କାଶ ଦୂର ପାଇଁ ଡାର୍କ ଚକୋଲେଟ୍‌

The Sakala Picture
Published On

କାଶ ହେଲେ ସାଧାରଣତଃ ଘରୋଇ ଉପଚାର ଭାବେ ମହୁ, ଲେମ୍ବୁ କିମ୍ବା ଅଦା ରସ ବ୍ୟବହାର କରାଯାଏ। କଫ୍‌ ସିରାପ୍‌ ଖାଇବା ଦ୍ବାରା କାଶ ସମ୍ପୂର୍ଣ୍ଣ ଭଲ ହୁଏ। କିନ୍ତୁ ଏବେ ଏକ ନୂତନ ସ୍ବାସ୍ଥ୍ୟ ଗବେଷଣାରୁ ଜଣାପଡ଼ିଛି ଯେ – ଡାର୍କ ଚକୋଲେଟ୍‌ ଖାଇବା ଦ୍ବାରା କାଶ ଭଲ ହୋଇପାରିବ। ବେଜିଙ୍ଗ୍‌ର ହୁଲ୍‌ ବିଶ୍ବବିଦ୍ୟାଳୟର ହୃଦୟ ଓ ଶ୍ବସନ ଅଧ୍ୟୟନର ପ୍ରଫେସର୍‌ ଏଲିନ୍‌ ମୋରିସ୍‌ ଏ ସମ୍ପର୍କିତ ଗବେଷଣା କରିଥିଲେ। ଲଣ୍ଡନ୍‌ର ଇମ୍ପିରିଅଲ୍‌ କଲେଜ୍‌ର ଗବେଷକମାନଙ୍କ […]

କାଶ ହେଲେ ସାଧାରଣତଃ ଘରୋଇ ଉପଚାର ଭାବେ ମହୁ, ଲେମ୍ବୁ କିମ୍ବା ଅଦା ରସ ବ୍ୟବହାର କରାଯାଏ। କଫ୍‌ ସିରାପ୍‌ ଖାଇବା ଦ୍ବାରା କାଶ ସମ୍ପୂର୍ଣ୍ଣ ଭଲ ହୁଏ। କିନ୍ତୁ ଏବେ ଏକ ନୂତନ ସ୍ବାସ୍ଥ୍ୟ ଗବେଷଣାରୁ ଜଣାପଡ଼ିଛି ଯେ – ଡାର୍କ ଚକୋଲେଟ୍‌ ଖାଇବା ଦ୍ବାରା କାଶ ଭଲ ହୋଇପାରିବ। ବେଜିଙ୍ଗ୍‌ର ହୁଲ୍‌ ବିଶ୍ବବିଦ୍ୟାଳୟର ହୃଦୟ ଓ ଶ୍ବସନ ଅଧ୍ୟୟନର ପ୍ରଫେସର୍‌ ଏଲିନ୍‌ ମୋରିସ୍‌ ଏ ସମ୍ପର୍କିତ ଗବେଷଣା କରିଥିଲେ। ଲଣ୍ଡନ୍‌ର ଇମ୍ପିରିଅଲ୍‌ କଲେଜ୍‌ର ଗବେଷକମାନଙ୍କ ତଥ୍ୟରୁ ଜଣାପଡ଼ିଥିଲା ଯେ, ଡାର୍କ ଚକୋଲେଟ୍‌ରେ ଥିବା କେକୋଆ ଯୋଗୁଁ କାଶ ଭଲ ହୋଇଯାଏ। କୋକୋଆରେ ଥିବା ଅଲ୍‌କେଲାଇଡ୍‌ ଥିୟୋବ୍ରୋମିନ୍‌ କାଶ ରୋକିବାରେ ବେଶ୍‌ ଫଳପ୍ରଦ। କାଶ ପାଇଁ ଉଦ୍ଦିଷ୍ଟ ଔଷଧରେ କୋଡିନ୍‌ ଏକ ଯୌଗିକ ଭାବେ ଥାଏ। କୋଡିନ୍‌ ଅପେକ୍ଷା କୋକୋଆ ଅଧିକ ଲାଭଦାୟକ ହୋଇଥାଏ। କୋକୋଆ ଶୀତଳତା ପ୍ରଦାନକାରୀ ହୋଇଥିବାରୁ, ଏହାର ସେବନ ଦ୍ବାରା ଗଳାରେ ଏହା ଲେପ ଭଳି କାମ କରିଥାଏ ଏବଂ କିଛି ସମୟ ପାଇଁ ଲାଗି ରହିଥାଏ। ତେଣୁ ଗଳାରେ ଥÒବା ସ୍ନାୟୁ ଓ ଶିରାପ୍ରଶିରାକୁ ଆରାମ ମିଳେ। ତେଣୁ କାଶ ହୁଏ ନାହିଁ। ଆଗାମୀ ଦିନରେ ଏହାକୁ ନେଇ ଆଉ କିଛି ଗବେଷଣା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

27 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର