କିଏ ହେବ କାର୍ତ୍ତିକଙ୍କ ନାୟିକା

The Sakala Picture
Published On

ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କ ଆଗାମୀ ଫିଲ୍ମ ‘ଆଶିକ୍‌ ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଉକ୍ତ ସିନେମାର ଘୋଷଣା ପରଠୁ କାର୍ତ୍ତିକଙ୍କ ବିପକ୍ଷରେ ନାୟିକା କିଏ ହେବ, ତାକୁ ନେଇ ଆଲୋଚନା ଲାଗି ରହିଛି। କହିବାକୁ ଗଲେ, କାର୍ତ୍ତିକଙ୍କ ପାଇଁ ଏବେ ନାୟିକା ଖୋଜା ଚାଲିଛି। ସେହିପରି ନାୟିକା ପାଇଁ ଦିନକୁ ଦିନ ନୂଆ ନାଁ ମଧ୍ୟ ସାମ୍ନାକୁ ଆସୁଛି। କୁହାଯାଉଛି, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏଥ଄ରେ କାର୍ତ୍ତିକଙ୍କ ସହ ନଜର […]

ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କ ଆଗାମୀ ଫିଲ୍ମ ‘ଆଶିକ୍‌ ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଉକ୍ତ ସିନେମାର ଘୋଷଣା ପରଠୁ କାର୍ତ୍ତିକଙ୍କ ବିପକ୍ଷରେ ନାୟିକା କିଏ ହେବ, ତାକୁ ନେଇ ଆଲୋଚନା ଲାଗି ରହିଛି। କହିବାକୁ ଗଲେ, କାର୍ତ୍ତିକଙ୍କ ପାଇଁ ଏବେ ନାୟିକା ଖୋଜା ଚାଲିଛି। ସେହିପରି ନାୟିକା ପାଇଁ ଦିନକୁ ଦିନ ନୂଆ ନାଁ ମଧ୍ୟ ସାମ୍ନାକୁ ଆସୁଛି। କୁହାଯାଉଛି, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏଥ଄ରେ କାର୍ତ୍ତିକଙ୍କ ସହ ନଜର ଆସିପାରନ୍ତି। ନିକଟରେ ଏକ ଚକ୍‌ଲେଟ ବିଜ୍ଞାପନରେ କାର୍ତ୍ତିକ ଓ ରଶ୍ମିକା ଏକାଠି ନଜର ଆସିଥ଄ଲେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଦୁହିଁଙ୍କ ଯୋଡ଼ି ସୁନ୍ଦର ଲାଗୁଥ଄ବାରୁ ସିନେମାରେ କାର୍ତ୍ତିକଙ୍କ ନାୟିକା ରଶ୍ମିକା ହୋଇପାରନ୍ତି ବୋଲି ଆଶା କରାଯାଉଛି। ତେେବ କେବଳ ରଶ୍ମିକା ନୁହନ୍ତି, ଆଶିକ୍‌-୩ ପାଇଁ ଶ୍ରଦ୍ଧା କପୁର ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ନାଁ ମଧ୍ୟ କାର୍ତ୍ତିକଙ୍କ ନାୟିକା ଖୋଜା ତାଲିକାରେ ସାମିଲ ଅଛି। ତେେବ ୧୯୯୦ରେ ‘ଆଶିକ୍‌’ ରିଲିଜ୍ ହୋଇଥ଄ଲା। ଏହା ପରେ ଅର୍ଥାତ୍ ୨୦୧୩ରେ ‘ଆଶିକ୍‌ ୨’ରେ ଶ୍ରଦ୍ଧା କପୁର ଓ ଆଦିତ୍ୟ ରାୟ କପୁର ଏଥ଄ରେ ନଜର ଆସିଥ଄ଲେ। ତେେବ ଏବେ କାର୍ତ୍ତିକଙ୍କ ‘ଆଶିକ୍‌ ୩’କୁ କେତେ ପରିମାଣରେ ଦର୍ଶକେ ପସନ୍ଦ କରିବେ ତାହା ଦେଖ଄ବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp