ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର ପାଇଁ ହୋଇପାରେ ହାନିକାରକ

The Sakala Picture
Published On

କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ ଓ ଏକ୍ସରସାଇଜ୍ ସହିତ ସୀମିତ ମାତ୍ରାରେ ଏସବୁ ଖାଇବା ଦରକାର। କିନ୍ତୁ ଏହା ପ୍ରତି କେହି ଧ୍ୟାନ ହେଉ […]

କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ ଓ ଏକ୍ସରସାଇଜ୍ ସହିତ ସୀମିତ ମାତ୍ରାରେ ଏସବୁ ଖାଇବା ଦରକାର। କିନ୍ତୁ ଏହା ପ୍ରତି କେହି ଧ୍ୟାନ ହେଉ ନାହାନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏସବୁର ମାତ୍ରାଧିକ ସେବନ ଶରୀର ପାଇଁ ହାନିକାରକ। ମାସ ମାସ ଧରି ଭିଟାମିନ୍ ସି ଔଷଧ ଖାଇବା ଦ୍ବାରା କିଡ୍ନୀରେ ଷ୍ଟୋନ୍, ଛାତି ଜ୍ବଳନ, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ଜିଙ୍କ୍‌ର ଅତ୍ୟଧିକ ବ୍ୟବହାର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି କରେ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ତେବେ ଭିଟାମିନ୍ ସି’ର ହଜାରେ ମିଲିଗ୍ରାମରୁ ଅଧିକ ଦୈନିକ ସେବନ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ଡାକିଆଣେ। ଏହାଦ୍ବାରା କିଡ୍ନୀ ଷ୍ଟୋନ୍, ଡାଇରିଆ, ପାଚନତନ୍ତ୍ର ସମ୍ବନ୍ଧୀୟ ପ୍ରମୁଖ ରୋଗ ଦେଖା ଦେଇପାରେ। ୪୦ ଗ୍ରାମ୍‌ରୁ ଅଧିକ ଜିଙ୍କ୍ର ସେବନ ଶରୀର ପାଇଁ କ୍ଷତିକାରକ। ଏହାଦ୍ବାରା କିଡ୍‌ନୀ ଓ ପେଟ ସହ ସମ୍ବନ୍ଧୀୟ ରୋଗ ବଢ଼ିବା ଆଶଙ୍କା ଅଧିକ। ସେହିପରି ୨୦ ମିଲିଗ୍ରାମ୍‌ରୁ ଅଧିକ ଭିଟାମିନ୍ ଇ’ ଖାଇବା ଦ୍ବାରା ହୃଦ୍‌ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।

କାହା ପାଇଁ କେତେ ପରିମାଣ :
– ୧୮ରୁ ଊର୍ଦ୍ଧ୍ବ ବୟସ୍କ ପୁରୁଷ ୧୧ ମିଲିଗ୍ରାମ୍‌ ଓ ମହିଳାଙ୍କୁ ୯ ମିଲିଗ୍ରାମ୍‌ ଜିଙ୍କ୍‌ ଖାଇବା ଦରକାର।
– ୧୧ରୁ ୧୨ ମିଲିଗ୍ରାମ୍‌ ଜିଙ୍କ୍‌ ଗର୍ଭବତୀ ମହିଳା ଗ୍ରହଣ କରିପାରିବେ।
– ୧୨ରୁ ୧୩ ମିଲିଗ୍ରାମ୍‌ ଜିଙ୍କ୍‌ ସ୍ତନ୍ୟପାନ କରୁଥିବା ମାଆମାନେ ଖାଇବା ଉଚିତ।
– ୧୪ରୁ ଅଧିକ ବୟସ୍କ ୧୫ ମିଲିଗ୍ରାମ ଭିଟାମିନ୍ – ଇ’ ଖାଇବା ଆବଶ୍ୟକ।
– ୬୫ରୁ ୯୦ ମିଲିଗ୍ରାମ୍‌ ଭିଟାମିନ୍ – ସି’ ବୟସ୍କମାନେ ଗ୍ରହଣ କରିବା ଦରକାର।
– ୦୬ରୁ ୮ ଗ୍ରାମ୍ ଭିଟାମିନ୍ ସି’ ନେବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp