ଓଜନ ହ୍ରାସ ପାଇଁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ

The Sakala Picture
Published On

ଓଜନ ବୃଦ୍ଧି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଯକୃତ ରୋଗ ଭଳି ଅନେକ ଜଟିଳ ରୋଗକୁ ଆମନ୍ତ୍ରଣ କରେ। ଏହି ଦୃଷ୍ଟିରୁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ଏଥିପାଇଁ ବ୍ୟାୟାମ, ଡାଏଟିଂ ଛଡ଼ା ଇଣ୍ଟରମିଣ୍ଟେଟ ଉପବାସ କରିପାରିବେ। ଏହା ସାଧାରଣ ଉପବାସଠାରୁ ଭିନ୍ନ। ଏକ ସୁସ୍ଥ ଜୀବନଶୈଳୀ ପାଇଁ ଏହା ଉପବାସର ଏକ ପଦ୍ଧତି। ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଖାଇ ବାକି ସମୟ ଉପବାସ ରହିବାକୁ ପଡ଼ିଥାଏ। ଏଥିରେ ଆପଣ ଆପଣଙ୍କ […]

ଓଜନ ବୃଦ୍ଧି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଯକୃତ ରୋଗ ଭଳି ଅନେକ ଜଟିଳ ରୋଗକୁ ଆମନ୍ତ୍ରଣ କରେ। ଏହି ଦୃଷ୍ଟିରୁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ଏଥିପାଇଁ ବ୍ୟାୟାମ, ଡାଏଟିଂ ଛଡ଼ା ଇଣ୍ଟରମିଣ୍ଟେଟ ଉପବାସ କରିପାରିବେ। ଏହା ସାଧାରଣ ଉପବାସଠାରୁ ଭିନ୍ନ। ଏକ ସୁସ୍ଥ ଜୀବନଶୈଳୀ ପାଇଁ ଏହା ଉପବାସର ଏକ ପଦ୍ଧତି।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଖାଇ ବାକି ସମୟ ଉପବାସ ରହିବାକୁ ପଡ଼ିଥାଏ। ଏଥିରେ ଆପଣ ଆପଣଙ୍କ ସୁବିଧାନୁଯାୟୀ ୧୨, ୮ ଘଣ୍ଟିଆ ଅବଧିରେ ଫାଷ୍ଟିଂ ରଖନ୍ତୁ, ସବୁଠାରୁ ଭଲ ଉପାୟ ହେଉଛି ୫:୨ ପଦ୍ଧତି, ଯେଉଁଥିରେ ଆପଣ ସପ୍ତାହର ୫ ଦିନ ମନ ମୁତାବକ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ବାକି ୨ ଦିନ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ। ଏହି ଅବଶିଷ୍ଟ ୨ଦିନରେ ପୁରୁଷମାନେ ୬୦୦ ଗ୍ରାମ ଏବଂ ମହିଳାମାନେ ୫୦୦ ଗ୍ରାମ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିପାରିବେ। ଏପରି ଖାଇବା ଫଳରେ ଖୁବ୍‌ ଶୀଘ୍ର ଆପଣଙ୍କ ଓଜନ ହ୍ରାସ ହୋଇଯିବାର ସମ୍ଭାବନା ରହିଥାଏ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ଅଳ୍ପ ସମୟରୁ ଆରମ୍ଭ:
ପ୍ରଥମ ଥର ଇଣ୍ଟରମିଣ୍ଟେଟ୍‌ ଉପବାସ କରୁଥିବା ବ୍ୟକ୍ତିମାନେ ଉପବାସର ଅବଧିକୁ ଅଳ୍ପ ସମୟରୁ ଆରମ୍ଭ କରିବା ଉଚିତ। ଏପରିକି ଜଣେ ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ କରିପାରିବେ। ତା’ପରେ ଧୀରେ ଧୀରେ ଉପବାସର ସମୟକୁ ନିର୍ଦ୍ଦିଷ୍ଟ ସମୟକୁ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ।

କ୍ୟାଲୋରୀଯୁକ୍ତ ଖାଦ୍ୟ:
ଇଣ୍ଟରମିଣ୍ଟେଟ୍‌ ଉପବାସ ସମୟରେ, କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପୂର୍ଣ୍ଣ ବନ୍ଦ ହୋଇନଥାଏ, ବରଂ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସନ୍ତୁଳିତ ପରିମାଣର କ୍ୟାଲୋରୀ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ।

ଉପବାସର ସମୟକୁ ମନେରଖନ୍ତୁ:
ଉପବାସର ସମୟକୁ ଏପରି ଭାବରେ ସ୍ଥିର କରନ୍ତୁ, ଯାହା ଦ୍ବାରା ଆପଣ ଦିନକୁ ୬ରୁ ୭ଘଣ୍ଟା ଶୋଇପାରିବେ। ମନେରଖନ୍ତୁ ଯେ ଶୋଇବା ପୂର୍ବରୁ ଆପଣ ତିନିରୁ ଚାରି ଘଣ୍ଟା ପୂର୍ବରୁ ଖାଇବା ଉଚିତ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
ଉପବାସ ସମୟରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏଡ଼ାଇବା ପାଇଁ, ଡାକ୍ତର କିମ୍ବା ଡାଏଟିସିଆନଙ୍କ ସହିତ ଇଣ୍ଟରମିଣ୍ଟେଟ୍‌ ଉପବାସ ବିଷୟରେ ଥରେ କଥା ହେବା ଭଲ।

09 Apr 2021 By The Sakala

ଓଜନ ହ୍ରାସ ପାଇଁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ

ଓଜନ ବୃଦ୍ଧି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଯକୃତ ରୋଗ ଭଳି ଅନେକ ଜଟିଳ ରୋଗକୁ ଆମନ୍ତ୍ରଣ କରେ। ଏହି ଦୃଷ୍ଟିରୁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ଏଥିପାଇଁ ବ୍ୟାୟାମ, ଡାଏଟିଂ ଛଡ଼ା ଇଣ୍ଟରମିଣ୍ଟେଟ ଉପବାସ କରିପାରିବେ। ଏହା ସାଧାରଣ ଉପବାସଠାରୁ ଭିନ୍ନ। ଏକ ସୁସ୍ଥ ଜୀବନଶୈଳୀ ପାଇଁ ଏହା ଉପବାସର ଏକ ପଦ୍ଧତି।

ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଖାଇ ବାକି ସମୟ ଉପବାସ ରହିବାକୁ ପଡ଼ିଥାଏ। ଏଥିରେ ଆପଣ ଆପଣଙ୍କ ସୁବିଧାନୁଯାୟୀ ୧୨, ୮ ଘଣ୍ଟିଆ ଅବଧିରେ ଫାଷ୍ଟିଂ ରଖନ୍ତୁ, ସବୁଠାରୁ ଭଲ ଉପାୟ ହେଉଛି ୫:୨ ପଦ୍ଧତି, ଯେଉଁଥିରେ ଆପଣ ସପ୍ତାହର ୫ ଦିନ ମନ ମୁତାବକ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ବାକି ୨ ଦିନ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ। ଏହି ଅବଶିଷ୍ଟ ୨ଦିନରେ ପୁରୁଷମାନେ ୬୦୦ ଗ୍ରାମ ଏବଂ ମହିଳାମାନେ ୫୦୦ ଗ୍ରାମ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିପାରିବେ। ଏପରି ଖାଇବା ଫଳରେ ଖୁବ୍‌ ଶୀଘ୍ର ଆପଣଙ୍କ ଓଜନ ହ୍ରାସ ହୋଇଯିବାର ସମ୍ଭାବନା ରହିଥାଏ।

ଅଳ୍ପ ସମୟରୁ ଆରମ୍ଭ:
ପ୍ରଥମ ଥର ଇଣ୍ଟରମିଣ୍ଟେଟ୍‌ ଉପବାସ କରୁଥିବା ବ୍ୟକ୍ତିମାନେ ଉପବାସର ଅବଧିକୁ ଅଳ୍ପ ସମୟରୁ ଆରମ୍ଭ କରିବା ଉଚିତ। ଏପରିକି ଜଣେ ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ କରିପାରିବେ। ତା’ପରେ ଧୀରେ ଧୀରେ ଉପବାସର ସମୟକୁ ନିର୍ଦ୍ଦିଷ୍ଟ ସମୟକୁ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ।

କ୍ୟାଲୋରୀଯୁକ୍ତ ଖାଦ୍ୟ:
ଇଣ୍ଟରମିଣ୍ଟେଟ୍‌ ଉପବାସ ସମୟରେ, କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପୂର୍ଣ୍ଣ ବନ୍ଦ ହୋଇନଥାଏ, ବରଂ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସନ୍ତୁଳିତ ପରିମାଣର କ୍ୟାଲୋରୀ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ।

ଉପବାସର ସମୟକୁ ମନେରଖନ୍ତୁ:
ଉପବାସର ସମୟକୁ ଏପରି ଭାବରେ ସ୍ଥିର କରନ୍ତୁ, ଯାହା ଦ୍ବାରା ଆପଣ ଦିନକୁ ୬ରୁ ୭ଘଣ୍ଟା ଶୋଇପାରିବେ। ମନେରଖନ୍ତୁ ଯେ ଶୋଇବା ପୂର୍ବରୁ ଆପଣ ତିନିରୁ ଚାରି ଘଣ୍ଟା ପୂର୍ବରୁ ଖାଇବା ଉଚିତ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
ଉପବାସ ସମୟରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏଡ଼ାଇବା ପାଇଁ, ଡାକ୍ତର କିମ୍ବା ଡାଏଟିସିଆନଙ୍କ ସହିତ ଇଣ୍ଟରମିଣ୍ଟେଟ୍‌ ଉପବାସ ବିଷୟରେ ଥରେ କଥା ହେବା ଭଲ।

https://www.thesakala.in/health/ways-to-lose-weight-3/article-1386
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp