବୁ ସହିତ ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଯିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ୁଛି। ଏହାଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇ ବିଭିନ୍ନ ପେଟରୋଗ ସହିତ ଆହୁରି ଅନେକ ପ୍ରକାର ରୋଗ ହେଉଛି। ତେବେ ଆସନ୍ତୁ ଜାଣିବା ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଗଲେ, କ’ଣ ସବୁ ରୋଗ ହୋଇଥାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଖାଇବା ସଙ୍ଗେ ସଙ୍ଗେ ଶୋଇଲେ ପ୍ରାଚନ ତନ୍ତ୍ର ଉପରେ ଅଧିକ ଚାପ ପଡ଼ିଥାଏ। ତେଣୁ ପାଚନ ତନ୍ତ୍ର ଦୁର୍ବଳ ହୋଇ ଖାଦ୍ୟ ହଜମ ହୋଇପାରେ ନାହିଁ। ତେଣୁ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦେଖାଦେଇଥାଏ। ତେଣୁ ଖାଇବା ପରେ ୧୦ରୁ ୧୫ ମିନିଟ୍‌ ଚାଲିବା ଉଚିତ।

-ଖାଦ୍ୟ ହଜମ ନହେବା ଯୋଗୁଁ କ୍ୟାଲୋରୀ ବର୍ଣ୍ଣ ହୋଇପାରେ ନାହିଁ। କ୍ୟାଲୋରୀ ବର୍ଣ୍ଣ ନହେବା ଯୋଗୁଁ ଓଜନ ବୃଦ୍ଧି ପାଇଥାଏ। ତେଣୁ ଶୋଇବାକୁ ଯିବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇଦେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।

-ଖାଦ୍ୟ ଖାଇବା ପରେ ଶୋଇବାକୁ ଯିବା ଦ୍ବାରା ରକ୍ତରେ ଗ୍ଲୁକୋଜ୍‌ର ସ୍ତର ବୃଦ୍ଧି ପାଏ। ଗ୍ଲୁକୋଜ୍‌ ସ୍ତର ବଢ଼ିବା ଦ୍ବାରା ଶର୍କରା ସ୍ତର ବୃଦ୍ଧି ପାଇ ମଧୁମେହ ଦେଖାଯାଏ।

-ସବୁବେଳେ ଛାତି ଜଳାପୋଡ଼ା, ଆମ୍ବିଳା ହାକୁଟି ଏବଂ ବଦହଜମୀ ସମସ୍ୟା ମଧ୍ୟ ଦେଖାଯାଇଥାଏ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp