ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ କରନ୍ତୁ ସ୍କିପିଂ, ଜାଣନ୍ତୁ ଏହାର ଉପାଦେୟତା….

The Sakala Picture
Published On

ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଜିମ୍‌ ଯାଇ କଷ୍ଟକର ବ୍ୟାୟାମ କରିବା ବଦଳରେ ୨୦ ମିନିଟ୍‌ ସ୍କିପିଂ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ। ସ୍କିପିଂ କରିବା ସମୟରେ ଅଣ୍ଟା, କାନ୍ଧ, ଛାତି, ମୁଣ୍ଡ ଓ ଗୋଡ଼କୁ ସିଧା କରି ଠିଆ ହୁଅନ୍ତୁ। ସ୍ପ୍ରିଙ୍ଗ୍‌ ଦଉଡ଼ି ପରିବର୍ତ୍ତେ ସାଧାରଣ ସ୍କିପିଂ ଦ୍ବାରା ବ୍ୟାୟାମ କରିବା ଉତ୍ତମ। କାରଣ ସାଧାରଣ ଦଉଡ଼ିକୁ ହାତରେ ଧରି ମୁଣ୍ଡ ଉପରୁ ତଳକୁ ଆଣିବା ଦ୍ବାରା ହାତର ମାଂସପେଶୀ ଓ […]

ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଜିମ୍‌ ଯାଇ କଷ୍ଟକର ବ୍ୟାୟାମ କରିବା ବଦଳରେ ୨୦ ମିନିଟ୍‌ ସ୍କିପିଂ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ। ସ୍କିପିଂ କରିବା ସମୟରେ ଅଣ୍ଟା, କାନ୍ଧ, ଛାତି, ମୁଣ୍ଡ ଓ ଗୋଡ଼କୁ ସିଧା କରି ଠିଆ ହୁଅନ୍ତୁ। ସ୍ପ୍ରିଙ୍ଗ୍‌ ଦଉଡ଼ି ପରିବର୍ତ୍ତେ ସାଧାରଣ ସ୍କିପିଂ ଦ୍ବାରା ବ୍ୟାୟାମ କରିବା ଉତ୍ତମ। କାରଣ ସାଧାରଣ ଦଉଡ଼ିକୁ ହାତରେ ଧରି ମୁଣ୍ଡ ଉପରୁ ତଳକୁ ଆଣିବା ଦ୍ବାରା ହାତର ମାଂସପେଶୀ ଓ କାନ୍ଧର ବ୍ୟାୟାମ ମଧ୍ୟ ହୁଏ। ସ୍କିପିଂକରିବା ଦ୍ବାରା ଅନ୍ୟାନ୍ୟ ସ୍ବାସ୍ଥ୍ୟଲାଭ ସମ୍ପର୍କରେ ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

-ଶରୀରରେ ଥିବା କ୍ୟାଲୋରି ଖୁବ୍‌ ଶୀଘ୍ର ହ୍ରାସ ପାଇଥାଏ। କ୍ୟାଲୋରି ହ୍ରାସ ପାଇବା ଦ୍ବାରା ମେଦ ବହୁଳତା କମିଥାଏ ଏବଂ ଶରୀରର ଓଜନ ନିୟନ୍ତ୍ରଣ ହେବ। କାରଣ ଏହି ଗୋଟିଏ ବ୍ୟାୟାମ ଦ୍ବାରା ସମ୍ପୂର୍ଣ୍ଣ ଶରୀର କାର୍ଯ୍ୟକ୍ଷମ ହୋଇଥାଏ।

-ସ୍କିପିଂ ହେଉଛି ଏକ କାର୍ଡିଓ ଭାସ୍କୁଲାର୍‌ ବ୍ୟାୟାମ, ଯାହାଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା ବୃଦ୍ଧି ହୋଇଥାଏ। ଏହାଦ୍ବାରା ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ। ହୃତ୍‌ପିଣ୍ଡ ସୁସ୍ଥ ରହିବା ଦ୍ବାରା ରକ୍ତ ସଞ୍ଚାଳନ ଠିକ୍‌ ରହେ ଏବଂ ଶରୀର ସୁସ୍ଥ ରହିଥାଏ।

-ସ୍କିପିଂ ଦ୍ବାରା ଶରୀରର ପ୍ରତ୍ୟେକ ଅଙ୍ଗ ଓ ମାଂସପେଶୀ କାର୍ଯ୍ୟକ୍ଷମ ହେବା ଦ୍ବାରା ଶରୀର ସୁଦୃଢ଼ ହୋଇ ଶକ୍ତି ଆସିଥାଏ। ମାଂସପେଶୀ ଓ ସ୍ନାୟୁ ମଜଭୁତ ହୋଇଥାଏ।

-ଶରୀରର ମାଂସପେଶୀ ଓ ସ୍ନାୟୁ ମଜଭୁତ୍ ହେବା ଦ୍ବାରା ହାଡ଼ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ହାଡ଼ ମଧ୍ୟ ମଜଭୁତ ହୋଇଥାଏ।

-ସ୍କିପିଂ ଦ୍ବାରା ଶରୀର ଗଠନ ଆକର୍ଷଣୀୟ ହୋଇଥାଏ ଏବଂ ପାଦ ଓ ଗୋଇଠି ମଜଭୁତ ହୋଇଥାଏ।

22 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp